/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748231215.jpg)
Assault by party owner
ପୁଣି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ନାଁରେ ଅଭିଯୋଗ । ଲୋକ ଲଗାଇ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପାର୍ଟିରେ କାର୍ଯ୍ୟରତ ଜଣେ ଯାତ୍ରା ଅଭିନେତ୍ରୀ । ଭୁବନେଶ୍ବର ମହିଳାରେ ଥାନା ଅଭିଯୋଗ କରିଛନ୍ତି ଅଭିନେତ୍ରୀ ମାମୁନୀ ଷଡ଼ଙ୍ଗୀ । ଅନନ୍ତ ନାରାୟଣ ଧଳଙ୍କ ସମେତ ୩ ଜଣଙ୍କ ନାଁରେ ସେ ଏତଲା ଦେଇଛନ୍ତି ।
ଯାତ୍ରା ଅଭିନେତ୍ରୀ ମାମୁନୀ ଅଭିଯୋଗ କରିଛନ୍ତି, ବକେୟା ଟଙ୍କା ମାଗିବାରୁ ତାଙ୍କୁ ମାଡ଼ ସହ ଧମକ ଦିଆଯାଇଛି । ବାଲିଆପାଳ ଯାତ୍ରା କ୍ୟାମ୍ପ୍ରେ ଯାତ୍ରା ପାର୍ଟି ମାଲିକ ଲୋକ ଲଗାଇ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମାମୁନୀ ଓ ସ୍ବାମୀ ବାପି କୁମାର । ଏଥିସହ ତାଙ୍କ ଗାଡ଼ି ପୋଡ଼ି ଦେବାକୁ ବି ଧମକ ଦିଆଯାଇଥିବା କହିଛନ୍ତି ଅଭିନେତ୍ରୀ ।
ଅଧିକ ପଢ଼ନ୍ତୁ: ଶନିଙ୍କ ଦେହର ରଙ୍ଗ କାହିଁକି କଳା ଓ କାହିଁକି ତାଙ୍କର ଗୋଟିଏ ଗୋଡ଼ ଛୋଟା?
ସେ ଏବେ ଅନନ୍ତ ନାରାୟଣ ଧଳଙ୍କର ପ୍ରଯୋଜିତ ଯାତ୍ରା ଅଶୋକ ସମ୍ରାଟରେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ନାଣ୍ଡୁ ବାବୁଙ୍କ ନାଁରେ ମାଡ଼ ମାରିଥିବା ଅଭିଯୋଗ ଆଣିଥିଲେ କମେଡିଆନ୍ ନରି ପଣ୍ଡା ।
ସେପଟେ ମାମୁନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟାରେ ଅନନ୍ତ ନାରାୟଣ ଧଳ କହିଛନ୍ତି, ସେ ମିଛ କହୁଛନ୍ତି । ତାଙ୍କର କମିଟି ସହ ଗଣ୍ଡଗୋଳ ହୋଇଥିଲା । କେହି ତାଙ୍କୁ ମାଡ଼ ମାରି ନାହାନ୍ତି ।