Advertisment

India Pakistan Ceasefire Role: 'ମୁଁ କହୁନାହିଁ ଯେ ମୁଁ ଯୁଦ୍ଧ ବନ୍ଦ କରିଦେଇଛି, କିନ୍ତୁ...'

ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ମୁଁ ଏହା କହୁନାହିଁ ଯେ ମୁଁ ମଧ୍ୟସ୍ଥତା କରିଛି, କିନ୍ତୁ ଗତ ସପ୍ତାହରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଧିକ ବିପଦପୂର୍ଣ୍ଣ ହେଉଥିବା ସମସ୍ୟାର ସମାଧାନ କରିବାରେ ମୁଁ ସାହାଯ୍ୟ କରିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Donald Trump

Donald Trump

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ତାଙ୍କର ଭୂମିକାକୁ ନେଇ ୟୁଟର୍ଣ୍ଣ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ସିଜ୍‌ଫାୟାରରେ ସେ ମଧ୍ୟସ୍ଥତା କରିଥିବା କହୁଥିବାବେଳେ ଆଜି କିନ୍ତୁ ସେ ଭିନ୍ନ ବୟାନ ଦେଇଛନ୍ତି । ସୂଚନା ଅନୁସାରେ ମେ’୧୦ରେ ଟ୍ରମ୍ପ ଭାରତ-ପାକ୍‌ ମଧ୍ୟରେ ହୋଇଥିବା ସିଜ୍‌ଫାୟାରର ସବୁ କ୍ରେଡିଟ୍‌ ନେବାକୁ ଚେଷ୍ଟା କରିଥିଲେ । ଏମିତି କି ସେ ପ୍ରଥମେ ଟ୍ୱିଟ୍ କରି ସିଜ୍‌ଫାୟାର ନେଇ ସୂଚନା ଦେଇଥିଲେ । କିନ୍ତୁ ଆଜି ୟୁ-ଟର୍ଣ୍ଣ ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଆଜି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସେ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଶାନ୍ତ କରିବାରେ ମୁଁ ସହଯୋଗ କରିଥିଲି । କିନ୍ତୁ ଅସ୍ତ୍ରବିରତି ପାଇଁ ମୁଁ ମଧ୍ୟସ୍ଥତା କରିନି ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

Advertisment

ଏକ କାର୍ଯ୍ୟକ୍ରମ ସମୟରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ମୁଁ ଏହା କହୁନାହିଁ ଯେ ମୁଁ ମଧ୍ୟସ୍ଥତା କରିଛି, କିନ୍ତୁ ଗତ ସପ୍ତାହରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଧିକ ବିପଦପୂର୍ଣ୍ଣ ହେଉଥିବା ସମସ୍ୟାର ସମାଧାନ କରିବାରେ ମୁଁ ସାହାଯ୍ୟ କରିଛି । ଆପଣଙ୍କୁ କହି ରଖୁଛୁ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ’ ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଟ୍ରମ୍ପ ପ୍ରଥମେ ଏ ବିଷୟରେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ ମୁଁ ଘୋଷଣା କରି ବହୁତ ଖୁସି ଯେ ଭାରତ ଏବଂ ପାକିସ୍ତାନ ଏକ ସମ୍ପୂର୍ଣ୍ଣ ଏବଂ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଅସ୍ତ୍ରବିରତି ପାଇଁ ସହମତି ହୋଇଥିବାରୁ ଉଭୟ ଦେଶକୁ ସେ ଅଭିନନ୍ଦନ ଜଣାଇଥିଲେ । ଆମେରିକା ଅସ୍ତ୍ରବିରତି ନିଷ୍ପତ୍ତିକୁ ଉଭୟ ଦେଶର ଜ୍ଞାନ ଏବଂ ବୁଦ୍ଧିମତା ବୋଲି ବର୍ଣ୍ଣନା କରିଥିଲେ । ଏହି ନିଷ୍ପତ୍ତି ପାଇଁ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ଉଭୟକୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

Advertisment

ତେବେ ଟ୍ରମ୍ପ ଟ୍ରେଡ୍‌ ବନ୍ଦ କରିବାକୁ ଧମକ ଦେଇ ଭାରତ-ପାକସ୍ତାନ ମଧ୍ୟରେ ଅସ୍ତ୍ରବିରତି କରିଥିବା ଦାବିକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ସରକାର ସ୍ପଷ୍ଟ ଭାବରେ କହିଥିଲେ ଯେ ପାକିସ୍ତାନ ସହିତ ସାମରିକ ଉତ୍ତେଜନା ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ କୌଣସି ଆଲୋଚନା ସମୟରେ ବାଣିଜ୍ୟ ପ୍ରସଙ୍ଗ ଉଠାଯାଇ ନଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସ୍ପଷ୍ଟ କରିଥିଲେ ଯେ 'ପାକିସ୍ତାନ ସହିତ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସମୟରେ ଭାରତ ଏବଂ ଆମେରିକାର ନେତୃତ୍ୱ ଯୋଗାଯୋଗରେ ଥିଲେ, କିନ୍ତୁ ବାଣିଜ୍ୟ ଉପରେ କୌଣସି ଆଲୋଚନା ହୋଇନଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଯିବନି ସିନ୍ଧୁ ଜଳ, ଜୟଶଙ୍କରଙ୍କ ଆହ୍ୱାନ ' କେବଳ POK ପ୍ରସଙ୍ଗରେ ଆଲୋଚନା କରିବୁ'

Donald Trump India Pakistan War
Advertisment
Related Articles
Advertisment