Advertisment

ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟା ପାଇଁ ଦାୟୀ କିଏ: ପବ୍ଲିକ୍ ନା ପୋଲିସ୍ ?

ସିଂହନାଥ ପୀଠରେ ଅସମ୍ଭାଳ ଭିଡ଼ ପାଇଁ ଦଳାଚକଟା ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Makar Mela Stampede on T Bridge

Stampede on T-Bridge during Makar Mela

ଅସମ୍ଭାଳ ଭିଡ଼ର ଭୟଙ୍କର ପରିଣାମ। କଟକ ବଡ଼ମ୍ବା T-ବ୍ରିଜ୍‌ ଉପରେ ଲକ୍ଷ ଲକ୍ଷ ଲୋକ। ହେଲେ କେହିବି ଭାବିନଥିଲେ ଏହି ସମାଗମ ଏକ ଅଘଟଣର କାରଣ ପାଲଟିବ। ଦର୍ଶନ ବେଳେ ଆରମ୍ଭ ହୋଇଗଲା ଦଳାଚକଟା। ଦଳାଚକଟାରେ ୨ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ୧୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି।

Advertisment

କଟକ ବଡ଼ମ୍ବା T ବ୍ରିଜରେ ଦଳାଚକଟାରେ ୨ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ୨୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଉଛି। ସିଂହନାଥ ପୀଠରେ ଅସମ୍ଭାଳ ଭିଡ଼ ପାଇଁ ଦଳାଚକଟା ହୋଇଛି। ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରହିଛି। ମକରମେଳା ପାଇଁ ଅସମ୍ଭାଳ ଭିଡ଼ ହୋଇଥିଲା। ମହାନଦୀ ଉପରେ ରହିଛି ଏହି T ବ୍ରିଜ୍। ମହାନଦୀ ସେତୁରୁ ସିଂହନାଥ ପୀଠକୁ ସଂଯୋଗ କରେ ଟି-ବ୍ରିଜ୍। କିଛି ମାସ ତଳେ ଲୋକାର୍ପିତ ହୋଇଥିଲା ଟି-ବ୍ରିଜ୍।

ଦଳାଚକଟା ଘଟଣା ସଂପର୍କରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି ଯେ  ଆଶାତିତ ଲୋକ ଆସିଯିବାରୁ ଭିଡ଼ ହୋଇଗଲା। ଦେଢ଼ରୁ ୨ ଲକ୍ଷ ଲୋକ ଆସିଯିବାରୁ ଭିଡ଼ ବଢ଼ିଗଲା। ଏବେ ଭିଡ଼କୁ କଣ୍ଟ୍ରୋଲ କରାଯାଉଥିବା ଉପଜିଲ୍ଲାପାଳ କହିଛନ୍ତି। 

Advertisment

Stampede
Advertisment
Advertisment