Advertisment

India-Pakistan Water Dispute: ହାଲତ୍ ଟାଇଟ୍; ସିନ୍ଧୁ ଚୁକ୍ତି ବାତିଲ ନିଷ୍ପତ୍ତିର ପୁନର୍ବିଚାର ଲାଗି ଅପିଲ୍ କଲା ପାକିସ୍ତାନ !

ଏପ୍ରିଲ ୨୨ରେ ପହଲଗାମ୍ ହମଲା ପରେ ୨୩ ତାରିଖରେ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ଭାବେ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା ଭାରତ । ତେବେ ସୂଚନା ଅନୁସାରେ, ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ ଚିଠି ଲେଖି ଅପିଲ୍ କରିଛି ଇସଲାମାବାଦ।

author-image
Tapaswini Nayak
pakistan

pakistan

ଭାରତର ଜଳ ପ୍ରହାରକୁ ମାସଟେ ବି ସମ୍ଭାଳି ପାରିଲାନି ପାକିସ୍ତାନ। ସିନ୍ଧୁ ଜଳ ଚୁକ୍ତିକୁ ବାତିଲ ଘୋଷଣାର ୩ ସପ୍ତାହରେ ହାଲତ୍ ଟାଇଟ୍। ସିନ୍ଧୁ ଜଳ ଚୁକ୍ତି ବାତିଲ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଲାଗି ଅପିଲ୍ କରିଛି ପାକିସ୍ତାନ। ଏନେଇ ବିଧିବଦ୍ଧ ଭାବେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇନଥିଲେ ବି, ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଜୋର୍ ଧରିଛି।

Advertisment

ଅଧିକ ପଢ଼ନ୍ତୁ:କରାଚୀ ଉପରେ ହୋଇଥାନ୍ତା ହମଲା ;ଘେରିଥିଲେ ଭାରତର ୩୬ ଯୁଦ୍ଧପୋତ !

ଏପ୍ରିଲ ୨୨ରେ ପହଲଗାମ୍ ହମଲା ପରେ ୨୩ ତାରିଖରେ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ଭାବେ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା ଭାରତ । ତେବେ ସୂଚନା ଅନୁସାରେ, ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ ଚିଠି ଲେଖି ଅପିଲ୍ କରିଛି ଇସଲାମାବାଦ। ପାକିସ୍ତାନର ଜଳସଂପଦ ମନ୍ତ୍ରାଳୟ ସଚିବ ସୟଦ ଅଲି ମୁର୍ତଜା ଭାରତର ଜଳଶକ୍ତି ମନ୍ତ୍ରାଳୟ ସଚିବ ଦେବଶ୍ରୀ ମୁଖାର୍ଜୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।

ଏହି ଚୁକ୍ତି ଦ୍ବାରା ପାକିସ୍ତାନ ପାଉଥିବା ପାଣି ଉପରେ କୋଟି କୋଟି ଲୋକ ନିର୍ଭର କରୁଛନ୍ତି ବୋଲି ଲେଖିବା ସହ ଭାରତର ନିଷ୍ପତ୍ତି ଏକପାଖିଆ ଓ ବେଆଇନ ବୋଲି ଦର୍ଶାଇଛି ପାକିସ୍ତାନ। ଏହା ପାକିସ୍ତାନର ଲୋକ ଓ ଅର୍ଥନୀତି ଉପରେ ଆକ୍ରମଣ ବୋଲି ଚିଠିରେ ଉଲ୍ଲେଖ ଥିବା ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନଥିବା ବେଳେ, ଭାରତ ନିଜ ନିଷ୍ପତ୍ତି ଉପରେ ଅଟଳ ରହିବ ବୋଲି ସୂଚନା ମିଳିଛି।

Advertisment

ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ପାକିସ୍ତାନ ସୀମାପାର ଆତଙ୍କବାଦକୁ ନରୋକିବା ଯାଏଁ ସିନ୍ଧୁ ଜଳ ଚୁକ୍ତି ବାତିଲ ରହିବ। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏକାଠି ବହିପାରିବନି ରକ୍ତ ଓ ପାଣି।

ସୂଚନାଯୋଗ୍ୟ ଯେ, ଆଗକୁ ଫସଲ ବିହନ ବୁଣା ସମୟ ଆସୁଥିବାରୁ ସିନ୍ଧୁ ଜଳସଂକଟ ପାକିସ୍ତାନର ନିଦ ହଜାଇଛି ।

ଅଧିକ ପଢନ୍ତୁ: ଚୀନ୍ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ପ୍ରହାର

India Pakistan Sindhu Operation Sindoor
Advertisment
Advertisment