• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଘନ୍ୟ...ବର୍ବର...ଘୃଣ୍ୟ...ବିଷାକ୍ତ ଖାଦ୍ୟ ଦେଇ କୁକୁରଙ୍କୁ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ୬ଟି କୁକୁରଙ୍କ ଯାଇଛି ଜୀବନ । ସଭ୍ୟ ସମାଜକୁ ନିନ୍ଦିତ ଓ ପ୍ରଶ୍ନ ସୃଷ୍ଟି କରୁଥିବା ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱର ରେ ଘଟିଛି ।

ଚନ୍ଦ୍ରଶେଖରପୁର ଶ୍ରୀଅନ ଶ୍ରମିକ ବସ୍ତି ଅଞ୍ଚଳରେ ବୁଲା କୁକୁରଙ୍କୁ କେହି ବିଷାକ୍ତ ଖାଦ୍ୟ ଦେଇ ୬ଟି କୁକୁରକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ, ଏବେ ସ୍ଥାନୀୟ ଅଞ୍ଚଳରେ ଅନେକ କୁକର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଏନେଇ ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ସେପଟେ ବ୍ରହ୍ମପୁରରେ ଭିନ୍ନ ଏକ ଘଟଣା ଘଟିଛି । ଏକ ସିସିଟିଭି ଫୁଟେଜ୍‌ରେ କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି । ସ୍କୁଟରରେ ଯାଉଥିବା ଦୁଇ ମହିଳାଙ୍କୁ ଗୋଡ଼ାଉଛନ୍ତି କୁକୁର ପଲ । ପରିସ୍ଥିତି ଏମିତି ହୋଇଛି ଯେ ମହିଳା ଜଣକ ଭାରସାମ୍ୟ ହରାଇ ସାମ୍ନାରେ ଥିବା କାରକୁ ଧକ୍କା ଦେଇଛନ୍ତି । ବ୍ରହ୍ମପୁର ଗାନ୍ଧିନଗର ସପ୍ତମ ଲେନରେ ଦୁଇ ମହିଳା ସୁପ୍ରିୟା ଓ ସସ୍ମିତା ତାଙ୍କ ଛୁଆକୁ ନେଇ ସ୍କୁଟରରେ ଯାଉଥିବା ବେଳେ ଆଜି ସକାଳୁ କଲୋନୀରେ ବୁଲୁଥିବା କୁକୁର ତାଙ୍କୁ ପିଛା କରିବା ସହ ଗୋଡ଼ାଇ ଥିଲେ ।