/odishatv-khabar/media/post_attachments/uploadimage/library/16_9/16_9_0/meta_1731757268.jpg)
meta
ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆରେ ସକ୍ରିୟ। ବିଶେଷ କରି ଯୁବପିଢି ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ନିଜ ବ୍ୟକ୍ତିଗତ ଜୀବନର ଅନେକ କଥା ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରୁଛନ୍ତି। ତେବେ ଉତ୍ତରପ୍ରଦେଶର ଜଣେ ୨୪ ବର୍ଷୀୟ ଯୁବକ ଇନଷ୍ଟାଗ୍ରାମ୍ ଲାଇଭ୍ରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ମେଟା ତାଙ୍କର ଜୀବନ ବଞ୍ଚାଇଛି।
ସୂଚନା ଅନୁଯାୟୀ, ଶାହାଜାହାନପୁର ଭୁଦିଆ ଗାଁର ଜଣେ ୨୪ ବର୍ଷୀୟ ଯୁବକ ଗୁରୁବାର ରାତିରେ ଇନଷ୍ଟାଗ୍ରାମରେ ଲାଇଭ୍ କରିଥିଲେ। ଲାଇଭ୍ରେ କହିଥିଲେ, 'ହେ ଭଗବାନ, ମୋତେ ତୁମ ସାଙ୍ଗରେ ନେଇଯାଅ। ମୁଁ କେବେ ମରିବି!' ସେ ତାଙ୍କ ହାତରେ ୬ଟି ନିଦ ବଟିକା ଧରି ଭିଡିଓ ସମୟରେ ଖାଇଥିଲେ। ”ଏହାପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ତୁରନ୍ତ ୟୁପି ପୋଲିସକୁ ଏକ ଆଲର୍ଟ ପଠାଯାଇଥିଲା ।
ଅଧିକ ପଢ଼ନ୍ତୁ: VIRAL VIDEO: ନାତିର ଅନ୍ତିମ ସଂସ୍କାର ବେଳେ ନାଚିଲେ ଜେଜେ, ପ୍ରକୃତ କାରଣ ଆପଣଙ୍କୁ କନ୍ଦାଇବ...
ମେଟା ଭିଡିଓ ଲୋକେସନ୍ ସହିତ ରାତି ୧୧:୦୫ରେ ପୋଲିସକୁ ଏହି ଆଲର୍ଟ ପଠାଇଥିଲା।ଏହା ପରେ ଶାହାଜାହାନପୁର ପୋଲିସ ରାତି ୧୧:୧୭ମିନିଟରେ ପୋଲିସ ମୁଖ୍ୟାଳୟରୁ ଏହି ସୂଚନା ପାଇଥିଲା। ସୂଚନା ପାଇବା ମାତ୍ରେ ତୁରନ୍ତ କାଟ୍ରା ପୋଲିସ ମାତ୍ର ୧୨ ମିନିଟରେ ୯ କିଲୋମିଟର ଦୂରରେ ଥିବା ଭୁଡିଆ ଗ୍ରାମରେ ପହଞ୍ଚିଥିଲା । ଏହାପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ଏନେଇ ଏସପି ରାଜେଶ ଏସ କହିଛନ୍ତି, ମେଟା ପ୍ରଥମେ ଏନେଇ ଆଲର୍ଟ କରଥିଲା। ଏହାପରେ ସେହି ସ୍ଥାନକୁ ଯିବା ପାଇଁ ଟିମ୍ ବାହାରିଥିଲେ। ସେଠାରେ ପହଞ୍ଚିବାକୁ ୧୬ ମିନିଟ୍ ଲାଗୁଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ପୋଲିସ ସେଠାରେ ପହଞ୍ଚିଯାଇଥିଲା। ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କମ୍ୟୁନିଟି ହେଲ୍ଥ ସେଣ୍ଟର (CHC)ରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।
ପୋଲିସର ସୂଚନାନୁସାରେ, ଯୁବକ ଜଣକ ତାଙ୍କ ବାପା-ମା’ଙ୍କ ଗାଳିରେ ଅତିଷ୍ଠ ହୋଇଯାଇଥିଲେ । ଏହି କାରଣରୁ ସେ ଏପରି ପଦକ୍ଷେପ ନେଇଥିଲେ। ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟେ ସେଥିପାଇଁ ଯୁବକ ଏବଂ ତାଙ୍କ ପରିବାରକୁ କାଉନସେଲିଂ ପାଇଁ ପୋଲିସ ପରାମର୍ଶ ଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସକୁ ଠିକ ସମୟରେ ସୂଚନା ଦେବାରେ ମେଟାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମର ରିଅଲ ଟାଇମ ଆଲର୍ଟ ସିଷ୍ଟମ ଏବଂ ପୋଲିସର ସଜାଗତା ଯୋଗୁଁ ଯୁବକଙ୍କ ଜୀବନ ରକ୍ଷା କରାଯାଇପାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)