Maoists Killed
ମହାରାଷ୍ଟ୍ର ଗଡ଼ଚିରୋଲିରେ ପୋଲିସର ବଡ଼ ଏନକାଉଣ୍ଟର । ଗୁଳିବିନିମୟ ସମୟରେ ୪ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ, ମହାରାଷ୍ଟ୍ର-ଛତିଶଗଡ଼ ସୀମା କାୱାଣ୍ଡେରେ ଏହି ଏନକାଉଣ୍ଟର ହୋଇଛି । ୪ ହାର୍ଡକୋର୍ ମାଓବାଦୀ ନିପାତ ହୋଇଥିବାବେଳେ ଘଟଣାସ୍ଥଳରୁ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ୩ଟି ରାଇଫଲ୍ ସହ ବିପୁଳ ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି ।
Advertisment
ବୁଧବାର ସକାଳେ ଛତିଶଗଡ଼ର ୪ଟି ଜିଲ୍ଲା ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିପାତ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓ ନେତା ‘ବାସବ ରାଜ’ର ମୃତ୍ୟୁ ହୋଇଥିଲା। ଏପରିକି ଏହି ଅପୂର୍ବ ସଫଳତା ପାଇଁ ଅଦିନିଆ ହୋଲି ପାଳିଥିଲେ ଯବାନ ।
ଅଧିକ ପଢନ୍ତୁ : ନକ୍ସଲ ସଂଗଠନ ମେରୁଦଣ୍ଡରେ ଶକ୍ତପ୍ରହାର, ମାଓ ନେତା ବାସବରାଜୁ ସମେତ ୨୭ ନକ୍ସଲ ନିପାତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)