Advertisment

ମନ୍ଦିର ଦର୍ଶନରେ ବାରମ୍ବାର ଦଳାଚକଟା ପରିସ୍ଥିତି କାହିଁକି ?

କଟକ ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ସହ ୪୦ ଜଣ ଆହତ ଘଟଣା ପରେ ସେଠି ଲାଗିଛି ୧୪୪ ଧାରା।

ଅଦ୍ୟତନ ହୋଇଛି
Stampede At Puri Srimandir

Know what triggered stampede-like situation at Puri Srimandir

Advertisment

ପୁଣି ଶ୍ରୀମନ୍ଦିରରେ ଅଘଟଣ। ଦର୍ଶନ ପାଇଁ ଅସମ୍ଭବ ଭିଡ଼। ଠେଲାପେଲା, ଭକ୍ତ ଅଣନିଶ୍ୱାସୀ। ଏଭଳି ସ୍ଥିତି କାହିଁକି ଉପୁଜୁଛି.। ଇଏ ଆଜି ସକାଳର ଘଟଣା। ଦ୍ୱାର ଫିଟିବା ଆରମ୍ଭ ମାତ୍ରେ ବ୍ୟାରିକେଡ୍ ଭିତରେ ଭୋରରୁ ଅପେକ୍ଷାରତ ଶହ ଶହ ଭକ୍ତ ଧାଁ ଧପଡ଼ ହୋଇ ସିଂହଦ୍ୱାର ବାଟେ ମନ୍ଦିର ପ୍ରବେଶ କରିଥିଲେ। ସକାଳ ପ୍ରାୟ ସାଢ଼େ ୭ଟା ପାଖାପାଖି ଠାକୁରଙ୍କ ମଙ୍ଗଳ ଆଳତି ଚାଲିଥିବାବେଳେ ଦର୍ଶନ ପାଇଁ ଭିତରେ ପ୍ରବଳ ଠେଲାପେଲା ହୋଇଥିଲା। ଯେଉଁଥିଲେ ପୁରୀ ହାଡ଼ଗୋଡ଼ିଆ ସାହିର ସୁଲୋଚନା ସାହୁ ଓ କଟକ ର ଦିବ୍ୟା ସାହୁ ଅଣନିଶ୍ୱାସୀ ହୋଇ ତଳେ ପଡ଼ିଯିବା ସହ ଅସୁସ୍ଥ ହୋଇ ପଡିଥିଲେ।

Advertisment

ପରେ ତାଙ୍କୁ ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଏବେ ଭଲ ଅଛି। ସୂଚନା ଅନୁସାରେ ନୀତି ବିଳମ୍ବ ଯୋଗୁଁ ଗତକାଲି ରାତିରେ ହେବାକୁ ଥିବା ଠାକୁରଙ୍କ ପହୁଡ଼ ନୀତି ଆଜି ଭୋର୍ ୪ଟାରେ ହୋଇଥିଲା। ଫଳରେ ଆଜି ଦ୍ୱାର ଫିଟା ନୀତି ବେଳକୁ ସକାଳ ୬ଟା ୧୫ ବାଜି ଯାଇଥିଲା। ଏହି ସମୟରେ ହଜାର ହଜାର ଭକ୍ତ ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହିଥିଲେ। ନୂଆବର୍ଷ ସମୟରେ ବି ବାଇଶି ପାହାଚରେ ପ୍ରବଳ ଗହଳିରେ ଅସ୍ତବ୍ୟସ୍ତ ହୋଇ କିଛି ସ୍କୁଲ ଛାତ୍ରୀ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ଜିଲ୍ଲାପାଳ ଆଜି ଘଟଣା ସମ୍ପର୍କରେ ଖବର ପାଇ ସ୍ଥିତି ଯାଞ୍ଚ କରିଥିଲେ ବି ନୀତିକାନ୍ତି ବିଶୃଙ୍ଖଳା ନେଇ ପ୍ରତିକ୍ରିୟା ରଖିନାହାନ୍ତି। ସେପଟେ ଆଜିର ଘଟଣାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ବଢିଛି।

ଅଧିକ ପଢ଼ନ୍ତୁ: ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟା ପାଇଁ ଦାୟୀ କିଏ: ପବ୍ଲିକ୍ ନା ପୋଲିସ୍ ?

Advertisment

ତେଣେ କଟକ ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ସହ ୪୦ ଜଣ ଆହତ ଘଟଣା ପରେ ସେଠି ଲାଗିଛି ୧୪୪ ଧାରା। ଆଜି ଓ ଆସନ୍ତାକାଲି ପାଇଁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ଦର୍ଶନକୁ ମନା ହୋଇଛି। ମେଳାକୁ ଆସିଥିବା ୩ଶହ ପାଖାପାଖି ଦୋକାନୀଙ୍କୁ ଫେରି ଯିବାକୁ କହିଛି ପ୍ରଶାସନ। ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ୭ ପ୍ଲାଟୁନ୍ ଫୋର୍ସ। ଏଠି ପ୍ରଶ୍ନ- ଚୋର ଗଲା ପରେ ବୁଦ୍ଧି ପଶିବା ଭଳି ଗତକାଲି ମାତ୍ର ୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ଆଜି ୭ ପ୍ଲାଟୁନ୍ କଣ ପାଇଁ?

ସେହିପରି କୋଭିଡ୍ କଟକଣା ହଟିବା ପରେ ଓ ଟି-ସେତୁ ଉଦଘାଟନ ପରେ ଚଳିତବର୍ଷ ପ୍ରଥମ ମକର ମେଳା ହୋଇଥିବାରୁ କେମିତି ଲକ୍ଷାଧିକ ଭକ୍ତଙ୍କ ଆଗମନର ଆକଳନ କରିପାରିଲାନି ପ୍ରଶାସନ? ଯେହେତୁ ଏହା ଏକ ପ୍ରଶସ୍ତ ସେତୁ ନୁହେଁ, କାହିଁକି ଯିବା ଆସିବା ପାଇଁ ଅଲଗା ଅଲଗା ବ୍ୟାରିକେଡ୍ ଲଗା ଯାଇନଥିଲା। ଏଥିସହ ସେଠାରେ କାହିଁକି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇନଥିଲା? ଏସବୁ ତ୍ରୁଟି ଯୋଗୁଁ ଏତେବଡ଼ ଅଘଟଣ ଘଟିଲା ବୋଲି ସିଧା ସିଧା କହିଛନ୍ତି ସିଂହନାଥ ପୀଠର ସେବକ। ଏପଟେ ଆହତମାନଙ୍କ ମଧ୍ୟରୁ ଗୁରୁତର ଥିବା ୪ ଜଣଙ୍କର ଚିକିତ୍ସା ଏବେ ମେଡିକାଲ୍‌ର ଆଇସିୟୁରେ ଚାଲିଛି।

Advertisment
Puri Srimandir Stampede Stampede At Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ