/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748237660.jpg)
Attack on Police Van
ରାତିରେ ପାଟ୍ରୋଲିଂବେଳେ ପୋଲିସ ଗାଡି ଉପରକୁ ଢେଲାମାଡ ହୋଇଛି । ଢେଲାମାଡରେ ଭାଙ୍ଗିଲା ପୋଲିସ ଗାଡି କାଚ । ଢେଲା ମାରିଥିବା ଯୁବକଙ୍କ ମଧ୍ୟରୁ ଜଣେ ଯୁବକକୁ ଥାନାରେ ଅଟକ ରଖାଯାଇଛି । କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବୈଦେଶ୍ୱର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ବୈଦେଶ୍ୱର ଥାନାର ଏକ ଟିମ୍ କାଳୀପୋଇ ଗ୍ରାମପଞ୍ଚାୟତରୁ ଚଢ଼େଇବନ୍ଧ ଗାଆଁରେ ନାଇଟ ପାଟ୍ରୋଲିଂ କରି ଫେରୁଥିଲା । ସେହି ସମୟରେ ଦୁବୃର୍ତ୍ତମାନେ ପୋଲିସ ଭ୍ୟାନ ଉପରକୁ ଢେଲାମାଡ଼ କରିଥିବା ଜଣାପଡ଼ିଛି ।
Advertisment
ଅଭିଯୁକ୍ତମାନେ ନିକଟସ୍ଥ ଚଢ଼େଇବନ୍ଧ ଗ୍ରାମର ହୋଇଥିବା ଜଣାପଡ଼ିଛି । ଢେଲା ମାଡରେ ଭ୍ୟାନର ପଛ ପଟ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଗୁଣ୍ଡ ହୋଇଯାଇଛି । ପୋଲିସ ଟିମ ସଙ୍ଗେ ସଙ୍ଗେ ଜଣେ ଦୁର୍ବୃତ୍ତକୁ ଧରି ଆଣି ଥାନାରେ ଅଟକ ରଖିବା ସହ ପଚରାଉଚରା କରିଛି ।
ଅଧିକ ପଢନ୍ତୁ : ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜଣେ ନାବାଳକ ସମେତ ୪ ଗିରଫ
Advertisment
Advertisment



Related Articles
Journalist Assault Case: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜଣେ ନାବାଳକ ସମେତ ୪ ଗିରଫ
POSTED

Cyber Scam Arrest: ଓଡ଼ିଶାରେ ଠକେଇ, ବିହାରରୁ ଗିରଫ; ନକଲି ପରିଚୟ କରି ଠକୁଥିଲା ସାଇବର ଠକ
POSTED

Cyber Lootera looted 125 crore: ୩ ବର୍ଷରେ ୧୨୫ କୋଟି ଲୁଟିଲେଣି ସାଇବର ଲୁଟେରା
POSTED

Nandu Babu Controversy: ପୁଣି ବିବାଦରେ ନାଣ୍ଡୁ ବାବୁ: ଯାତ୍ରା ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ, ମୋତେ ଲୋକ ଲଗାଇ...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)