/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680509408.jpg)
Stray Dog Attack
ବୁଲା କୁକୁରଙ୍କ ଦୌରାମ୍ୟ ଏବେ ଏତେ ଅଧିକା ହୋଇଗଲାଣି ଯେ, ଯାହା ବୟାନ କରିବା କଷ୍ଟକର ହୋଇପଡ଼ିଛି । କେତେବେଳେ ଦୁର୍ଘଟଣା ତ କେତେବେଳେ ଆଉ କିଛି । ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ ।
ତେବେ ଏହିଭଳି କିଛି ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି । ସିସିଟିଭିରେ କଏଦ ହୋଇଛି ଏହି ଅଭାବନୀୟ ଘଟଣା । ଭିଡିଓରେ ଦେଖିବାକୁ ମିଳିଛି ଯେ, ସ୍କୁଟରରେ ଦୁଇଜଣ ମହିଳା ନିଜ ପିଲାକୁ ସ୍କୁଲ୍ ନେଇ ଯାଉଛନ୍ତି । ଏହି ସମୟରେ କିଛି ବୁଲା କୁକୁର ପଲ ତାଙ୍କୁ ଗୋଡ଼ାଉଛନ୍ତି । ପରିସ୍ଥିତି ଏମିତି ହେଲା କି ମହିଳା ଜଣକ ଭାରସାମ୍ୟ ହରାଇ ସାମ୍ନାରେ ଥିବା କାରକୁ ଧକ୍କା ଦେଇଛନ୍ତି ।
ବୁଲା କୁକୁରଙ୍କ ପାଇଁ ଦୁର୍ଘଟଣା..ଗୋଡ଼ାଇଲେ କୁକୁର, କାରକୁ ମହିଳା ପିଟିଦେଲେ ସ୍କୁଟର#Accident#StrayDogs#Berhampur#Odisha#OTVpic.twitter.com/sZx9T0ar66
— ଓଟିଭି (@otvkhabar) April 3, 2023
ଅଧିକ ପଢ଼ନ୍ତୁ: ମାତିଛନ୍ତି ବୁଲା କୁକୁର, କୁନି ଛୁଆଙ୍କୁ ବାହାରେ ଖେଳିବାକୁ ଛାଡ଼ିଲେ ରଖନ୍ତୁ ନଜର
ଏହି ଦୃଶ୍ୟ ହେଉଛି, ବ୍ରହ୍ମପୁର ଗାନ୍ଧିନଗର ସପ୍ତମ ଲେନର । ଯେଉଁଠି ଦୁଇ ମହିଳା ସୁପ୍ରିୟା ଓ ସସ୍ମିତା ତାଙ୍କ ଛୁଆକୁ ନେଇ ସ୍କୁଟରରେ ଯାଉଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଛି । ଆଜି ସକାଳୁ କଲୋନୀରେ ବୁଲୁଥିବା କୁକୁର ତାଙ୍କୁ ପିଛା କରିବା ସହ ଗୋଡ଼ାଇ ଥିଲେ । ଏଥିରେ ଡରି ଯାଇ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଭଳି ଘଟଣା ପ୍ରଥମ ନୁହେଁ, ଏହାପୂର୍ବରୁ ବି ବୁଲା କୁକୁରଙ୍କ ଦ୍ୱାରା ଅନେକ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)