/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750472395.jpg)
Black Box Damaged
ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଗୋଟିଏ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ହେଲେ ଏହି ଦୁର୍ଘଟଣା ପଛର କାରଣ ଏ ଯାଏଁ ଜଣାପଡ଼ି ନାହିଁ । ଯଦିଓ AI171, ବୋଇଂ 787 ଡ୍ରିମଲାଇନର ପ୍ଲେନର ୨ଟି ବ୍ଲାକବକ୍ସକୁ ଉଦ୍ଧାର କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଏଥିରୁ ତଥ୍ୟ ପୁନରୁଦ୍ଧାର କରିବାରେ ବିଫଳତା ମିଳିଛି । ଖବର ଆସୁଛି ବ୍ଲାକବାକ୍ସଟି ଏତେ କ୍ଷତିଗ୍ରସ୍ତ ହୋଇଛି ଯେ ଭାରତରେ ଏହାର ରେକର୍ଡ ପୁନରୁଦ୍ଧାର କରିବା ଆଉ ସମ୍ଭବ ନୁହେଁ । ତେଣୁ ଏହାକୁ ଆମେରିକା ପଠାଯିବାର ବ୍ୟବସ୍ଥା କରାଯାଇଛି ।
ଅଧିକ ପଢ଼ନ୍ତୁ: ବିମାନ ଭିତରେ ଡାକ୍ତରାଣୀଙ୍କ ଧମକ, 'ମୋ କଥା ନ ମାନିଲେ ଏ ବିମାନକୁ କ୍ରାସ୍...'
ବ୍ଲାକ୍ ବାକ୍ସରେ ଥିବା ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡରକୁ ୱାଶିଂଟନ୍ର ନ୍ୟାସନାଲ୍ ସେଫ୍ଟି ଟ୍ରାନ୍ସପୋର୍ଟ ବୋର୍ଡ ବା NTSBର ଲ୍ୟାବରେ ଯାଞ୍ଚ କରାଯିବ । ସେଠାରେ ଏତେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଅଛି, ଯାହା ଦ୍ୱାରା ରେକର୍ଡଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ । ଏହି ପରୀକ୍ଷାଗାରର, ପ୍ରୋଟୋକଲ ଅନୁସାରେ, ଆମେରିକୀୟ ବିଶେଷଜ୍ଞଙ୍କ ସହିତ ଭାରତର ବିଶେଷଜ୍ଞ ମଧ୍ୟ ଏଥିରେ ସାମିଲ ରହିବେ ।
ଏହାଛଡ଼ା ବିମାନ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ପରେ, ବ୍ରିଟିଶ ନାଗରିକଙ୍କ ସର୍ବାଧିକ ମୃତ୍ୟୁ ହୋଇଥିବାରୁ, ବ୍ରିଟେନର ବିମାନ ଦୁର୍ଘଟଣା ତଦନ୍ତ ଶାଖାର ଅଧିକାରୀମାନେ ମଧ୍ୟ ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ହେବେ ।
ସେପରେ ଏୟାର ଇଣ୍ଡିଆ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ପୋଷ୍ଟ କରି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହା ପୂର୍ବରୁ, ଏୟାର ଇଣ୍ଡିଆ ବୁଧବାର ଘୋଷଣା କରିଥିଲା ଯେ କମ୍ପାନୀ ୱାଇଡ-ବଡି ବିମାନ ଦ୍ୱାରା ପରିଚାଳିତ ଏହାର ଅନ୍ତର୍ଜାତୀୟ ଉଡ଼ାଣକୁ 15% ହ୍ରାସ କରିବ । ଏହା ଜୁନ୍ 20 ସୁଦ୍ଧା କାର୍ଯ୍ୟକାରୀ ହେବ ଏବଂ ଅତିକମରେ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ରହିବ ।
ତେବେ ବର୍ତ୍ତମାନ ସଭିଙ୍କ ନଜର କିପରି ବ୍ଲାକ ବକ୍ସରୁ ତଥ୍ୟ ସଂଗ୍ରହ କରାଯିବା ଯାହାଦ୍ୱାରା ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିବ ।