Jyoti Malhotra To Be Produced In Court
ସରୁଛି ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ ଅବଧି । ଆଜି ଜ୍ୟୋତିଙ୍କୁ ହରିୟାଣାର ହିସାର କୋର୍ଟରେ ହାଜର କରିବ ପୋଲିସ । ସୂଚନା ଅନୁସାରେ, ଜ୍ୟୋତିଙ୍କ ବିରୋଧରେ ଯଦିଓ ସେତେଟା ସମ୍ବେଦନଶୀଳ ତଥ୍ୟ ମିଳିପାରିନାହିଁ ତଥାପି ସେ ଲଗାତାର ପାକିସ୍ତାନୀ ଅଧିକାରୀଙ୍କ ସହ ଲିଙ୍କରେ ଥିଲେ । ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗତ ୨୨ତାରିଖରେ ପୋଲିସ ଜ୍ୟୋତିଙ୍କୁ କୋର୍ଟରେ ହାଜର କରାଇଥିଲା । ପୁଣି ଥରେ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଥିଲେ ।
ଏହାପରେ ଜ୍ୟୋତିଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିଥିଲା ପୋଲିସ । ଆଜି ୪ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି । ପାକ୍ ଅଧିକାରୀ ଦାନିଶଙ୍କ ସହ ଜ୍ୟୋତି ଲଗାତାର ସମ୍ପର୍କରେ ରହିଥିଲେ । ସେପଟେ ମେ ୧୩ରେ ତଥ୍ୟ ଚୋରି ଅଭିଯୋଗରେ ଦାନିଶଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଭାରତରୁ ବହିଷ୍କାର କରାଯାଇଛି । ଜ୍ୟୋତିଙ୍କ ମୋବାଇଲ, ଲ୍ୟାପଟପ ଆଦି ପୋଲିସ ହେପାଜତରେ ଥିବାବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ହୋଇଛି ।ଜ୍ୟୋତିଙ୍କ ଗୁଇନ୍ଦାଗିରି ନେଇ ପୋଲିସକୁ କିଛି ପ୍ରମାଣ ମିଳିଛି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଅଧିକ ପଢନ୍ତୁ : ଜ୍ୟୋତି ମଲହୋତ୍ରା ଡାଏରୀରେ ପାକ୍ ପ୍ରଶଂସା, କହିଲେ ମୁଁ ଆଦୌ ଅନୁତପ୍ତ ନୁହେଁ...
Journalist Assault Case: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜଣେ ନାବାଳକ ସମେତ ୪ ଗିରଫ

Attack On Police Van : ପାଟ୍ରୋଲିଂ ବେଳେ ପୋଲିସ ଭ୍ୟାନ ଉପରକୁ ଢେଲା ମାଡ଼, ଜଣେ ଅଟକ

Cyber Scam Arrest: ଓଡ଼ିଶାରେ ଠକେଇ, ବିହାରରୁ ଗିରଫ; ନକଲି ପରିଚୟ କରି ଠକୁଥିଲା ସାଇବର ଠକ

Nandu Babu Controversy: ପୁଣି ବିବାଦରେ ନାଣ୍ଡୁ ବାବୁ: ଯାତ୍ରା ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ, ମୋତେ ଲୋକ ଲଗାଇ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)