/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747992436.jpg)
Flickering Lights
ସରକାରୀ ବାବୁଙ୍କର ତୁଟୁନି ନାଲିବତୀ ମୋହ । ମନଇଚ୍ଛା ଗାଡ଼ିରେ ଲଗାଉଛନ୍ତି ନାଲିବତୀ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ପରିବହନ ବିଭାଗ । ଏଣିକି ଅନୁମତି ନଥିବା ଅଧୀନସ୍ଥ କାର୍ଯ୍ୟାଳୟ ଗାଡ଼ିରେ ମନଇଚ୍ଛା ଲଗେଇ ପାରିବେନି ନାଲିବତୀ କିମ୍ବା ମଲଟି କଲର ଫ୍ଲିକରିଂ ଲାଇଟ୍ । ଏନେଇ ବିଭିନ୍ନ ବିଭାଗକୁ ଚିଠି ଲେଖିଛନ୍ତି ପରିବହନ ସଚିବ ଉଷା ପାଢୀ ।
ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟରେ ବିନା ଅନୁମତିରେ ନାଲିବତୀ ଓ ଧପଧପ ହେଉଥିବା ମଲ୍ଟି କଲର ଲାଇଟ୍ ଗାଡ଼ି ଚାଲିଛି । ଯାହାର ବ୍ୟବହାର ନେଇ ପରିବହନ ବିଭାଗ ଅନୁମତି ଦେଇଥାଆନ୍ତି । କିନ୍ତୁ କେହି ବି ଏଥିପାଇଁ ଅନୁମତି ମାଗିନାହାନ୍ତି କି କାହାକୁ STA ଅନୁମତି ବି ଦେଇନି । ତଥାପି ରାସ୍ତାରେ ଗଡୁଛି ନାଲିବତୀ ଓ ମଲଟି କଲର ଫ୍ଲିକରିଂ ଲାଇଟ୍ ଥିବା ଗାଡ଼ି । ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହ କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣ ।
ଏଣିକି ସରକାରୀ ବାବୁଙ୍କୁ ଗାଡିରେ ବିଭିନ୍ନ ରଙ୍ଗର ବତୀ ବ୍ୟବହାର ଲାଗି ଅନୁମତି ନେବାକୁ ହେବ । ବିନା ଅନୁମତିରେ ପ୍ରଶାସନିକ ନିୟନ୍ତ୍ରଣରେ ଆସୁଥିବା ଅଧୀନସ୍ଥ କାର୍ଯ୍ୟାଳୟର ନିଜ ଗାଡ଼ିରେ ନାଲି, ନୀଳ, ହଳଦିଆ ବତୀ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଉଛି । ଏସଟିଏର ଅନୁମତି ନେଇ ମଲଟି କଲର ଫ୍ଲିକରିଂ ଲାଇଟ୍ ଲଗାଇ ପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)