Advertisment

VIRAL VIDEO: ନାତିର ଅନ୍ତିମ ସଂସ୍କାର ବେଳେ ନାଚିଲେ ଜେଜେ, ପ୍ରକୃତ କାରଣ ଆପଣଙ୍କୁ କନ୍ଦାଇବ...

ଅତି ଆପଣାର ଲୋକଙ୍କୁ ହରାଇ ଲୋକ କାନ୍ଦୁଥିବାର ଆପଣ ଦେଖିଥିବେ । ମାତ୍ର ନାତିର ବିୟୋଗରେ ଜେଜେ ନାଚୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହେଲେ ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରୁ ବି ଆପଣା ଛାଏଁ ଲୁହ ଆସିଯିବ।

author-image
Sonali Ojha
ଅଦ୍ୟତନ ହୋଇଛି
Grandpa receives hate for dancing at teen grandson's funeral

Grandpa receives hate for dancing at teen grandson's funeral

ଆତ୍ମୀୟ ସ୍ୱଜନଙ୍କୁ ହରାଇବାର ଦୁଃଖ ଶବ୍ଦରେ ପରିପ୍ରକାଶ କରିହୁଏନି। ସେତେବେଳେ ସବୁ କିଛି ତୁଚ୍ଛ ଲାଗେ। ଦୁଃଖରେ ଭାଙ୍ଗି ପଡିଥିବା ମଣିଷ କଣ କରିବ କଣ ନ କରିବ କିଛି ବୁଝି ପାରେନି। ହେଲେ ଅତି ଆପଣାର ଲୋକଙ୍କୁ ହରାଇ ଲୋକ କାନ୍ଦୁଥିବାର ଆପଣ ଦେଖିଥିବେ । ମାତ୍ର ନାତିର ବିୟୋଗରେ ଜେଜେ ନାଚୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହେଲେ ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରୁ ବି ଆପଣା ଛାଏଁ ଲୁହ ଆସିଯିବ।

Advertisment

ଇଟାଲୀର ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଠି ଜଣେ ୧୫ବର୍ଷୀୟ ନାବାଳକର ମୃତ୍ୟୁ ପରେ ତାର ଜେଜେ କଫିନ୍ ନିକଟରେ ଡ୍ୟାନ୍ସ କରିଛନ୍ତି। ଏହି ଭିଡିଓଟି ଭାଇରାଲ୍ ହେବା ପରେ ସେ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି। ମାତ୍ର ୬୬ ବର୍ଷୀୟ ଜେଜେ, ଜିନୋ ଜେଣ୍ଟିଲିନ୍ କହିଛନ୍ତି, ଯେ ସେ ନିଜ ନାତିର ଅନ୍ତିମ ସଂସ୍କାରରେ କାହିଁକି ନାଚିଲେ? ପ୍ରକୃତରେ ତାଙ୍କ ନାତିକୁ ଖୁବ ଭଲ ପାଉଥିଲେ। ହେଲେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଲା। ନାତି ତାଙ୍କୁ ସବୁବେଳେ ନାଚିବାକୁ କହୁଥିଲେ। ହେଲେ ସେ ନାଚିପାରିନଥିଲେ। ତାଙ୍କର ଶେଷ ଇଚ୍ଛା ପୂରଣ କରିବା ପାଇଁ ସେ ଅନ୍ତିମ ସଂସ୍କାରରେ ଡ୍ୟାନ୍ସ କରିଥିଲେ।

ଅଧିକ ପଢ଼ନ୍ତୁ: Viral Video: ଅଦ୍ଭୁତ ଯୁବତୀ; ଜେଜେବାପାଙ୍କ ଅନ୍ତିମ ସଂସ୍କାରକୁ ଯିବା ପାଇଁ ନେଉଛନ୍ତି ମେକ୍‌ଅପ୍, କରୁଛନ୍ତି ରିଲ୍ସ

Advertisment

ସେ ଅତି ଭାବବିହ୍ୱଳ ହୋଇ କହିଛନ୍ତି, ମୋତେ ଲାଗିଲା ଯେମିତି ମୋ ନାତି କେଭିନ ମୋତେ ନାଚିବାକୁ କହୁଛି। ମୁଁ ତାର ସ୍ୱର ଅତି ସ୍ପଷ୍ଟ ଭାବେ ଶୁଣି ପାରୁଥିଲି। ଯେତେବେଳେ ମୁଁ ନାଚିସାରିଲି, ସେ ମୋତେ କହିଲା, ' Thank You ଜେଜେବାପା।' ଏବଂ ହଠାତ୍ ମୁଁ ଖାଲିପଣ ଅନୁଭବ କଲି, ଯେପରି ମୋ ଭିତରେ ଥିବା ସମସ୍ତ ଦୁଃଖ ବାହାରି ଆସିଛି। ତେବେ ମୋ ପୁଅ ଏବଂ ବୋହୂଙ୍କ ଅନୁମତି ନେବା ପରେ ହଁ ଡ୍ୟାନ୍ସ କରିଥିଲେ ବୋଲି କହିଛନ୍ତି। ଏଥିରେ ସେମାନେ ରାଜି ହୋଇଥିଲେ। ପ୍ରଥମେ 883 ଓ ପରେ ବ୍ରଦର୍ସ ଏବଂ ଶେଷରେ ଡିଜେ ମ୍ୟାଟ୍ରିକ୍ସର ରିମିକ୍ସ ଡ୍ୟାନ୍ସ କରିଥିଲି।

ଯେତେବେଳେ ଏହି ଡ୍ୟାନ୍ସର ଭିଡିଓ ଭାଇରାଲ ହେଲା, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହା ଉପରେ ଅନେକ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। ଏହାର ଉତ୍ତରରେ ସେ କହିଛନ୍ତି, “ମୁଁ ଜାଣି ନଥିଲି ଯେ ସେମାନେ ଏହି ଦୃଶ୍ୟକୁ ମୋବାଇଲ୍ ଫୋନ୍ ମାଧ୍ୟମରେ ସୁଟିଂ କରିବେ ଏବଂ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବ। ଯଦି ମୁଁ କାହାର ଭାବନାକୁ ଆଘାତ ଦେଇଛି, ମୁଁ କ୍ଷମା ମାଗୁଛି, କିନ୍ତୁ ମୋତେ ବିଶ୍ୱାସ କରନ୍ତୁ: ମୋ ନାତିକୁ ମୁଁ ଖୁବ ଭଲ ପାଏ ଓ ତା ପାଇଁ ମୁଁ ନାଚିଥିଲି। ”

ଏହାଛଡ଼ା ସେ କହିଥିଲେ, ଯେ ସେମାନେ ପ୍ରତିଦିନ ରାତିରେ କଥାବାର୍ତ୍ତା ହୁଅନ୍ତି। କେଭିନ ତାଙ୍କୁ ତାଙ୍କର ପ୍ରୋଜେକ୍ଟ ଏବଂ ଅନ୍ୟ ସବୁ କଥା ସେୟାର କରେ। ସେ ମୋତ ତାଙ୍କ ସାଙ୍ଗମାନଙ୍କ ସହିତ ଡିସ୍କୋକୁ ଯିବାକୁ କହେ। ସେ କେବଳ ମୋ ନାତି ନଥିଲା ମୋ ସାଙ୍ଗ ଥିଲା। ଆମେ ଦୁହେଁ ଖୁବ୍ ମଜା କରୁଥିଲୁ ବୋଲି କାନ୍ଦିକାନ୍ଦି କହିଥିଲେ।

ତେବେ କେଭିନ୍‌ ସ୍କୁଲ ଯିବା ବେଳେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାର କିଛି ସମୟ ପରେ ଜେଜେ ସେଠାରେ ପହଞ୍ଚିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡିଥିବା ନାତି ପାଖରେ ଅତି କମ୍‌ରେ ଅଧ ଘଣ୍ଟା ବସି ରହିଥିଲେ। ମାତ୍ର ସେତେବେଳକୁ ନାତିର ଦେହାନ୍ତ ହୋଇସାରିଥିଲା।

ଅଧିକ ପଢ଼ନ୍ତୁ: ମହିଳାଙ୍କ ଅଜବ କାରନାମା; ନାକର କଲେ ଅନ୍ତିମ ସଂସ୍କାର, ଦେଲେ ଭୋଜି

Accident Viral Video Funeral Viral News
Advertisment
Advertisment