Advertisment

Brain Tumor: ରୋଗ ଶଯ୍ୟାରେ ଭଉଣୀ, ଚିକିତ୍ସା ପାଇଁ କମାରଶାଳରେ ଖଟୁଛି ସାନଭାଇ

କୁନି ପୁଅଟିଏ, ବଡ଼ ଭଉଣୀର ଦୁଃଖ ସହିପାରୁନି। ରୋଗରେ ପଡ଼ିଥିବା ଭଉଣୀର ଚିକିତ୍ସା ପାଇଁ ସେ ଏବେ କାମ କରିବାକୁ ଆଗେଇ ଆସିଛି। ଯେଉଁ ବୟସରେ ସେ ହାତରେ ବହିବସ୍ତାନୀ ଧରି ସ୍କୁଲ ଯିବା କଥା, ସେହି ସମୟରେ କଅଁଳ ହାତରେ ସେ କମାରଶାଳରେ ଲୁହା ପିଟୁଛି। ପୂରା କନ୍ଧମାଳର ବାଲିଗୁଡ଼ାରୁ ପଢ଼ନ୍ତୁ ଅଜିତ ନାୟକଙ୍କର ଏହି ହୃଦୟସ୍ପର୍ଶୀ ରିପୋର୍ଟ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Brain tumor

Brain tumor

ଅଭାବି ଘରକୁ ଯଦି ରୋଗ ବଇରାଗ ମାଡ଼ିଆସେ ତେବେ ଦୁଃଖ ବଢ଼ିଯାଏ। କଥାଟି 'ବୋଝ ଉପରେ ନଳିତା ବିଡ଼ା' ପରି ହୁଏ। କାରଣ ଅଭାବି ପରିବାରଟି, ଏପଟେ ପେଟ ପାଇଁ ଚିନ୍ତାରେ ରୁହେ, ସେପଟେ ଜୀବନ ପାଇଁ ଲଢ଼େଇ କରେ। ଏଭଳି ଏକ କରୁଣଘଟଣା ଦେଖିବାକୁ ମିଳିଛିକନ୍ଧମାଳଜିଲ୍ଲାରଦାରିଙ୍ଗବାଡିରେ। ସେପଟେ ରୋଗରେ ପଡ଼ିଛି ବଡ଼ ଭଉଣୀ, ଆଉ ଏପଟେ ଭଉଣୀର ଚିକିତ୍ସା ପାଇଁ ଖଟୁଛି ସାନଭାଇ। କାରଣ ଭଉଣୀର କଷ୍ଟକୁ ସହିପାରୁନି କୁନି ଭାଇଟି। ପୂରା ଘଟଣା ଜାଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

Advertisment

ଝିଅକୁ ବ୍ରେନ ଟ୍ୟୁମର। ଚିକିତ୍ସା ଲାଗି ପାଖରେ ପଇସାଟିଏ ନାହିଁ । ଅଭାବୀ ପରିବାରର ଭିଡ ଭିତରେ ବାପା ମାଆ ପୁରା ଅଣନିଃଶ୍ୱାସୀ ହୋଇପଡିଛନ୍ତି। କେମିତି ଝିଅର ଚିକିତ୍ସା ହେବ, ସେଇ ଚିନ୍ତାରେ ରହିଛନ୍ତି। ଘରେ ଯାହାସବୁ ଥିଲା, ଗାଈଗୋରୁ ଓ ଛେଳି, ତାକୁ ସବୁ ବିକ୍ରିବଟା ମଧ୍ୟ ସରିଲାଣି। ଚିକିତ୍ସା ଲାଗି ପଇସା ନଥିବାରୁ ରୋଗୀଣା ଝିଅକୁ ନେଇ ମେଡିକାଲରୁ ଘରକୁ ଫେରି ଆସିଛନ୍ତି ବାପାମାଆ। ଆଉ ଏହାରି ଭିତରେ ଝିଅର ଜୀବନ ବଂଚାଇବା ଲାଗି ରାସ୍ତା କଡରେ ଥିବା କମାର ଶାଳରେ ସଂଘର୍ଷ କରୁଛନ୍ତି ବାପା ଆଉ ଝିଅର କୁନିଭାଇଟି।

ଯେଉଁ ହାତରେ ବହି ବସ୍ତାନୀ ଧରି ସ୍କୁଲ ଯିବା କଥା। ସେହି କଅଁଳ ହାତରେ ଏବେ ଲୁହା ପିଟୁଛି କୁନିପୁଅ। ହାତକୁ କଷ୍ଟ ଲାଗୁଥିଲେ ମଧ୍ୟ କମାର ଶାଳରେ ବାପାଙ୍କୁ ସାହାଯ୍ୟ କରୁଛି। କାହିଁକି ଅବା ନକରିବ ଯେ, ଘରେ ପରା ବଡ ଭଉଣୀ ରୋଗ ଶଯ୍ୟାରେ ପଡିରହିଛି। ହାତକୁ କିଛି ପଇସା ଆସିଲେ ସେହି ପଇସାରେ ଭଉଣୀ ଲାଗି ଔଷଧ କିଣା ହେବ ଆଉ ଘର ଚଳିବ। ଘରର ଦୟନୀୟ ପରିସ୍ଥିତି ଯୋଗୁଁ ରାସ୍ତା କଡ଼ କମାର ଶାଳରେ ବାପା ଓ କୁନିପୁଅ ନିଜ ଆଖିର ଲୁହକୁ ଚାପି ସଂଘର୍ଷ କରୁଛନ୍ତି।

Advertisment

ଅଧିକ ପଢନ୍ତୁ: ହୃଦୟବିଦାରକ...ପୁରି ଖାଉ ଖାଉ ଚାଲିଗଲା ଛାତ୍ରଙ୍କ ଜୀବନ

ଆଉ ଅନ୍ୟପଟେ ଘର ଭିତରେ ୧୭ ବର୍ଷର ଗେହ୍ଲୀ ଝିଅ ସୁନଫୁଲ ପ୍ରଧାନ ବର୍ତ୍ତମାନ ବ୍ରେନ୍ ଟ୍ୟୁମରରେ ଛଟପଟ ହେଉଛି। ଝିଅର ଏଭଳି ଅବସ୍ଥା ଦେଖି ବାପା ଧନେଶ୍ୱର ପ୍ରଧାନ ଓ ମାଆ ପ୍ରଣତି ପ୍ରଧାନ ଘର ଭିତରେ ଏବେ ଗୁମୁରି ଗୁମୁରି କାନ୍ଦୁଛନ୍ତି। ଝିଅର ଚିକିତ୍ସା ଲାଗି ସେମାନଙ୍କ ପାଖରେ ପଇସାଟିଏ ନାହିଁ। ଏଭଳି ପରିସ୍ଥିତିରେ ଝିଅର ବିକଳ ଦେଖି ମାଆ ପ୍ରଣତି ପ୍ରଧାନ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି।

ଷଷ୍ଠଶ୍ରେଣୀରେପାଠପଢୁଥିବାସୁନାଫୁଲଦୁଇବର୍ଷପୂର୍ବେବ୍ରେନ୍ଟ୍ୟୁମରରୋଗରେଆକ୍ରାନ୍ତହୋଇଥିଲେନେଇବାପାମାଆବିଭିନ୍ନସମୟରେ ଝିଅରଚିକିତ୍ସାଲାଗିବ୍ରହ୍ମପୁର, ଭୁବନେଶ୍ୱରକଟକବଡମେଡିକାଲନେଇଛନ୍ତିକିନ୍ତୁକିଛିସୁଫଳମିଳିନି। କାରଣ ଡାକ୍ତର କହିଥିଲେ,ଅଧିକଚିକିତ୍ସାଲାଗିଅର୍ଥଆବଶ୍ୟକ।ହେଲେପାଖରେକାଣିକଉଡ଼ିଟିଏନଥିବାରୁବାଧ୍ୟ ହୋଇ ଝିଅସୁନାଫୁଲକୁବାପାମାଆଘରକୁଫେରାଇଆଣିଛନ୍ତି

ଝିଅକୁନଳୀସାହାଯ୍ୟରେଏବେଖାଦ୍ୟଦିଆଯାଉଛିସୁନାଫୁଲକୁମିଶାଇପୁଅଝିଅଙ୍କୁକିଭଳିପୋଷିବେ, ସେନେଇବାପାଧନେଶ୍ୱରପ୍ରଧାନଚିନ୍ତାରେପଡ଼ିଛନ୍ତିଝିଅରଜରୁରୀଚିକିତ୍ସାଏବଂପେଟପାଟଣାଲାଗି,ଜନ୍ମମାଟିକେରୁବାଡିରବାଦେପଙ୍କାଗାଁଛାଡି,ଏବେସେଦାରିଙ୍ଗବାଡିରେଘରଭଡାନେଇରହୁଛନ୍ତି

ମେଡିକାଲକାମରେବାପାମାଆବ୍ୟସ୍ତରହୁଥିବାରୁତାଙ୍କରଅନ୍ୟକୌଣସିପୁଅଝିଅପାଠପଢିପାରୁନାହାନ୍ତିକମାରଶାଳରୁପଇସାଆସୁନିକିମ୍ବାରୋଗିଣାଝିଅରଚିକିତ୍ସାହୋଇପାରୁନିତେଣୁମୋରମୁଣ୍ଡକାମକରୁନିବୋଲିଧନେଶ୍ୱରକହିଛନ୍ତିଅନ୍ୟପଟେଏଭଳିପରିସ୍ଥିତିରେପ୍ରଶାସନରୋଗିଣାଝିଅକୁସାହାଯ୍ୟକରିବାକୁଅଂଚଳବାସୀଦାବିକରିଛନ୍ତି

ଅଧିକ ପଢନ୍ତୁ: ବଣ୍ଡାଘାଟିରେ ଯିବେ ସରକାରୀ ଅଧିକାରୀ, ଉପମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

Health Brain Tumor
Advertisment
Advertisment