/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752159693.jpg)
China Citizen Arrested
ସୁଧୁରୁନି ଚୀନ । ନିଜର ହୀନ କାମ ପାଇଁ ସବୁବେଳେ ବଦନାମ ହେଉଛି ଡ୍ରାଗନ୍ । ଏବେ ରାଫେଲର ଗୁପ୍ତଚରି କରି ପୁଣିଥରେ ପଦାରେ ପଡ଼ିଛି ।ଗ୍ରୀସର ତନଗ୍ରା ସହରରେ ୪ଜଣ ଚୀନ ନାଗରିକ ରାଫେଲ ଫାଇଟର ଜେଟର ଗୁପ୍ତଚରି କରିବାର ଉଦ୍ୟମ କରୁଥିଲେ । ସେମାନଙ୍କୁ ଗିରଫ କରାଯାଇଛି । ସେମାନେ ରାଫେଲ ଓ ହେଲେନିକ ଏରୋସ୍ପେସ ଇଣ୍ଡଷ୍ଟ୍ରୀର ଫଟୋ ଉଠାଉଥିଲେ ।
ଏହି ଘଟଣା ସେତେବେଳେ ସାମନାକୁ ଆସିଛି ଯେତେବେଳେ ଫ୍ରାନ୍ସ କହିଛି ଚୀନ ଓ ପାକିସ୍ତାନ ରାଫେଲକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଭାରତ ଅପରେସନ ସିନ୍ଦୁରରେ ରାଫେଲ ଫାଇଟର ଜେଟ ବ୍ୟବହାର କରିଥିଲା । ଏହା ପରଠୁ ଏହି ୨ଦେଶ ଲଗାତାର ଭାବ ରାଫେଲ ଉପରେ ବିଭିନ୍ନ ପ୍ରକାରର ଅଯଥା ଦାବି କରୁଛନ୍ତି । ଯେପରିକି ରାଫେଲର ବିକ୍ରି ପ୍ରଭାବିତ ହେବ ।
ଅଧିକ ପଢ଼ନ୍ତୁ: ଆମେରିକା ପାର୍ଟି କେତେ ପ୍ରଭାବଶାଳୀ.... ୟୁଏସରେ ଦୁଇ ପାର୍ଟି ସିଷ୍ଟମକୁ ଶେଷ କରିଦେବେ କି ମସ୍କ ?
ତନଗ୍ରା ଏୟାର ବେସର ପାଖରୁ ତିନି ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ସେମାନେ ରାଫେଲ ଜେଟ ଓ ଅନ୍ୟ ସୈନ୍ୟ ସୁବିଧାର ଫଟୋ ଉଠାଉଥିଲେ । ପ୍ରଥମେ ସୁରକ୍ଷାକର୍ମୀ ତାଙ୍କୁ ବାହାରକୁ ଯିବାକୁ କହିଥିଲେ । ଏହାପରେ ବି ସେମାନେ ଫଟୋ ଉଠାଇଥିଲେ । ଏହାପରେ ହେଲେନିକ ଏୟାର ଫୋର୍ସ ପୋଲିସ ସେମାନଙ୍କୁ ଧରିଥିଲା ଓ ତନଗ୍ରା ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଥିଲା ।
ପୋଲିସ ସେମାନଙ୍କ କ୍ୟାମେରାକୁ ଯାଞ୍ଚ କରିଥିଲେ । ସେଥିରୁ ଏମିତି କିଛି ଫଟୋ ବାହାରିଥିଲା ଯାହାକି ସଂଦେହ ବଢ଼ାଇଥିଲା । ସେମାନେ କୌଣସି ଗୁପ୍ତ ଅଭିଯାନର ଅଂଶ କି ନୁହେଁ ସେନେଇ ଯାଞ୍ଚ ହେଉଛି । ସେମାନେ କୌଣସି ସଂଗଠନରେ କାମ କରୁଛନ୍ତି କି ନାହିଁ ସେନେଇ ବି ଯାଞ୍ଚ ହେଉଛି । ଗ୍ରୀସ ଏହାକୁ ନ୍ୟାସନାଲ ସିକ୍ୟୁରିଟିର ମାମଲା କହିଛି । ଏଥିପାଇଁ ଆଲର୍ଟ ବି ଜାରି କରିଛି ।
ଏହି ମାମଲା ପରେ ପ୍ରଶ୍ନ ଉଠୁଛି କି ଚୀନ କଣ ରାଫେଲ ଟେକ୍ନୋଲୋଜି ଚୋରାଇବା ପାଇଁ ଚାହୁଁଛି । ଭାରତ-ଗ୍ରୀସର ସଂପର୍କ କଣ ଖରାପ କରିବାକୁ ଚାହୁଁଛି କି ଚୀନ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)