Advertisment

Principal Murdered: ପ୍ରିନସିପାଲଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ ଛାତ୍ର, କହିଥିଲେ ଚୁଟି କାଟି ଆସିବାକୁ

ଦୁଇ ନାବାଳକ ଛାତ୍ର ସ୍କୁଲର ପ୍ରିନସିପାଲଙ୍କୁ ଅତର୍କିତ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ହିଁ ପ୍ରିନସିପାଲଙ୍କର ମୃତ୍ୟୁ ହୋଇଛି । ସ୍କୁଲକୁ ଚୁଟି କାଟି ଆସିବାକୁ ପ୍ରିନସିପାଲ ଏହି ଦୁଇ ଜଣଙ୍କୁ କହିଥିଲେ । ସ୍କୁଲ ପରିସରରେ ବିଶୃଙ୍ଖଳିତ ଆଚରଣ ନକରିବା ପାଇଁ ମଧ୍ୟ ତାଗିଦ୍ କରିଥିଲେ ପ୍ରିନସିପାଲ୍ ।

author-image
Tapan Kumar Swain
murder

murder

ଏକ ଘରୋଇ ସ୍କୁଲର ପ୍ରିନସିପାଲଙ୍କୁ ଦୁଇ ନାବାଳକ ଛାତ୍ର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ନାରନୌନ୍ଦ ସହରର ବାସ ଗାଁରେ ଥିବା କର୍ତ୍ତାର ମେମୋରିଆଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଘଟିଛି।

Advertisment

ପୋଲିସ ସୂଚନା ଅନୁଯାୟୀ, ହରିୟାଣାର ହିସାର ଜିଲ୍ଲାରେ ଏକ ସ୍କୁଲରେ ଦୁଇ ନାବାଳକ ଛାତ୍ର ସ୍କୁଲର ପ୍ରିନସିପାଲଙ୍କୁ ଅତର୍କିତ ଛୁରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ପ୍ରିନସିପାଲଙ୍କର ମୃତ୍ୟୁ ହୋଇଛି । ସ୍କୁଲକୁ ଚୁଟି କାଟି ଆସିବାକୁ ପ୍ରିନସିପାଲ ଏହି ଦୁଇ ଜଣଙ୍କୁ କହିଥିଲେ । ସ୍କୁଲ ପରିସରରେ ବିଶୃଙ୍ଖଳିତ ଆଚରଣ ନକରିବା ପାଇଁ ମଧ୍ୟ ତାଗିଦ୍ କରିଥିଲେ ପ୍ରିନସିପାଲ୍ । ସ୍କୁଲର ନୀତିନିୟମ ପାଳନ କରିବାକୁ ମଧ୍ୟ ସେ କହିଥିଲେ ।

ଏହି ତାଗିଦରେ ଉତକ୍ଷିପ୍ତ ହୋଇପଡିଥିଲେ ଦୁଇ ଛାତ୍ର । ଏହାକୁ ନେଇ ରାଗରେ ଉକ୍ତ ଛାତ୍ରମାନେ ପ୍ରିନସିପାଲଙ୍କୁ ଛୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୋଲିସ ଏକ ଫୋଲ୍ଡିଂ ଛୁରୀ ଜବତ କରିଛି।

Advertisment

ହାନସି ଏସପି ଅମିତ ଯଶବର୍ଦ୍ଧନ କହିଛନ୍ତି ଯେ, ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଧରିବା ପାଇଁ ପୁଲିସ ଟିମ୍ ଚେଷ୍ଟା ଜାରି ରଖିଛି। ସେମାନେ ଫେରାର ଅଛନ୍ତି ।

ଅଭିଯୁକ୍ତମାନେ ନାବାଳକ ହୋଇଥିବାରୁ ସେମାନଙ୍କ ନାମ ପ୍ରକାଶ କରାଯାଇ ନାହିଁ। ପ୍ରିନସିପାଲଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ହିସାର ପଠାଯାଇଛି । ଏହି ଘଟଣାରେ କୌଣସି ବାହାର ଗ୍ୟାଙ୍ଗର ହାତ ଅଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ କରାଯାଉଛି । ଅଭିଯୁକ୍ତ ଛାତ୍ରମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସ୍କୁଲ ଚାଲିଥିଲା ବେଳେ ଏହି ଘଟଣା ଘଟିଛି । ଘଟଣାର ଅନେକ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ମଧ୍ୟ ଅଛନ୍ତି । ପୋଲିସ ସ୍କୁଲର ସିସିଟିଭି ଯାଞ୍ଚ କରୁଛି ।

ଏହି ଘଟଣା ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ଏକ୍ସ (X) ପ୍ଲାଟଫର୍ମରେ ଅନେକ ୟୁଜର୍ସ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାରେ ଅଧିକାଂଶ ୟୁଜର୍ସ ଉଦବେଗ ପ୍ରକାଶ କରିଛନ୍ତି । ଯେଉଁଥିରେ ଛାତ୍ରମାନଙ୍କ ଦ୍ୱାରା ପ୍ରିନସିପାଲଙ୍କ ହତ୍ୟାକୁ "କଳିଯୁଗର ଗୁରୁପୂର୍ଣ୍ଣିମା" ବୋଲି ମଧ୍ୟ ବ୍ୟଙ୍ଗାତ୍ମକ ଭାବେ କେହି କେହି ଲେଖିଛନ୍ତି । ଗୁରୁ ଶିଷ୍ୟର ସଂପର୍କରେ ଗୁରୁ ପୂର୍ଣ୍ଣିମାରେ ଲାଗିଛି କଳାଦାଗ ।

ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ପ୍ରେମ, ମାରିବାକୁ ଖୋଜୁଛନ୍ତି ସୁଟର୍ 

Murder Principal Haryana Police
Advertisment
Advertisment