Advertisment

Operation Sindhu: ଆକାଶ ସୀମା ଖୋଲିଲା ଇରାନ, ଯୁଦ୍ଧ ଭୂଇଁରୁ ଫେରିଲେ ଆଉ ୨୯୦ ଭାରତୀୟ

ଭୀଷଣ ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ଏହାରି ମଧ୍ୟରେ ଅପରେସନ୍ ସିନ୍ଧୁରେ ଯୁଦ୍ଧତ୍ରସ୍ତ ଇରାନରୁ ଫେରିଲେ ଭାରତୀୟ ୨୯୦ ଜଣ ଭାରତୀୟ । ଚାର୍ଟର୍ ଫ୍ଲାଇଟରେ ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି
Israel-Iran War

Israel-Iran War

'ଅପରେସନ୍ ସିନ୍ଧୁ'ରେ ଇରାନ୍ ଯୁଦ୍ଧଭୂଇଁରୁ ଫେରିଲେ ଭାରତୀୟ । ୨୯୦ ଜଣ ଭାରତୀୟଙ୍କ ସୁରକ୍ଷିତ ଭାବରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀ । ସେମାନଙ୍କୁ ଉଦ୍ଧାର କରି ମସାଦରୁ ଏକ ଚାର୍ଟର୍ ଫ୍ଲାଇଟରେ ଭାରତ ଫେରାଇ ଅଣାଯାଇଛି । ଏମାନଙ୍କ ମଧ୍ୟରେ ଜମ୍ମୁ କାଶ୍ମୀରରୁ ୧୯୦ ଜଣ ଅଛନ୍ତି । 

Advertisment

ଯୁଦ୍ଧତ୍ରସ୍ତ ଇରାନରୁ ଫେରି ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟମାନେ ବେଶ ଭାବବିହ୍ବଳ ହୋଇଯାଇଥିଲେ । ହିନ୍ଦୁସ୍ତାନ ଜିନ୍ଦାବାଦ ଓ ଭାରତ ମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଏୟାରପୋର୍ଟ ପରିସର । ଆଖିରୁ ଝରି ଆସିଥିଲା ଯୁଦ୍ଧଭୂଇଁରୁ ଘର ବାହୁଡ଼ା ଖୁସିରେ ଲୁହ । କେହି କେହି ମାଟିକୁ ଛୁଇଁ ପ୍ରଣାମ ବି ହୋଇଥିଲେ । 

Advertisment


ଅଧିକ ପଢ଼ନ୍ତୁ: ଆଗକୁ ଭୀଷଣ ଯୁଦ୍ଧ, ଆମେରିକା ସହ କଥା ହେବାର ପ୍ରଶ୍ନ ଉଠୁନି

ଇରାନରେ ବର୍ତ୍ତମାନ ଯୁଦ୍ଧ ସ୍ଥିତି ସହ କେମିତି ସଂକଟ ଓ ଭୟରେ ଦିନ କାଟୁଥିଲେ ସେକଥା ବଖାଣିଛନ୍ତି । ଏଥିସହ କେନ୍ଦ୍ର ସରକାର ଓ ଇରାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି । 

ଭାରତର ଅପରେସନ୍ ସିନ୍ଧୁ ପାଇଁ ଆକାଶପଥ କଟକଣା ହଟାଇଛି ଇରାନ୍ । କେବଳ ଭାରତୀୟଙ୍କ ପାଇଁ ତାର ଆକାଶପଥ ଖୋଲିଛି । ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଇରାନ୍ ସ୍ବତନ୍ତ୍ର ଭାବେ ଏଭଳି ପଦକ୍ଷେପ ନେଇଛି । 

୩ଟି ଚାର୍ଟର ଫ୍ଲାଇଟରେ ପ୍ରାୟ ହଜାରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବ । ଇରାନ-ଇସ୍ରାଏଲ ଅସ୍ଥିରତା ମଧ୍ୟରେ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଭାରତ ଅପରେସନ୍ ସିନ୍ଧୁ ଆରମ୍ଭ କରିଛି । ଆଜି ଆଉ ଦୁଇଟି ବିମାନ ଆସିବ । 

ଅଧିକ ପଢ଼ନ୍ତୁ: କ’ଣ କରିଦେଲେ ଭାଇ, ଜୀବିତ ବେ।ଲି ଦେବ।କୁ ପଡୁଛି ପ୍ରମାଣ

Israel Tehran Middle East
Advertisment
Advertisment