/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659510433.jpg)
special report
ଓଡ଼ିଶାରେ ମାଳମାଳ ବୁଲା କୁକୁର । ଦେଶରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ଅଛନ୍ତି ଓଡ଼ିଶାରେ । ଏଭଳି କିଛି ସୂଚନା ସଂସଦରେ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା । ଓଡ଼ିଶାରେ୧୭ ଲକ୍ଷରୁ ଅଧିକ ବୁଲା କୁକୁର ଅଛନ୍ତି । ସେହିପରି ଦେଶରେ ଉତ୍ତରପ୍ରଦେଶ ପରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ଓଡ଼ିଶାରେ ରହିଛନ୍ତି ।
୨୦୧୯ ପଶୁ ଗଣନା ଅନୁସାରେ, ଓଡ଼ିଶାରେ ୧୭ ଲକ୍ଷ ୩୪ ହଜାର ଅଛନ୍ତି ବୁଲା କୁକୁର । ଓଡ଼ିଶାରେ ୨୦୧୨ରେ ୮ ଲକ୍ଷ ୬୨ ହଜାର ବୁଲା କୁକୁର ଥିବା ବେଳେ ୨୦୧୯ରେ ଏହା ଦ୍ୱିଗୁଣିତ ହୋଇଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବାକୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା ବିଶେଷ ଫଳପ୍ରଦ ହୋଇପାରିନାହିଁ।
ଜନ୍ମ ନିୟନ୍ତ୍ରଣ ପାଇଁ ସରକାର ବାର୍ଷିକ ୨ କୋଟିରୁ ଅଧିକ ଖର୍ଚ୍ଚ କଲେ ବି ଏହା ଉପରେ ରୋକ ଲାଗି ପାରିନି । ସେହିପରି ଫିସରିସ୍ ଆଣ୍ଡ ଆନିମଲ୍ ରିସର୍ଚ୍ଚ ଡେଭଲମେଣ୍ଟ ଡିପାର୍ଟମେଣ୍ଟ-FARD ବି ଏନେଇ ପ୍ରତିକ୍ରିୟା ରଖିଛି । ସମ୍ବଳ ଅଭାବ ଯୋଗୁଁ ଆବଶ୍ୟକ ମୁତାବକ କୁକୁର ବନ୍ଧ୍ୟାକରଣ ଦେଶରେ ହୋଇପାରୁନି ବୋଲି FARD ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)