Advertisment

Cluster Bomb: ଇସ୍ରାଏଲ-ଇରାନ ଯୁଦ୍ଧରେ ପ୍ରଥମ ଥର ବର୍ଷିଥିବା କ୍ଲଷ୍ଟର ବୋମା କ'ଣ, ଜାଣନ୍ତୁ ଭାରତ ପାଖରେ ଅଛି କି ଏ ଅସ୍ତ୍ର ?

ଇସ୍ରାଏଲ ଉପରେ କ୍ଲଷ୍ଟର ବୋମା ନିକ୍ଷେପ କରିଛି ଇରାନ । ଏହି ବୋମାମାଡ଼ରେ ଇସ୍ରାଏଲରେ ହସ୍ପିଟାଲ ସମେତ ବହୁ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ତେବେ କ'ଣ ଏହି କ୍ଲଷ୍ଟର ବୋମା, ଏହା କେତେ ମାରାତ୍ମକ ଏବଂ କାହିଁକି ଏହାକୁ ୧୨୩ଟି ଦେଶ ନିଷିଦ୍ଧ କରିଛନ୍ତି ?

author-image
Namita Biswal
ଅଦ୍ୟତନ ହୋଇଛି
Cluster Bomb

Cluster Bomb

ଭୟଙ୍କର ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ଇସ୍ରାଏଲ ଉପରେ ଇରାନ ଏକ ଭୟଙ୍କର ଅସ୍ତ୍ର ଦ୍ୱାରା କରିଛି ଆକ୍ରମଣ । ଯାହାର ନାମ ହେଉଛି କ୍ଲଷ୍ଟର ବୋମା । ଏହି ବୋମାର ବ୍ୟବହାରକୁ ୧୨୩ଟି ଦେଶ ଦ୍ୱାରା ନିଷିଦ୍ଧ କରାଯାଇଛି । ଗତ ୧୯ ତାରିଖରେ ଇସ୍ରାଏଲର ବିଭିନ୍ନ ସହର ଉପରେ କ୍ଲଷ୍ଟର ବୋମା ନିକ୍ଷେପ କରିଥିଲା ଇରାନ । ଏନେଇ ଇସ୍ତ୍ରାଏଲ ପକ୍ଷରୁ ନିଜର ନାଗରିକଙ୍କୁ ସତର୍କ ମଧ୍ୟ କରାଯାଇଥିଲା । ତେବେ କଣ ଏହି କ୍ଲଷ୍ଟର ବୋମା ? କାହିଁକି ଏହାକୁ ୧୨୩ଟି ଦେଶ ନିଷିଦ୍ଧ କରିଛନ୍ତି ?

Advertisment

କ୍ଲଷ୍ଟର ବୋମା କ'ଣ

କ୍ଲଷ୍ଟର ବୋମା ହେଉଛି ଶହ ଶହ ଛୋଟ ଛୋଟ ବୋମାର ଏକ ଗୁଚ୍ଛ । ଏହା ବାୟୁରେ ବିସ୍ଫୋରଣ ହୁଏ ଏବଂ ସମଗ୍ର ଅଞ୍ଚଳରେ ଅନେକ ଛୋଟ ଛୋଟ ବୋମା ବର୍ଷା କରେ । ଯାହା ଲକ୍ଷ୍ୟସ୍ଥଳ ସହିତ ତାର ଚାରିପାର୍ଶ୍ୱରେ ବିସ୍ଫୋରଣ ହୋଇ ବ୍ୟାପକ କ୍ଷତି ଘଟାଇଥାଏ । ଏକ ବଡ଼ ଅଞ୍ଚଳ ଉପରେ ଅନେକ ଛୋଟ ବୋମା ପକାଇବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି । ସିଧାସଳଖ ଲକ୍ଷ୍ୟସ୍ଥଳରେ ବିସ୍ଫୋରଣ ହେବା ପରିବର୍ତ୍ତେ, ଏହି ବୋମା ମଝି ଆକାଶରେ ଖୋଲିଯାଏ ଏବଂ ସମଗ୍ର ଅଞ୍ଚଳରେ ଛୋଟ ବୋମା ପକାଏ । 

ଅଧିକ ପଢ଼ନ୍ତୁ: ଆକାଶ ସୀମା ଖୋଲିଲା ଇରାନ, ଯୁଦ୍ଧ ଭୂଇଁରୁ ଫେରିଲେ ଆଉ ୨୯୦ ଭାରତୀୟ

ଇରାନ ଦ୍ୱାରା କରାଯାଇଥିବା ଆକ୍ରମଣରେ, କ୍ଲଷ୍ଟର ବୋମା ଭୂମିର ସାତ କିଲୋମିଟର ଉଚ୍ଚତାରେ ବିସ୍ଫୋରଣ ହୋଇଥିଲା । ଏଥିରୁ ପ୍ରାୟ ୨୦ଟି ଛୋଟ ବୋମା ଇସ୍ରାଏଲର ଆଠ କିଲୋମିଟର ପରିଧି ମଧ୍ୟରେ ପଡ଼ିଥିଲା । ଫଳରେ ଇସ୍ରାଏଲୀ ସେନା ସାଧାରଣ ନାଗରିକଙ୍କ ପାଇଁ ଏକ ଚେତାବନୀ ଜାରି କରିଥିଲା ଏବଂ କୌଣସି ଜିନିଷକୁ ଛୁଇଁବାକୁ ପୂର୍ବରୁ 100କୁ ଫୋନ୍ କରିବାକୁ କହିଥିଲା । 

Advertisment

କ୍ଲଷ୍ଟର ବୋମା ବିରୋଧରେ ଚୁକ୍ତି

ତେବେ କ୍ଲଷ୍ଟର ବୋମା ବ୍ୟବହାର ବିରୁଦ୍ଧରେ 2008 ମସିହାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯେଉଁଥିରେ ମୋଟ 111 ଦେଶ ଏବଂ 12ଟି ଅନ୍ୟ ସଂସ୍ଥା ସ୍ୱାକ୍ଷର କରିଥିଲା । କିନ୍ତୁ ଆମେରିକା, ଚୀନ୍, ପାକିସ୍ତାନ, ଇରାନ, ଇସ୍ରାଏଲ ଏବଂ ରୁଷ ସମେତ 16 ଦେଶ ଏହି ଚୁକ୍ତିରେ ଯୋଗ ଦେବାକୁ ମନା କରିଦେଇଥିଲେ । ଯେଉଁଥିରେ ଭାରତ ମଧ୍ୟ ସାମିଲ ଥିଲା । ଏହାର ଅର୍ଥ ଯଦିଓ ଭାରତ ଏପର୍ଯ୍ୟନ୍ତ ଏହି ବୋମା ବ୍ୟବହାର କରିନାହିଁ, କିନ୍ତୁ ଆବଶ୍ୟକ ହେଲେ ଭାରତ ମଧ୍ୟ ଏହାକୁ ବ୍ୟବହାର କରିପାରିବ ।   

ଅଧିକ ପଢ଼ନ୍ତୁ: ଆଗକୁ ଭୀଷଣ ଯୁଦ୍ଧ, ଆମେରିକା ସହ କଥା ହେବାର ପ୍ରଶ୍ନ ଉଠୁନି

Israel Tehran Tension In Middle East
Advertisment
Related Articles
Advertisment