Advertisment

ଶହେ ଟପିଲା ଟମାଟୋ ଦର, କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି...

ଶହେ ଉପରେ ଟମାଟୋ ଦର।  ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Tomato Price Hike

Tomato Price Hike

Advertisment

ଶହେ ଉପରେ ଟମାଟୋ ଦର। କଟକ ରେ ଟମାଟୋ କିଲୋ ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱର ରେ କେଜି ପ୍ରତି ଶହେ ଟଙ୍କା ରହିଛି ଟମାଟୋ ଦର। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେ ମଧ୍ୟ ବିଭିନ୍ନ ବଜାରରେ ଟମାଟୋ କେଜି ଶହେ ଟଙ୍କାରେ ବିକ୍ରି ହେଉଛି।  

Advertisment

ସେହିପରି ଷ୍ଟିଲ୍‌ ସିଟି ରାଉରକେଲାରେ ଟମାଟୋ କେଜି ୯୦ ଟଙ୍କାରେ ବିକ୍ରି ହେଉଛି। ରାଜଧାନୀ ଭୁବନେଶ୍ୱର ୧ ନମ୍ବର ମାର୍କେଟ୍‌ରେ ଟମାଟୋ ଦର କେଜି ୮୦ ଟଙ୍କା ରହିଛି। ସମ୍ବଲପୁର ରେ ମଧ୍ୟ ଟମାଟୋ କେଜି ପ୍ରତି ୮୦ରୁ ୯୦ ଟଙ୍କା ମଧ୍ୟରେ ରହିଛି। କୋରାପୁଟ ରେ ଦର ସାମାନ୍ୟ କମ୍‌ ରହିଛି। ଏଠାରେ ଟମାଟୋ କେଜି ପ୍ରତି ୫୦ ଟଙ୍କା ରହିଛି।

କେବଳ ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ବେଙ୍ଗାଲୁରୁରେ ଟମାଟୋ କେଜି ପ୍ରତି ଶହେ ଟଙ୍କା ପାର୍‌ କରିଛି। ଟମାଟୋ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Tomato Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ