Advertisment

Radioactive Leak Kirana Hills: ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍, ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ !

ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍ ! ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ ! ଭାଇରାଲ୍ ହେଉଛି ପାକିସ୍ତାନୀଙ୍କ ଟୁଇଟ୍। ଭାରତ ଉପରେ ଦୋଷ ଲଦିବାକୁ ହେଉଛି ପ୍ରୟାସ ।

author-image
Prasan Subudhi
ଅଦ୍ୟତନ ହୋଇଛି
Atomic reaction

Atomic reaction

ପାକିସ୍ତାନରେ ଭୟଙ୍କର ନ୍ୟୁକ୍ଲିଅର ରିଆକ୍ସନ ହୋଇଥିବାର ଖବର ଏବେ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି। ପରିସ୍ଥିତି ଏପରି ହୋଇଛି ଯେ ସାଧାରଣ ଲୋକଙ୍କୁ ଘର ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଉଛି। ଅନେକ ଦାବି କରୁଛନ୍ତି ଯେ କିରାନା ହିଲ୍ସ, ଯେଉଁଠାରେ ପାକିସ୍ତାନର ପରମାଣୁ ଘାଟି ରହିଛି, ତାହାକୁ ଭାରତ ଦ୍ୱାରା ଟାର୍ଗେଟ କରାଯିବା ପରେ ଏଠାରେ ରେଡିଓଆକ୍ଟିଭ୍ ଲିକେଜ୍ ଆରମ୍ଭ ହୋଇଛି। ଏବଂ ଚର୍ଚ୍ଚା ହେଉଛି କାଳେ ଆମେରିକା ତାର ଏକ ବିମାନକୁ ସେଠାକୁ ପଠାଇଛି ଏବଂ ରେଡିଏସନ୍ ତଦନ୍ତ ଚାଲିଛି।

Advertisment

ପ୍ରକୃତରେ, ଭାରତ ଅପରେସନ ସିନ୍ଦୂର ଅଧୀନରେ ଅନେକ ପାକିସ୍ତାନୀ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏଥିରେ ସରଗୋଧା ଏବଂ ନୁର ଖାନ ବିମାନ ଘାଟି ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ନୁର ଖାନ ଏୟାରବେସ ପାକିସ୍ତାନର ପରମାଣୁ କମାଣ୍ଡ ସେଣ୍ଟରରୁ ମାତ୍ର କିଛି କିଲୋମିଟର ଦୂର ଥିବାବେଳେ ସରଗୋଧା ବାୟୁସେନା ଘାଟି କିରାଣା ହିଲ ଠାରୁ ପ୍ରାୟ 20 କିଲୋମିଟର ଦୂରରେ ଅବସ୍ଥିତ। ତେଣୁ କିରାଣା ହିଲରେ ମଧ୍ୟ ଆକ୍ରମଣର ଖବର ଚର୍ଚ୍ଚା ହେଉଥିଲା।

ତେବେ ମେ ୧୨ ତାରିଖରେ ଏକ ପ୍ରେସ୍ ବ୍ରିଫିଂରେ ଭାରତର ଏୟାର ଅପରେସନ୍ସ ମହାନିର୍ଦ୍ଦେଶକ ଏୟାର ମାର୍ଶାଲ ଏ.କେ. ଭାରତୀ କହିଥିଲେ ଯେ "ଆମେ କିରାଣା ପାହାଡ଼ ଉପରେ ଆକ୍ରମଣ କରିନାହୁଁ। ଏଠାରେ ପରମାଣୁ ପ୍ରତିଷ୍ଠାନ ଅଛି ବୋଲି ଆମେ ଜାଣିନାହୁଁ।

Advertisment

ହେଲେ ପ୍ରେସ ରିଲିଜ ପରେ ରେଡିଓଆକ୍ଟିଭ୍ ଲିକେଜ୍ ଖବର ଆସିବା ଆରମ୍ଭ ହୋଇଯାଇଥିଲା। ଏହି ଗୁଜବକୁ ଆହୁରି ଘିଅ ଢାଳିଥିଲା ଯେତେବେଳେ ଏକ ଫ୍ଲାଇଟ୍ ଟ୍ରାକର୍ସ ପାକିସ୍ତାନୀ ଆକାଶ ସୀମାରେ ଏକ ଆମେରିକୀୟ B350 AMS ବିମାନ ଦେଖିଦେଇଥିବାର ଦାବି କରାଯାଇଥିଲା। ରେଡିଓଆକ୍ଟିଭ୍ ଲିକ୍ ଚିହ୍ନଟ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଥାଏ। ହେଲେ ଏହା ପାକିସ୍ତାନ ଆସିଥିବା ପଛର ସତ୍ୟତା ଏବେବି ସନ୍ଦେହ ଘେରରେ।

ତେବେ ଆମେରିକାର ବୈଦେଶିକ ବିଭାଗର ପ୍ରମୁଖ ଉପ ମୁଖପାତ୍ର ଥମାସ୍ ପିଗଟ୍ ଙ୍କୁ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିୟୁକ୍ଲିଅର ରିଆକ୍ସନ ବିଷୟରେ ପଚାରାଯାଇଥିଲା, ହେଲେ ସେ କହିଛନ୍ତି ତାଙ୍କ ପାଖରେ ସେପରି କୌଣସି ଖବର ନାହିଁ। 

India Pakistan Nuclear Weapons
Advertisment
Advertisment