/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748233163.jpg)
Cyber fraudster
ମିଛ ପରିଚୟ ପତ୍ର ଦେଖାଇ ଓଡିଶାରେ ଲୋକଙ୍କୁ ଠକୁଥିବା ଜଣେ ସାଇବର ଠକ ଗିରଫ । ବିହାରରୁ ବନ୍ଧାହେଲା ଆଉ ଜଣେ ସାଇବର ଠକ । ପେଟ୍ରୋଲ ପମ୍ପ କରାଇ ଦେବାକୁ କହି ୨୦ ଲକ୍ଷ ଠକେଇ ମାମଲାରେ ବିହାରରୁ ଅଭିଯୁକ୍ତ ସତିଶ କୁମାରକୁ ଗିରଫ କରିଛି ଭୁବନେଶ୍ବର ସାଇବର ପୋଲିସ । ତା ନିକଟରୁ ୬ଟି ମୋବାଇଲ, ବ୍ୟାଙ୍କ ପାସବୁକ, ଲାପଟପ, ସିମକାର୍ଡ ସହ ଟଙ୍କା ମଧ୍ୟ ଜବତ କରାଯାଇଛି ।
ଅଭିଯୋଗ ଅନୁସାରେ, ଫେକ୍ ଓ୍ୱେବସାଇଟ ଖୋଲି ଲୋକଙ୍କୁ ଲୋଭ ଦେଖାଉଥିଲା ସତିଶ । ପେଟ୍ରୋଲ ପମ୍ପ କରାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଚେକ୍ ମାଧ୍ୟମରେ ୨୦ ଲକ୍ଷ ଟଙ୍କା ଲୁଟିନେଇଥିଲା । ଏନେଇ ଗତ ୨ ତାରିଖରେ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିବା ପରେ ତନାଘନା କରିଥିଲା ସାଇବର ପୋଲିସ ।
ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ କିଏ ହେବେ ଟେଷ୍ଟ କ୍ୟାପଟେନ୍ ? ରେସ୍ରେ ଆଗରେ ରହିଛି ଗିଲ୍ଙ୍କ ନାଁ
ଅଭିଯୁକ୍ତ ସତିଶ ବିହାର ନୱାଡ ଜିଲ୍ଲାର ହୋଇଥିବା ବେଳେ ଗୋଲ୍ଡେନ କୁମାର ନାଁରେ ନିଜର ଫେକ୍ ପରିଚୟ ପତ୍ର ତିଆରି କରି ଠକେଇ କରୁଥିଲା । ସତିଶ ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ । ଏ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)