/odishatv-khabar/media/post_attachments/uploadimage/library/16_9/16_9_0/India_Wins_1747303265.jpg)
India Wins
ପେଣ୍ଟାଗନର ଜଣେ ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ଅସ୍ତ୍ରବିରତି କରିବାକୁ ବାଧ୍ୟ ହେଲା ପାକିସ୍ତାନ । ପାକିସ୍ତାନ ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡିଲା ବୋଲି ସେ କହିଛନ୍ତି । ରୁବିନ କହିଛନ୍ତି, ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଉଭୟ କୂଟନୈତିକ ଓ ସାମରିକ ସ୍ତରରେ ବିଜୟ ଲାଭ କରିଛି । ଏବେ ସାରା ବିଶ୍ୱର ନଜର ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ରହିଥିବା ସେ କହିଛନ୍ତି ।
ପେଣ୍ଟାଗନର ଏହି ପୂର୍ବତନ ଅଧିକାରୀ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଚାଲିଥିଲା । ଭାରତ ପାକିସ୍ତାନର ଏୟାରଫିଲ୍ଡ ଗୁଡିକୁ ନିଷ୍କ୍ରିୟ କରିଦେବା ପରେ ପାକିସ୍ତାନ ଡରି ଯାଇଥିଲା । ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତ ପିନ୍ ପଏଣ୍ଟେଡ ଆକ୍ରମଣ କରିଥିଲା ।
ଲକ୍ଷ୍ୟସ୍ଥଳକୁ ଉଡାଇବାରେ ସକ୍ଷମ ହୋଇଥିଲା । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ପାକିସ୍ତାନ ବ୍ୟାକଫୁଟକୁ ଚାଲିଯାଇଥିଲା । ପାକିସ୍ତାନର ଏୟାରଫିଲ୍ଡ ଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା । ଠିକ୍ ଭାବେ କାମ କରିନଥିଲା । ତେଣୁ ଆକ୍ରମଣର ପରିଣାମ କଣ ହେବ, ତାହା ବୁଝି ଯାଇଥିଲା ପାକିସ୍ତାନ ।
ଭାରତର ରଣକୌଶଳ ତୀକ୍ଷ୍ନ ଥିଲା । ଆତଙ୍କବାଦୀମାନଙ୍କ ଶେଷକୃତ୍ୟରେ ପାକିସ୍ତାନର ଅଧିକାରୀମାନେ ୟୁନିଫର୍ମ ପିନ୍ଧି ଯୋଗ ଦେଇଥିଲେ । ତେଣୁ ପାକିସ୍ତାନୀ ସେନା ଅଧିକାରୀ ଓ ଆତଙ୍କବାଦୀଙ୍କ ମଧ୍ୟରେ କୌଣସି ଫରକ ନଥିବା ସାରା ବିଶ୍ୱକୁ ବାର୍ତ୍ତା ଗଲା । ପାକିସ୍ତାନର ବ୍ୟବସ୍ଥା ଭିତରେ ଆତଙ୍କବାଦ ଥିବାର ଜଣାପଡିଗଲା ବୋଲି ସେ କହିଛନ୍ତି । ପାକିସ୍ତାନ ଯେତେବେଳେ ବି ଭାରତ ସହ ଲଢ଼ିଛି, ଜିତିଛି ବୋଲି ଭାବିକି ଖୁସି ହୁଏ । କିନ୍ତୁ ଏହି ୪ ଦିନର ଉତ୍ତେଜନା ଅଲଗା ପ୍ରକାର ଥିଲା ।
ଅଧିକ ପଢ଼ନ୍ତୁ: ‘ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି’
ମାଇକେଲ୍ ରୁବିନ କହିଛନ୍ତି, ପାକିସ୍ତାନ ମାଟିରେ ଆତଙ୍କୀ ଆଡ୍ଡା ଧ୍ୱଂସ କରିବାରେ ସକ୍ଷମ ହେଲା ଭାରତ । ଯେତେବେଳେ ପାକିସ୍ତାନ ପ୍ରତି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲା, ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଜାମ୍ କରିଦେଇଥିଲା ଭାରତ ।
ପାକିସ୍ତାନ ଆର୍ମି ଚିଫ୍ ଜେନେରାଲ୍ ଅସୀମ ମୁନିରଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମାଇକେଲ୍ ରୁବିନ୍ । ପାକିସ୍ତାନ ସେନାବାହିନୀରେ କିଛି ସମସ୍ୟା ରହିଛି । ମୁନିରଙ୍କ କାର୍ଯ୍ୟଦକ୍ଷତା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ପାକିସ୍ତାନ ପ୍ରଥମେ ନିଜ ଘରକୁ ସଫା କରୁ ବୋଲି ପରାମର୍ଶ ଦେଇଛନ୍ତି ମାଇକେଲ୍ ରୁବିନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)