Advertisment

Vigilance Raid: ଚଢାଉବେଳେ ନାକେଦମ କଲେ ଯନ୍ତ୍ରୀଙ୍କ ପତ୍ନୀ, ଭିଜିଲାନ୍ସ ହାତରୁ ଜବତ ମୋବାଇଲ ଛଡାଇ ନେଲେ

ନୂଆପଡ଼ା R&B ଡିଭିଜନ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଚଢାଉବେଳେ ଅପ୍ରୀତିକର ପରିସ୍ଥିତି । ଭିଜିଲାନ୍ସ ଅଧିକାରୀଙ୍କ ହାତରୁ ଜବତ ମୋବାଇଲ ଛଡାଇନେଲେ ଯନ୍ତ୍ରୀଙ୍କ ପତ୍ନୀ । ମହିଳାଙ୍କୁ କାବୁ କରିବାକୁ ନାକେଦମ ଭିଜିଲାନ୍ସ କର୍ମଚାରୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Vigilance Raid

Vigilance Raid

“ଛାଡ...ମୁଁ ଚୋର ନୁହେଁ...”ଏମିତି କହି ଭିଜିଲାନ୍ସ କର୍ମଚାରୀଙ୍କ ହାତରୁ ଜୋର ଜବରଦସ୍ତ ମୋବାଇଲ ଛଡାଇ ନେଉଥାନ୍ତି ମହିଳା । ଯେତେ ବୁଝାଇଲେ ବି ନିଜ ଜିଦରେ ଅଟଳ ଥାଆନ୍ତି କୁବେର ଯନ୍ତ୍ରୀଙ୍କ ପତ୍ନୀ । ସେପଟେ ଭିଜିଲାନ୍ସ କର୍ମଚାରୀମାନେ ମହିଳାଙ୍କୁ କାବୁ କରିବାକୁ ନାକେଦମ ହୋଇଛନ୍ତି । ଏହିପରିଭାବେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଥିବାବେଳେ ତାଙ୍କ ପତ୍ନୀ ବାଧା ଦେଉଥିବା ଦେଖିବାକୁ ମିଳିଛି । ନୂଆପଡ଼ା R&B ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ଘରେ ଚଢାଉ଼ ସମୟରେ ଉପୁଜିଥିଲା ଅପ୍ରୀତିକର ପରିସ୍ଥିତି । ଭିଜିଲାନ୍ସ ଜବତ କରୁଥିବା ଫୋନକୁ ମହିଳା ଜଣକ ଜୋର ଜବରଦସ୍ତ ଛଡାଇ ନେଉଥିବା ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି ।  

Advertisment

ସୂଚନା ଯୋଗ୍ୟ,ନୂଆପଡ଼ା R&B ଡିଭିଜନ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ନାଁରେ ଥିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଏକାସାଙ୍ଗରେ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ନୂଆପଡ଼ା ସମେତ ଭୁବନେଶ୍ୱର ଓ ପିପିଲିର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ରାଜଧାନୀ ଭୁବନେଶ୍ୱରର ୫ଟି ସ୍ଥାନରେ ତନାଘନା କରିଛି ଭିଜିଲାନ୍ସ ଟିମ୍ ।

ଅଧିକ ପଢନ୍ତୁ : ଭିଜିଲାନ୍ସ ଜାଲରେ R&B ଡିଭିଜନ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ୍

Vigilance Raid Odisha Vigilance
Advertisment
Related Articles
Advertisment