• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜି ଝାଡ଼ଖଣ୍ଡ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ପରେ ସେ ଦେଓଘରରୁ ଦିଲ୍ଲୀ ଆସିବାର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିମାନରେ ବୈଷୟିକ ତ୍ରୁଟି କାରଣରୁ ଏହି ବିମାନଟି ଦେଓଘର ବିମାନ ବନ୍ଦରରେ କିଛି ସମୟ ଅଟକି ରହିଥିଲା । ଯାହାଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଫେରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନ ପ୍ରଚାର ପାଇଁ ଝାଡ଼ଖଣ୍ଡ ଗସ୍ତରେ ଥିଲେ । ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଆୟୋଜିତ ଜନଜାତି ଗୌରବ ଦିବସ ଉପଲକ୍ଷେ ସେ ୨ଟି ଜନସଭାରେ ଯୋଗ ଦେଇଥିଲେ । ଏହି ଦୁଇଟି କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏୟାରପୋର୍ଟ ଯିବାବେଳେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା । ବିମାନରେ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିବା ପରେ ବୈଷୟିକ ଟିମ୍‌ ବିମାନର ତ୍ରୁଟି ସଜାଡ଼ିବାକୁ ଲାଗିଥିଲେ।

ଅଧିକ ପଢ଼ନ୍ତୁ: 50 Lakh Recovered From Tyre: ଚାଲିଛି ନିର୍ବାଚନ: ଗାଡ଼ି ଟାୟାର ଭିତରୁ ମିଳିଲା ପୁଳା ପୁଳା ଟଙ୍କା; ଦେଖନ୍ତୁ ଭିଡ଼ିଓ...

ଦେଓଘର ପୂର୍ବରୁ ପିଏମ ମୋଦୀ ବିହାରର ଜମୁଇରେ ପହଞ୍ଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ସ୍ୱୀକୃତି ଦେଇ ନ ଥିବାରୁ ସମାଲୋଚନା କରିଥିଲେ । କଂଗ୍ରେସ କିମ୍ବା କାହାର ନାମ ନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ ଗୋଟିଏ ଦଳ ଏବଂ ଗୋଟିଏ ପରିବାରକୁ ସମସ୍ତ ଶ୍ରେୟ ଦେବାକୁ ଚେଷ୍ଟା କରାଯାଇଛି । ସେ ପ୍ରଶ୍ନ କରିଥିଲେ ଯେ, ଯଦି ଗୋଟିଏ ପରିବାର ହେତୁ ଆମ ଦେଶ ସ୍ୱାଧୀନତା ପାଇଥାଏ, ତେବେ ବିର୍ସା ମୁଣ୍ଡା 'ଉଲଗୁଲାନ' ଆନ୍ଦୋଳନ କାହିଁକି ଆରମ୍ଭ କରିଥିଲେ ?

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ପୂର୍ବ ସରକାରଙ୍କ ଅଧୀନରେ ଭାରତର ଆଦିବାସୀ ସମ୍ପ୍ରଦାୟଙ୍କୁ ମାନ୍ୟତା ମିଳିନଥିଲା । ଭାରତର ଆଦିବାସୀ ସମ୍ପ୍ରଦାୟଙ୍କୁ ପୂର୍ବରୁ ନ୍ୟାୟ ମିଳିନଥିଲା । ଦେଶର ସ୍ୱାଧୀନତା ସଂଗ୍ରାମରେ ଅନେକ ଆଦିବାସୀ ନେତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ସ୍ବାଧୀନତା ପରେ ଆଦିବାସୀଙ୍କ ପ୍ରତି ଅବହେଳା କରାଯାଇଛି । ଆଦିବାସୀଙ୍କୁ ଅବହେଳା ପଛରେ ରାଜନୈତିକ ଅଭିସନ୍ଧି ରହିଥିଲା । ଏହାର କାରଣ ଗୋଟିଏ ପରିବାରର ରାଜନୈତିକ ଅଭିସନ୍ଧି । ଏବେ କିନ୍ତୁ ଆଦିବାସୀଙ୍କ ବିକାଶ ପାଇଁ ଆଜି ୬ ହଜାର କୋଟିର ପ୍ରକଳ୍ପ ଆରମ୍ଭ ହୋଇଛି । ଆଦିବାସୀଙ୍କ ପାଇଁ ସ୍କୁଲ, ହଷ୍ଟେଲ, ସ୍ବାସ୍ଥ୍ୟ ସୁବିଧା ଆଦି ପ୍ରକଳ୍ପ ରହିଛି । ଆଦିବାସୀ ପରିବାର ପାଇଁ ଦେଢ଼ ଲକ୍ଷ ଆବାସର ସ୍ବୀକୃତିପତ୍ର ଦିଆଯାଇଛି । ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି ।

ସେହିପରି ଝାଡ଼ଖଣ୍ଡ ଗୋଡାର ମହାଗାମାରେ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ମଧ୍ୟ ଏକ ଘଣ୍ଟା ପାଇଁ ଅଟକିଥିଲା । ଏୟାର ଟ୍ରାଫିକ୍ ବ୍ଲକ୍ ହେତୁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ପକ୍ଷରୁ ତାଙ୍କ ଚପରକୁ ଉଡ଼ିବା ପାଇଁ ଅନୁମତି ମିଳିପାରି ନ ଥିଲା ।

ଅଧିକ ପଢ଼ନ୍ତୁ: ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ, ଦିଲ୍ଲୀରେ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ର ଗୃହମନ୍ତ୍ରୀ

OTV is now on Whatsapp

Join and get latest news update delivered to you via whatsapp

Join Now