/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682667598.jpg)
Vande Bharat Express
ପୁରୀରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱର ଷ୍ଟେସନରୁ ଯାତ୍ରାକରି ପୁରୀରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ଓଡ଼ିଶା ରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି । ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଟ୍ରେନ ଛାଡ଼ିଥିଲା । ପରେ ପରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ଖଡ଼ଗପୁର, ଭଦ୍ରକ, ଯାଜପୁର , କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରେ ଏହି ଅତ୍ୟାଧୁନିକ ଟ୍ରେନ୍ ୨ ମିନିଟ ଲେଖାଏଁ ରହିଥିଲା । ପୁଣି ୧.୫୦ ମିନିଟରେ ପୁରୀ ଛାଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ରାତି ୮ଟା ୩୦ରେ ହାୱଡାରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।
ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)