Advertisment

Viral Video: ଡ୍ରାଇଭରକୁ ଅଟକାଇବା ପଡ଼ିଲା ମହଙ୍ଗା; କାର୍ ବନେଟ୍‌ରେ ଝୁଲି ରହିଲେ ୨ ଟ୍ରାଫିକ୍ ପୋଲିସ

ଟ୍ରାଫିକ୍ ନିୟମ ଭାଙ୍ଗିବା ପରେ ଡ୍ରାଇଭରକୁ ଅଟକାଉଥିଲେ ଟ୍ରାଫିକ ପୋଲିସ୍। କାର୍‌ ବନେଟ୍‌ରେ ୨୦ ମିଟର ଘୋଷାଡ଼ି ଛୁ ମାରିଲା ଡ୍ରାଇଭର୍।

author-image
Sonali Ojha
ଅଦ୍ୟତନ ହୋଇଛି
Delhi Traffic Personnel Dragged

Delhi Traffic Personnel Dragged

ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଡ୍ରାଇଭରଙ୍କୁ ଅଟକାଇବା ଟ୍ରାଫିକ ପୋଲିସଙ୍କୁ ଭାରି ପଡ଼ିଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କିଶାନଗଡରେ କାର୍ ଡ୍ରାଇଭର ରେଡ୍ ଲାଇଟ୍‌ କ୍ରସ କରିବା ପରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ୨ ଟ୍ରାଫିକ ପୋଲିସ। ହେଲେ ଡ୍ରାଇଭର କାର୍ ବନେଟ୍‌ରେ ପ୍ରାୟ ୨୦ ମିଟର ଘୋଷାଡ଼ି ନେବା ପରେ ରାସ୍ତାରେ ପକାଇ ଛୁ ମାରିଥିଲା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଏହି ଘଟଣାରେ ୨ଜଣ ନାବାଳକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

Advertisment

ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କିଶାନଗଡରେ କାର୍‌ଟି ରେଡ୍ ଲାଇଟ୍‌ କ୍ରସ କରିଥିଲା। ଟ୍ରାଫିକ ଦାୟିତ୍ୱରେ ଥିବା ଏଏସଆଇ ପ୍ରମୋଦ ଓ ହେଡ କନଷ୍ଟେବଳ ଶୈଳେସ ଚୌହାନ କାର୍ ଡ୍ରାଇଭରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କାର୍ ଡ୍ରାଇଭର ଗାଡ଼ି ମଧ୍ୟ ଅଟକାଇଥିଲେ। କିନ୍ତୁ ଯେତେବେଳେ ଶୈଲେସ ଡ୍ରାଇଭରଙ୍କୁ କାରରୁ ଓହ୍ଲାଇବାକୁ କହିଥିଲେ, ସେ ଖସି ପଳାଇବାକୁ ଚେଷ୍ଟା କରିଥିଲା ଏବଂ କାର ସହିତ ଉଭୟ ଅଧିକାରୀଙ୍କୁ ବନେଟ୍‌ରେ ଘୋଷାଡି ନେଇଥିଲା।

Advertisment

ପିସିଆର ଏକ କଲ୍ ପାଇ କିଶାନଗଡର ବେର ସରାଇ ଟ୍ରାଫିକ ଲାଇଟରେ ଏକ କାର ଟ୍ରାଫିକ ପୋଲିସକୁ ଧକ୍କା ଦେଇଥିବା ସୂଚନା ଦେଇଛି। ସ୍ଥାନୀୟ ପୋଲିସ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତ ଟ୍ରାଫିକ କର୍ମଚାରୀଙ୍କୁ PCR ଭ୍ୟାନ ଯୋଗେ ଡାକ୍ତରଖାନାକୁ ନେଇଥିବା ଜଣାପଡିଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଡ୍ରାଇଭର ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରି ଉଭୟଙ୍କୁ ୨୦ ମିଟରରୁ ଅଧିକ ବାଟ ଟାଣି ନେଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଟ୍ରାଫିକ ପୋଲିସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୋଲିସ ଏହି ଘଟଣାରେ ୨ ନାବାଳକଙ୍କୁ ଧରିଥିବା ବେଳେ ଗାଡ଼ି ମାଲିକ ଜୟ ଭଗବାନଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି।

Viral Video Traffic Police
Advertisment
Advertisment