Advertisment

Jyoti Malhotra Espionage Case : ଜ୍ୟୋତି ମଲହୋତ୍ରା ଡାଏରୀରେ ପାକ୍ ପ୍ରଶଂସା, କହିଲେ ମୁଁ ଆଦୌ ଅନୁତପ୍ତ ନୁହେଁ...

ପଚରାଉଚରାବେଳେ ତଦନ୍ତକାରୀ ସଂସ୍ଥାକୁ ଅନୁତପ୍ତ ନଥିବା କହିଛି ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ତା ଡାଏରୀରେ ପାକିସ୍ତାନ ବିଷୟରେ ଅନେକ କଥା ଲେଖାଯାଇଛି । ଯେଉଁଥିରେ ସେ ଶତ୍ରୁରାଷ୍ଟ୍ରର ଭୂରି ଭୂରି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

author-image
Lipsa Mohapatra
ଅଦ୍ୟତନ ହୋଇଛି
Jyoti Malhotra Espionage Case

Jyoti Malhotra Espionage Case

ପାକିସ୍ତାନର ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଛି ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଛାନଭିନ ବେଳେ ପୋଲିସ ହାତରେ ଲାଗିଛି ଜ୍ୟୋତିର ଡାଏରୀ । ଯେଉଁଥିରେ ସେ ପାକିସ୍ତାନ ଭ୍ରମଣ ସାରି ଫେରିବା ପରେ ଅନେକ କଥା ଲେଖିଛି । ପାକିସ୍ତାନର ଭୂରି ଭୂରି ପ୍ରଶଂସା କରିଛି ଜ୍ୟୋତି । 

Advertisment

ଜ୍ୟୋତି ଡାଏରୀରେ କ'ଣ ଲେଖା ଥିଲା : 
ଜ୍ୟୋତି  ମଲହୋତ୍ରା ଡାଏରୀର ପ୍ରଥମ ୧୦-୧୧ ପୃଷ୍ଠାରେ ପାକିସ୍ତାନ ବିଷୟରେ ଉଲ୍ଲେଖ ରହିଛି । ଯେଉଁଥିରୁ ୮ଟି ପୃଷ୍ଠାରେ ପାକିସ୍ତାନରେ ନିଜର ଅନୁଭୂତି ବିଷୟରେ ଲେଖିଛି ଜ୍ୟୋତି ।  "ପାକିସ୍ତାନରୁ ୧୦ ଦିନର ଯାତ୍ରା ସାରି ଆଜି ନିଜ ଦେଶ ଭାରତକୁ ଫେରୁଛି । ପାକିସ୍ତାନ ପୂୂରା ରଙ୍ଗୀନ । ପାକିସ୍ତାନରେ ମୋତେ ଢେର ସାରା ଭଲପାଇବା ମିଳିଛି ।  ଲାହୋରରେ ମୋତେ ବନ୍ଧୁ ଓ ସବସ୍କ୍ରାଇବର୍ସ ଭେଟିବାକୁ ଆସିଥିଲେ । ଲାହୋର ବୁଲିବାକୁ ୨ ଦିନ ସମୟ ମିଳିଥିଲା । ଯାହାକି ବହୁ କମ୍ ସମୟ । ମୁଁ ଜାଣିନି ଯେ, ଦୁଇ ଦେଶ ମଧ୍ୟରେ ଏ ଦୂରତା କେତେ ଦିନ ଯାଏଁ ରହିବ । କିନ୍ତୁ ଏତିକି ପ୍ରାର୍ଥନା କରୁଛି, ସମସ୍ତଙ୍କ ହୃଦୟରେ ଥିବା ଦୂରତା ଯେମିତି ଦୂର ହୋଇଯାଉ । ଆମେ ସମସ୍ତେ ଗୋଟିଏ ପୃଥିବୀ, ଗୋଟିଏ ମାଟିରେ ରହୁଛୁ" ବୋଲି ଜ୍ୟୋତି ଲେଖିଥିଲା । ଏହାସହ ପାକିସ୍ତାନର ଆତିଥ୍ୟକୁ ପ୍ରଶଂସା କରିବା ସହ ସବୁ ହିନ୍ଦୁ ଯେମିତି ନିଜ ପୂର୍ବଜଙ୍କ ମାଟିକୁ ଯାଇ ଥରେ ବୁଲିପାରିବେ ସେନେଇ ଆଶାବ୍ୟକ୍ତ କରିଥିବା ଲେଖିଛି । 

ପଚରାଉଚରାବେଳେ କ'ଣ କହିଲା ଜ୍ୟୋତି :
ତଦନ୍ତକାରୀ ସଂସ୍ଥା ଜ୍ୟୋତିଙ୍କୁ ପଚରାଉଚରା କରିଛି । ସେହି ସମୟରେ ଜ୍ୟୋତି ବିଲକୁଲ ଅନୁତପ୍ତ ନଥିବା କହିଛି । ସେ କୌଣସି ଭୁଲ କରିନଥିବା କହି ଦମ୍ଭୋକ୍ତି ଦେଖାଇଥିବା ଜଣାପଡ଼ିଛି । 

Advertisment

ସୂଚନାଯୋଗ୍ୟ, ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଜ୍ୟୋତି ମଲହୋତ୍ରାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ହରିୟାଣାର ହିସାର ପୋଲିସ। ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜ୍ୟୋତି ଗିରଫ ହୋଇଥିବାବେଳେ କେଉଁ ତଥ୍ୟ ପାକିସ୍ତାନକୁ ଲିକ୍ ହୋଇଛି ତାହାକୁ ନେଇ ଚାଲିଛି ଖୋଳତାଡ । 

ଅଧିକ ପଢନ୍ତୁ: ପାକିସ୍ତାନୀ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଓଡ଼ିଶା ଲିଙ୍କ୍, ପୁରୀ ଯୁବତୀଙ୍କୁ IBର ପଚରାଉଚରା

Pakistan Espionage Jyoti Malhotra
Advertisment
Related Articles
Advertisment