/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747313403.jpg)
Jaishankar Over Indus Water Treaty
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବଡ଼ ସୂଚନା । ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ । ବୈଦେଶିକ ମନ୍ତ୍ରୀ କହିଛନ୍ତି, "ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ । କାଶ୍ମୀର ଉପରେ ଆଲୋଚନା ହେବାକୁ ଥିବା ଏକମାତ୍ର ବିଷୟ POK । କାଶ୍ମୀର ଆଲୋଚନା ପାଇଁ ଦ୍ୱାରା ଖୋଲା ଅଛି ।" ପାକିସ୍ତାନ ଦ୍ୱାରା କାଶ୍ମୀରରେ ଅବୈଧ ଅଧିକୃତ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆହୁରି କହିଛନ୍ତି, "ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଚାଲିଛି । ଏହା ଜଟିଳ ଆଲୋଚନା, ସବୁକିଛି ନହେବା ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୁଏନାହିଁ । ବାଣିଜ୍ୟ ଚୁକ୍ତି ପରସ୍ପର ମଧ୍ୟରେ ଲାଭଦାୟକ ହେବା ଉଚିତ । ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନି ଏହା ଉପରେ ମନ୍ତବ୍ୟ ଅସମ୍ପୂର୍ଣ୍ଣ ହେବ ।"
#ଭାରତ_ଆମେରିକା_ଟ୍ରେଡ_ଡିଲ_ଜାରି
-‘ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଚାଲିଛି’
-‘ଏହା ଜଟିଳ ଆଲୋଚନା, ସବୁକିଛି ନହେବା ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୁଏନି’
-ଗଣମାଧ୍ୟମକୁ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
-‘ବାଣିଜ୍ୟ ଚୁକ୍ତି ପରସ୍ପର ମଧ୍ୟରେ ଲାଭଦାୟକ ହେବା ଉଚିତ’
-‘ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନି ଏହା ଉପରେ… pic.twitter.com/v5YBTnorNL— ଓଟିଭି (@otvkhabar) May 15, 2025
ପାକିସ୍ତାନ ସହିତ ଭାରତର ସମ୍ପର୍କ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି, "କାରବାର କେବଳ ଦ୍ୱିପାକ୍ଷିକ ହେବ । ଦୀର୍ଘ ବର୍ଷ ଧରି ଏହା ଆମର ରାଷ୍ଟ୍ରୀୟ ମତ। ଏଥିରେ ପରିବର୍ତ୍ତନ ନାହିଁ । ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଉପରେ ହେବ । ପାକିସ୍ତାନ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳି ପାଲଟିଛି। ଏହାକୁ ବନ୍ଦ କରିବାକୁ ପଡିବ ।" ପାକିସ୍ତାନ ସହିତ ଆତଙ୍କବାଦ ବିରୁଦ୍ଧରେ କଣ କରାଯିବା ଉଚିତ ତାହା ଉପରେ ଭାରତ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।
ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହ ଭାରତ ପୂର୍ବରୁ କରିଥିବା ସିନ୍ଧୁ ନଦୀ ଚୁକ୍ତିକୁ ସ୍ଥଗିତ କରି ସମସ୍ତ କୁଟନୈତିକ ସମ୍ପର୍କ ଛିନ୍ନ କରିଥିଲା । ଫଳରେ ସିନ୍ଧୁ ନଦୀର ଜଳ ପାକିସ୍ତାନକୁ ଆବଣ୍ଟନ ହୋଇପାରୁନାହିଁ । କାରଣ ସମସ୍ତ ଚୁକ୍ତି ବାତିଲ କରିଥିଲା ଭାରତ । ତାହା ଏବେବି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ: ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍, ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ !
India-Pakistan Water Dispute: ହାଲତ୍ ଟାଇଟ୍; ସିନ୍ଧୁ ଚୁକ୍ତି ବାତିଲ ନିଷ୍ପତ୍ତିର ପୁନର୍ବିଚାର ଲାଗି ଅପିଲ୍ କଲା ପାକିସ୍ତାନ !

Pakistan Military Retreat: ପେଣ୍ଟାଗନର ପୂର୍ବତନ ଅଧିକାରୀ କହିଲେ, କୁକୁର ଭଳିଆ ହାରିଲା ପାକିସ୍ତାନ

History of Pakistan-Occupied Kashmir: କିପରି ଖଣ୍ଡ ବିଖଣ୍ଡିତ ହେଲା କାଶ୍ମୀର,କ'ଣ କହୁଛି ଇତିହାସ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)