Advertisment

Iran Supreme Leader: ଆଗକୁ ଭୀଷଣ ଯୁଦ୍ଧ, ଆମେରିକା ସହ କଥା ହେବାର ପ୍ରଶ୍ନ ଉଠୁନି

ଯେତେବେଳେ ଯାଏ ଇସ୍ରାଏଲ ଆକ୍ରମଣ ଜାରୀ ରଖିବ ସେବେଯାଏ ଆମେରିକା ସହ କଥା ହେବାର ପ୍ରଶ୍ନ ଉଠୁନି ‍ବେ।ଲି ଇରାନ ବିଦେଶ ମନ୍ତ୍ରୀ କହିଛନ୍ତି । ଇରାନ ଏବେ ନିଜର ଆତ୍ମରକ୍ଷା କରୁଛି । ନିଜକୁ ରକ୍ଷା କରିବାର ଅଧିକାର ଇରାନର ଅଛି ବେ।ଲି ମଧ୍ୟ କହିଛନ୍ତି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Iran Supreme Leader

Iran Supreme Leader

ଭୀଷଣ ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ଆଟାକ –କାଉଣ୍ଟର ଆଟାକ୍ ତୀବ୍ର ହେଉଛି । ଏହାରି ଭିତରେ ଇରାନର ସୁପ୍ରିମ ଲିଡର ଖାମନେଇ ଇସ୍ରାଏଲକୁ ପୁଣି ଥରେ ଟାର୍ଗେଟ କରିଛନ୍ତି । କହିଛନ୍ତି ଇସ୍ରାଏଲ ଏବେ ନିଜର କର୍ମ ଫଳ ଭେ।ଗୁଛି । ଖାମନେଇଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ୨ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ଅଛି ।

Advertisment

ଇରାନର ବିଦେଶ ମନ୍ତ୍ରୀ ଅବାସ ଅରାଘଚି କହିଛନ୍ତି ଆମର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲ ଆଟାକ କରୁଛି । ଏହି ଆକ୍ରମଣକୁ ଯୁଦ୍ଧ ଅପରାଧ ବେ।ଲି ସେ କହିଛନ୍ତି । ଇସ୍ରାଏଲ ଜୁନ ୧୩ରେ ଇରାନର ପରମାଣୁ କେନ୍ଦ୍ର ଉପରେ ଆଟାକ କରିଥିଲା । ଏହା ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ ବେ।ଲି ବି ସେ କହିଛନ୍ତି ।

ଅଧିକ ପଢନ୍ତୁ: ଭାରତ କଥାରେ ରାଜିହେଲା ଇରାନ୍, ଦିଲ୍ଲୀ ଆସୁଛନ୍ତି ହଜାରେ…

ଇରାନ ବିଦେଶ ମନ୍ତ୍ରୀ ଜେନେଭାରେ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ୟୁରେ।ପୀୟ ସଂଘ ସହ ବୈଠକ କରିବେ । ବୈଠକ ପୂର୍ବରୁ ଅବାସ ଅରାଘଚି କହିଛନ୍ତି ଯେତେବେଳେ ଯାଏ ଇସ୍ରାଏଲ ଆକ୍ରମଣ ଜାରୀ ରଖିବ ସେବେଯାଏ ଆମେରିକା ସହ କଥା ହେବାର ପ୍ରଶ୍ନ ଉଠୁନି ।

Advertisment

କିନ୍ତୁ ୟୁରେ।ପୀୟ ଦେଶଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛୁ । ଇରାନ ଏବେ ନିଜର ଆତ୍ମରକ୍ଷା କରୁଛି । ନିଜକୁ ରକ୍ଷା କରିବାର ଅଧିକାର ଇରାନର ଅଛି । ସେପଟେ ଇସ୍ରାଏଲ ଉପରେ ବଡ ଧରଣର ଆକ୍ରମଣ କରିଛି ଇରାନ ।

ଦକ୍ଷିଣ ଇସ୍ରାଏଲର ସବୁଠୁ ବଡ଼ ହସ୍ପିଟାଲରେ ମିଶାଇଲ୍ ଆଟାକ୍ କରିଛି ଇରାନ । ବିରସହେବାରେ ଥିବା ହଜାରେ ବେଡ୍ ବିଶିଷ୍ଟ ସରୋକା ମେଡିକାଲ ସେଣ୍ଟରକୁ ବାଲିଷ୍ଟିକ୍ ମିଶାଇଲରେ ଟାର୍ଗେଟ କରିଛି ଇରାନ୍।

ଭୟଙ୍କର ବିସ୍ଫୋରଣ, ବ୍ୟାପକ କ୍ଷୟକ୍ଷତି ଓ ଆତଙ୍କର ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଧୂଆଁଭର୍ତ୍ତି କରିଡରରେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି ମେଡିକାଲ ଷ୍ଟାଫ୍। ଚଟାଣରେ ପଡ଼ିଛି ଭଙ୍ଗା କାଚ ଓ ଅନ୍ୟାନ୍ୟ ସରଞ୍ଜାମ।

ଅଧିକ ପଢନ୍ତୁ: ଧ୍ୱଂସ ହେବ ଇରାନ; ଭିତିରି ପ୍ଲାନିଂ କରୁଛନ୍ତି ଟ୍ରମ୍ପ

Benjamin Netanyahu USA Israel
Advertisment
Related Articles
Advertisment