Advertisment

Maoist Encounter in Chhattisgarh: ନକ୍ସଲ ସଂଗଠନ ମେରୁଦଣ୍ଡରେ ଶକ୍ତପ୍ରହାର, ମାଓ ନେତା ବାସବରାଜୁ ସମେତ ୨୭ ନକ୍ସଲ ନିପାତ

ନକ୍ସଲ ସଂଗଠନର ମେରୁଦଣ୍ଡରେ ଶକ୍ତପ୍ରହାର । ଏକା ମାଡ଼କେ ୨୭ ନକ୍ସଲଙ୍କ ସହ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜୁ ବି ସଫା । ନକ୍ସଲଙ୍କ ଶେଷଗଡ଼ କୁହାଯାଉଥିବା ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲ ଅନ୍ତର୍ଗତ ନାରାୟଣପୁରରେ ଗଲା ତିନିଦିନ ଧରି ଚାଲିଥିବା ସୁରକ୍ଷାକର୍ମୀଙ୍କ ବଡ଼ ଅପରସେନରେ ସାମ୍ନାକୁ ଆସିଛି ଏ ବଡ଼ ଖବର ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଟାର୍ଗେଟ ପୂର୍ବରୁ ସଫା

ମାଓମୁକ୍ତ ଭାରତ ଅଭିଯାନ ଦିଗରେ ବଡ଼ ସଫଳତା। ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨୭ ନକ୍ସଲ । ସବୁଠୁ ବଡ଼ କଥା ହେଉଛି ଏଇ ଅପରେସନରେ ନିପାତ ହୋଇଛି ଶୀର୍ଷ ମାଓନେତା ତଥା ସଂଗଠନର ମହାସଚିବ ବାସବରାଜୁ । ନକ୍ସଲ ବିରୋଧୀ ଲଢ଼େଇରେ ଜଣେ ମହାସଚିବ ସ୍ତରୀୟ ନେତା ନିପାତ ହେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଐତିହାସିକ ବୋଲି ଦର୍ଶାଇଥିଲା ବେଳେ ସୁରକ୍ଷାକର୍ମୀଙ୍କ ଏଭଳି ସଫଳତା ପାଇଁ ସାବାସୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Advertisment

ଅଧିକ ପଢ଼ନ୍ତୁ: ଖୋଲୁଛି ଗୁମର; ‘ଜ୍ୟୋତିଙ୍କ ଡାଏରୀ କହିବ ସତ’

ନକ୍ସଲ ସଂଗଠନର ମେରୁଦଣ୍ଡରେ ଶକ୍ତପ୍ରହାର । ଏକା ମାଡ଼କେ ୨୭ ନକ୍ସଲଙ୍କ ସହ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜୁ ବି ସଫା । ନକ୍ସଲଙ୍କ ଶେଷଗଡ଼ କୁହାଯାଉଥିବା ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲ ଅନ୍ତର୍ଗତ ନାରାୟଣପୁରରେ ଗଲା ତିନିଦିନ ଧରି ଚାଲିଥିବା ସୁରକ୍ଷାକର୍ମୀଙ୍କ ବଡ଼ ଅପରସେନରେ ସାମ୍ନାକୁ ଆସିଛି ଏ ବଡ଼ ଖବର । ମିଳିଥିବା ସୂଚନା ଅନୁସାରେ ଅବୁଝମାଡ଼ରେ ଟପ୍ କ୍ୟାଡର ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ଦୁଇ ଦିନ ତଳୁ ଅଭିଯାନ କରିଥିଲେ ଡିଆରଜି ଯବାନ । ପୂରା ଅଞ୍ଚଳକୁ କର୍ଡନ କରି କମ୍ବିଂ ବେଳେ ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା ପରେ ଆରମ୍ଭ ହୋଇଥିଲା କାଉଣ୍ଟର ଆଟାକ୍ । ଏବେଯାଏଁ ଅପରେସନ୍ ଜାରିଥିଲା ବେଳେ ଏନକାଉଣ୍ଟରରେ ମାଓ ସଂଗଠନର ମସ୍ତିଷ୍କ କୁହାଯାଉଥିବା ଶୀର୍ଷ ନେତା ସିପିଆଇ ମାଓବାଦୀ ସେଣ୍ଟ୍ରାଲ୍ କମିଟି ମୁଖ୍ୟ ତଥା ସଂଗଠନର ମହାସଚିବ ବାସବରାଜୁ ସହ ୨୭ ନକ୍ସଲ ନିପାତ ହୋଇଛନ୍ତି । ମୃତକଙ୍କ ଭିତରେ ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ମୁଖ୍ୟ ମଧୁ ଓ ମାଓବାଦୀଙ୍କ ପବ୍ଲିକେସନ୍ ୱିଙ୍ଗ ଜଙ୍ଗର ନବୀନଙ୍କ ସହ ଆହୁରି ଅନେକ କ୍ୟାଡର ଏବଂ ଶୀର୍ଷସ୍ତରର ମାଓନେତା ଥିବା ସନ୍ଦେହ କରାଯାଉଛି ।

ତେବେ କିଏ ସେ ବାସବରାଜୁ ? ନମ୍ବାଲା କେଶବ ରାଓ, ଇଏ ଗଗନ୍ନା, ଇଏ ବି ପ୍ରକାଶ, କୃଷ୍ଣା, ବିଜୟ, କମଲୁ ଏମିତି କୁଆଡ଼େ ଆଠ ଆଠଟି ଛଦ୍ମନାଁ ଏ ଦୁର୍ଦାନ୍ତ ମାଓବାଦୀର । ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସରକାରଙ୍କ ସମେତ ଏନ୍ଆଇଏ ପାଇଁ ବି ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିବା ଏଇ ୭୦ ବର୍ଷୀୟ କୁଖ୍ୟାତ ନକ୍ସଲ ମୁଣ୍ଡ ଉପରେ ଥିଲା ଦେଢ଼ କୋଟିର ପୁରସ୍କାର। ମାଓ ନେତା ଗଣପତି ପରେ ସେଣ୍ଟ୍ରାଲ କମିଟି ମୁଖ୍ୟ ପଦରେ ବସିବା ପୂର୍ବରୁ ଗରିଲା ଯୁଦ୍ଧ, ସାମରିକ କୌଶଳ ଓ ଆଇଇଡି ପ୍ରସ୍ତୁତିରେ ବେଶ୍ ଦକ୍ଷ ଥିବା ବାସବରାଜୁ ମାଓବାଦୀ କେନ୍ଦ୍ରୀୟ ସାମରିକ କମିଶନ୍ ସିଏମସିର ବି ମୁଖ୍ୟ ଥିଲା। ଦେଶରେ ଏକାଧିକ ବଡ଼ ମାଓ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବାସବରାଜୁ।

Advertisment

୭୬ ସିଆରପିଏଫ୍ ଯବାନ ସହିଦ ହୋଇଥିବା ୨୦୧୦ ଦାନ୍ତେୱାଡ଼ା ହମଲା ହେଉ କି ୨୦୧୩ ଜୀରମ ଘାଟି ହମଲା ଯେଉଁଥିରେ ତତ୍କାଳୀନ ଛତିଶଗଡ଼ କଂଗ୍ରେସ ସଭାପତି ଓ ଦଳର ବହୁ ତୁଙ୍ଗ ନେତାଙ୍କ ସହ ୨୭ ଜଣଙ୍କ ମୃତ୍ୟୁ ଘଟଣା। ଏମିତି ଅନେକ ହିଂସାକାଣ୍ଡକୁ ସଫଳତାର ସହ ଭିଆଇଥିବା ବାସବରାଜୁ ଏକଦା ଏଲଟିଟିଇ ଯୋଦ୍ଧାଙ୍କ ସହ ପ୍ରଶିକ୍ଷଣ ବି ନେଇଥିବା କୁହାଯାଉଛି । ତେବେ ବେଶ୍ କିଛି ଦିନ ଧରି ଛତିଶଗଡ଼ର ଅବୁଝମାଡ଼ ଅଞ୍ଚଳରେ ଆତ୍ମଗୋପନ କରିଥିବା ବାସବରାଜୁର ନିପାତକୁ ସୁରକ୍ଷାକର୍ମୀଙ୍କ ଐତିହାସିକ ସଫଳତା ବୋଲି ଦର୍ଶାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନକ୍ସଲବାଦ ବିରୋଧୀ ଲଢ଼େଇର ତିନି ଦଶନ୍ଧି ମଧ୍ୟରେ ଜଣେ ମହାସଚିବ ସ୍ତରୀୟ ନେତାଙ୍କୁ ଆମ ସୁରକ୍ଷା କର୍ମୀ ନିପାତ କରିଥିବା କହି ଏଥିପାଇଁ ଢେର ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ। ସେହପରି ଏହି ଅପରେସନରେ ସୁରକ୍ଷା ବାହିନୀର ସଫଳତାରେ ଗର୍ବିତ ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ ସରକାର ମାଓବାଦକୁ ନିର୍ମୂଳ କରିବା ଏବଂ ଆମ ଜନତାଙ୍କ ପାଇଁ ଶାନ୍ତି ଓ ପ୍ରଗତିର ଜୀବନ ନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ବୋଲି ଲେଖିଛନ୍ତି ମୋଦି।

ଗତ ଜାନୁଆରୀରେ ୧୩ ସହଯୋଗୀଙ୍କ ସହ ସେଣ୍ଟ୍ରାଲ୍ କମିଟି ମେମ୍ବର ଚଲପତି ଓରଫ୍ ଜୟୀରାମ ଆଉ ଅପରେସନ୍ ବ୍ଲାକ୍ ଫରେଷ୍ଟରେ ୩୧ ମାଓବାଦୀଙ୍କ ମୃତ୍ୟୁ ପରେ ଏବେ ବାସବରାଜର ନିପାତ । ମିଶନ୍ ମାଓମୁକ୍ତ ଭାରତ ଅଭିଯାନରେ ଜଣଙ୍କ ପରେ ଜଣେ ଟପ୍ ନେତାଙ୍କ ମୃତ୍ୟୁରେ ନେତୃତ୍ବ ଶୂନ୍ୟ ଅବସ୍ଥାରେ ନକ୍ସଲ ସଂଗଠନ। ତେଣୁ ଦେଖିଲେ ଲାଗୁଛି ୨୦୨୬ ମାର୍ଚ୍ଚ ଟାର୍ଗେଟର ଢେର ପୂର୍ବରୁ ବି ସଫା ହୋଇପାରେ ମାଓ ବିପଦ ।

ଅଧିକ ପଢ଼ନ୍ତୁ: ପୂରା ଟିମ ଚାହିଁ ରହିଥିଲା, ୫ ମିନିଟ ଯାଏ ହେଲାନି ବିସ୍ଫୋରଣ: ଜାଣନ୍ତୁ, ପୋଖରାନ-୧ ପରୀକ୍ଷଣର ପୂରା କାହାଣୀ

India Maoist Killed Chhattisgarh Chhattisgarh Encounter
Advertisment
Related Articles
Advertisment