• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଂଘାତିକ ଭବିଷ୍ୟଣୀ । ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବଙ୍କ ସଂଘାତିକ ଭବିଷ୍ୟବାଣୀ । ଭବିଷ୍ୟବାଣୀ କରି କହିଲେ ୨୦୨୩ରେ ବଦଳିଯିବ ବିଶ୍ୱର ରୂପରେଖ । ୟୁଏସ୍‌ରେ ଆରମ୍ଭ ହେବ ସିଭିଲ ୱାର । ଆଉ ଏଲନ୍‌ ମସ୍କ ହେବେ ୟୁଏସ୍‌ର ରାଷ୍ଟ୍ରପତି । ତେବେ ଏଭଳି କିଛି ଟ୍ୱିଟ୍‌କୁ ନେଇ ଏବେ ସୋସିଆଲ ମିଡିଆ ରେ ଝଡ଼ ସୃଷ୍ଟି ହୋଇଛି ।

ଦିମିତ୍ରୀଙ୍କ ଏଭଳି ଟ୍ୱିଟ୍‌ ଏଲ୍‌ନ୍‌ଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ସବୁବେଳେ ନିଜର ପିଲାଳିଆମି ବା ପାଗଳାମୀ ପାଇଁ ଚର୍ଚ୍ଚାରେ ରହୁଥିବା ଏଲନ୍‌ ଦିମିତ୍ରୀଙ୍କ ଏଭଳି ଟ୍ୱିଟ୍‌ର ମଧ୍ୟ ଜବାବ ଦେଇଛନ୍ତି । ସେ ଏହି ଟ୍ୱିଟ୍‌ର ଉତ୍ତର ଦେଇ କହିଛନ୍ତି, ଏହା ଅତ୍ୟନ୍ତ ହାସ୍ୟାସ୍ପଦ । ଏଥିରେ କିଛି ବି ସତ୍ୟତା ନାହିଁ । ମୋର ସେଭଳି କିଛି ଆଗ୍ରହ ବି ନାହିଁ । 

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ-ଟିକ୍, ଲାଗିଲା ଗ୍ରେ-ଟିକ୍; ଜାଣନ୍ତୁ କ’ଣ ରହିଛି କାରଣ..

ତେବେ ଦିମିତ୍ରୀ ହେଉଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି, ତଥା ଏବେକାର ରାଷ୍ଟ୍ରପତି ଭ୍ଳାଦ୍‌ମିର ପୁଟିନ୍‌ଙ୍କ ଅତ୍ୟନ୍ତ ନିକଟତର । ପୁଟିନ୍‌ଙ୍କ ସରକାରରେ ସେ ଏବେ ଋଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍‌ ଦାୟିତ୍ୱରେ ରହିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସେ ଲେଖିଛନ୍ତି ଯେ, ୨୦୨୩ରେ ୟୁଏସ୍‌ରେ ଆରମ୍ଭ ହେବ ସିଭିଲ ୱାର । କାଲିଫର୍ଣ୍ଣିଆ ଓ ଟେକ୍ସାସ୍‌ ସହର ସ୍ୱତନ୍ତ୍ର ରାଜ୍ୟ ବା ସ୍ୱାଧିନ ରାଜ୍ୟ ପାଇଁ ଦାବି କରିବେ । ଏହାସହ ଟେକ୍ସାସ୍‌ ଏବଂ ମେକ୍ସିକୋ ୟନିୟନ୍‌ ଷ୍ଟେଟ୍ ଭାବେ ଗଠନ ହୋଇପାରନ୍ତି ।

ଏହାସହ ଦିମିତ୍ରୀ ନିଜ ଟ୍ୱିଟ୍‌ରେ ଆହୁରି କହିଥିଲେ ଯେ, ଏହି ସିଭିଲ ୱାର୍‌ ପରେ ଅନେକ ଷ୍ଟେଟ୍‌ରେ ଏଲନ୍‌ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିବେ । ଶେଷ ଟ୍ୱିଟ୍‌ରେ ଦିମିତ୍ରୀ ସମସ୍ତ ଆଙ୍ଗଲୋ ସାକ୍ସନ୍‌ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।