• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ ପ୍ରତି ବିପଦ ଆଶଙ୍କା ପରେ ସଲମାନ୍ ଖାଁଙ୍କୁ ଅସ୍ତ୍ର ରଖିବା ପାଇଁ ଅନୁମତି ମିଳିଛି । ଅଭିନେତା ସଲମାନଙ୍କୁ ବନ୍ଧୁ ରଖିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁନ୍ ମାସରେ ସଲମାନ୍ ଓ ତାଙ୍କ ପିତା ସିଲମ ଖାଁଙ୍କୁ ହତ୍ୟା ଧମକ ମିଳିଥିଲା । ଏହାପରେ ସଲମାନ୍ ବନ୍ଧୁକ ରଖିବା ଲାଗି ଲାଇସେନ୍ସ ପାଇଁ ମୁମ୍ବାଇ ପୋଲିସ ପାଖରେ ଆବେଦନ କରିଥିଲେ ।

ଗତ ମାସ ମୁମ୍ବାଇ ପୋଲିସ କମିଶନର ବିବେକ ଫନସଲକରଙ୍କୁ ଭେଟି ଏନେଇ ଆଲୋଚନା ମଧ୍ୟ କରିଥିଲେ । ପରେ ଲାଇସେନ୍ସ ଦେବା ଲାଗି ପୋଲିସ ପକ୍ଷରୁ ଆବଶ୍ୟକୀୟ ଯାଞ୍ଚ କରାଯାଇଥିଲା । ଶେଷରେ ତାଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ହତ୍ୟା ଧମକ ମିଳିଥିଲା ।

ନିକଟରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କ ପାଖକୁ ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା । ପଞ୍ଜାବୀ ସିଙ୍ଗର୍‌ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପରେ ଏହି ଘଟଣା ଘଟିଥିଲା । ଏହି ହତ୍ୟା ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାମ ଆସିଥିଲା । ଏହିପାଇଁ ସଲାମାନ୍‌ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କରିଥିଲେ, ଯାହା ବର୍ତ୍ତମାନ ମୁମ୍ବାଇ ପୋଲିସ ଦ୍ୱାରା ଅନୁମତି ପ୍ରଦାନ କରାଯାଇଛି ।

ପୂର୍ବରୁ ମଧ୍ୟ ୨୦୧୮ ମସିହାରେ ଲରେନ୍ସ ବିଷ୍ଣୋୟୀ ଜେଲରେ ବନ୍ଦ ଥିବା ବେଳେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ସଲମାନ ଖାନଙ୍କ ବିରୋଧରେ କୃଷ୍ଣସାର ମୃଗ ଶିକାର ଅଭିଯୋଗ ହୋଇଥିଲା ଓ ସେ ଆସିନଙ୍କ ସହ ଫିଲ୍ମ ରେଡ୍ଡି' ସୁଟିଂରେ ବ୍ୟସ୍ତ ଥିଲେ । ସେହି ସମୟରେ ହିଁ ଗ୍ୟାଙ୍ଗଷ୍ଟର ଲରେନ୍ସ ତାର ପୂରା ଗ୍ୟାଙ୍ଗ ସହ ସହ ଅଭିନେତା ସଲମାନ ଖାନଙ୍କୁ ମାରିବା ପାଇଁ ସମ୍ପୂର୍ଣ୍ଣ ଯୋଜନା କରିଥିଲା । ତେବେ ଯୋଜନା ପ୍ରସ୍ତୁତ କରିବା ସମୟରେ ଲରେନ୍ସ ଯେଉଁ ଅସ୍ତ୍ର ବିଷୟରେ କହିଥିଲେ, ସେହି ଅସ୍ତ୍ରଶସ୍ତ୍ର ଯୋଗାଡ଼ ହୋଇପାରିଲା ନାହିଁ । ଯେଉଁଥିପାଇଁ ଗ୍ୟାଙ୍ଗଷ୍ଟରର ଯୋଜନା ବିଫଳ ହୋଇଯାଇଥିଲା ଏବଂ ସଲମାନ ଖାନଙ୍କ ଜୀବନ ବଞ୍ଚିଗଲା ।