Advertisment

Elon Musk: ଏଲନ ମସ୍କଙ୍କ ପ୍ରକଳ୍ପରୁ ଓହରିଲା ବାୟୁସେନା, ଯେ କୌଣସି ଦେଶକୁ ପଠାଇଥାଆନ୍ତା ୯୦ ମିନିଟରେ ୧୦୦ ଟନର କାର୍ଗୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପୂର୍ବତନ ପରାମର୍ଶଦାତା ଏଲନ ମସ୍କଙ୍କ ମଧ୍ୟରେ ଚାଲିଥିବା ବିବାଦର ଏହା ଏକ ଅଂଶ କି ? କାହିଁକି ଏଲନ ମସ୍କଙ୍କ ଏହି ପ୍ରକଳ୍ପକୁ ସ୍ଥଗିତ ରଖିଲା ଆମେରିକାର ବାୟୁସେନା ?

author-image
Tapan Kumar Swain
Elon Musk

Elon Musk

ଆମେରିକୀୟ ବାୟୁସେନା ଏଲନ ମସ୍କଙ୍କ ସ୍ପେସଏକ୍ସ ସହ ପ୍ରସ୍ତାବିତ ପ୍ରକଳ୍ପରୁ ଓହରିଯାଇଛି । ଜନଷ୍ଟନ୍ ଆଟଲ ଦ୍ୱୀପରେ ହାଇପରସୋନିକ ରକେଟ କାର୍ଗୋ ଡେଲିଭେରୀ ଟେଷ୍ଟ କରାଯାଇଥାଆନ୍ତା । ଏହା ପରିବେଶଗତ ଚିନ୍ତା ବିଶେଷ କରି ସେହି ସ୍ଥାନରେ ରହୁଥିବା ସାମୁଦ୍ରିକ ପକ୍ଷୀଙ୍କ ଉପରେ କୁପ୍ରଭାବ ଥିବାରୁ ଏହାକୁ ସ୍ଥଗିତ କରାଯାଇଥିବା କୁହାଯାଇଛି ।

Advertisment

ଏହାକୁ ପରିବେଶ ବିଶେଷଜ୍ଞ ଓ ବିଭିନ୍ନ ସଂଗଠନ ବିରୋଧ କରିଥିଲେ । ହାୱାଇଠାରୁ ପ୍ରାୟ ୧୩ ଶହ କିଲୋମିଟର ଦୂରରେ ଥିବା ଏହି ଦ୍ୱୀପରେ ବହୁ ସାମୁଦ୍ରିକ ପକ୍ଷୀ ବାସ କରନ୍ତି । ଏହି ପରୀକ୍ଷଣ ହେଲେ ଏହା ଏହି ସାମୁଦ୍ରିକ ପକ୍ଷୀଙ୍କୁ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଏହି କ୍ଷତିର ମୂଲ୍ୟାଙ୍କନ କରାଯାଉଥିବା ଆମେରିକାର ବାୟୁସେନା ପକ୍ଷରୁ କୁହାଯାଇଛି । ବାୟୁସେନା ଏଥିପାଇଁ ଏକ ବିକଳ୍ପ ସ୍ଥାନ ଖୋଜୁଥିବାର ଦର୍ଶାଇଛି । 

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୃଥିବୀର କୌଣସି ସ୍ଥାନରେ ୯୦ ମିନିଟ୍ ଭିତରେ ୧୦୦ ଟନ୍ କାର୍ଗୋ ଡେଲିଭେରୀ ହୋଇପାରିବ । ଏହା ମିଲିଟାରୀ କ୍ଷେତ୍ରରେ ଏକ ବଡ଼ ଅଗ୍ରଗତି ଥିଲା ବୋଲି କୁହାଯାଇପାରିବ । ଏହି ଦ୍ୱୀପରେ ରକେଟ ରି-ଏଣ୍ଟ୍ରୀ ଭେଇକିଲ ଲ୍ୟାଣ୍ଡିଂ ଟେଷ୍ଟ କରାଯାଥାଆନ୍ତା । ବିଭିନ୍ନ ଦେଶକୁ ମିଲିଟାରୀ ଲଜିଷ୍ଟିକ୍ସ ପଠାଇବା ଏହାର ଉଦ୍ଦେଶ୍ୟ ଥିଲା । ଏହି ଦ୍ୱୀପକୁ କମର୍ସିଆଲ୍ ରକେଟ୍ ପାଇଁ ବ୍ୟବହାର କରାଯାଇଥାଆନ୍ତା ।

Advertisment

ଶବ୍ଦ, ଆଲୋକ ଓ ପରିବେଶ ପାଇଁ ଅତି ସମ୍ୱେଦନଶୀଳ ଥିବା ଏହି ଦ୍ୱୀପରେ ଏପରି ପରୀକ୍ଷଣକୁ ବିରୋଧ କରିଥିଲା ଆମେରିକୀୟ ପକ୍ଷୀ ସଂରକ୍ଷଣ ସଂଗଠନ (American Bird Conservancy) । ଏହାଦ୍ୱାରା ପକ୍ଷୀଙ୍କ ବାସସ୍ଥାନ ଓ ଜୀବନ ଚକ୍ର ପ୍ରଭାବିତ ହେବ ବୋଲି ସଂଗଠନ ଯୁକ୍ତି ଦର୍ଶାଇଥିଲା ।

ଅଧିକ ପଢ଼ନ୍ତୁ: ଧନୀ ତାଲିକାରେ ତଳକୁ ଖସିଲେ ବିଲ୍ ଗେଟ୍ସ, ଜଣେ ପୂର୍ବତନ କର୍ମଚାରୀ ନେଲେ ତାଙ୍କ ସ୍ଥାନ

USA Elon Musk SpaceX
Advertisment
Advertisment