Advertisment

ଭୁବନେଶ୍ୱର ଫୋରେନସିକ୍ ଲ୍ୟାବକୁ ଆସିଲା ଗୁପ୍ତଚର ପାରା

ପାରାଦୀପରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରା ଫୋରେନସିକ୍ ଲ୍ୟାବ୍ ଗଲା

author-image
Prangyan Parimita
ଅଦ୍ୟତନ ହୋଇଛି
Suspicious Pegion With Camera Brought to Bhubaneswar Forensic Lab For Investigation

Spy pigeon

ଭୁବନେଶ୍ୱର ସ୍ଥିତ ଫୋରେନସିକ୍ ଲ୍ୟାବକୁ ଅଣାଗଲା କୋଣାର୍କ ନିକଟବର୍ତ୍ତୀ ସମୁଦ୍ରରୁ ଧରାପଡିଥିବା ସନ୍ଦିଗ୍ଧ ପାରା । ପାରା ଗୋଡ଼ରେ ବନ୍ଧା ହୋଇଥିବା ଯନ୍ତ୍ରାଂଶ ଗୁଡିକ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବ । ପାରାକୁ ଲ୍ୟାବ୍ ଆଣିଛନ୍ତି କଟକର ଏକ ସ୍ୱତନ୍ତ୍ର ଟିମ୍ । ପ୍ରଥମେ ପାରାଦୀପ ମେରାଇନ ଥାନା ଅଧିକାରିଣୀ ପାରାକୁ ନେଇ କଟକ ଆସିଥିଲେ ।

Advertisment

ପାରାଠୁ ଜବତ ଡିଭାଇସ ଭୁବନେଶ୍ୱର ଫୋରେନସିକ୍ ଲ୍ୟାବକୁ ଅଣାଯାଇଛି । ପାରା ଦେହରେ ଲେଖାଥିବା ଭାଷା ଏବଂ ମେସେଜକୁ ବିଶେଷଜ୍ଞଙ୍କ ଦ୍ୱାର ଅନୁଧ୍ୟାନ କରାଯିବ। କେଉଁ ଅଞ୍ଚଳରୁ ପାରାଟି ଆସିଛି ଜାଣିବା ପାଇଁ ଚେଷ୍ଟା କରାଯାଉଛି। ପାରା ଦେହରୁ ଜବତ ସ୍ପାଏ କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଚିପ୍ ସାଇବର ଏକ୍ସପର୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ । ବିଶେଷଜ୍ଞମାନେ ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକରେ କଣ ତଥ୍ୟ ରହିଛି ସେସବୁର ଆନାଲିସିସ୍ କରିବେ ।

ତାପରେ ସ୍ପଷ୍ଟ ହେବ, ଏହା କୌଣସି ଶତ୍ରୁ ଦେଶ ଦ୍ୱାରା ପ୍ରେରିତ ଗୁପ୍ତଚର ପାରା କି ନୁହେଁ । ଯନ୍ତ୍ରାଂଶ ଖୋଲି ରଖାଯିବା ପରେ ପାରାକୁ କଟକସ୍ଥିତ ଡଗ୍ ଆଣ୍ଡ ପିଜନ୍ ସ୍କ୍ୱାର୍ଡ ନେଇଯିବ । ମାଛଧରା ଟ୍ରଲରରେ ବସିଥିବା ବେଳେ ପାରାକୁ ଧରିଥିଲେ ମତ୍ସ୍ୟଜୀବୀ।

Advertisment
Pigeon
Advertisment
Advertisment