• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ୱିଟର ପକ୍ଷରୁ ଲଞ୍ଚ ହେଲା ନୂଆ ଫିଚର । ବ୍ଲୁ-ଟିକ୍‌ ପରେ ଆସିଲା ଗ୍ରେ-ଟିକ୍‌ ଓ ଗୋଲ୍ଡ ଟିକ୍‌ ।  ଏଲନ୍‌ ମସ୍କ ଟ୍ୱିଟରର ମାଲିକାନା ନେବା ପରେ ଏଥିରେ ସେ ଅନେକ ପରିବର୍ତ୍ତନ କରିଛନ୍ତି । ୟୁଜର୍ସଙ୍କୁ ସୁହାଇଲା ଭଳି କିଛି ନୂଆ ଫିଚର ଆଣିଛନ୍ତି । ଏହାସହ ଏଭଳି ଚେକ୍‌ମାର୍କ ଉପରେ ମଧ୍ୟ ନୂଆ ପଦକ୍ଷେପ ନେଇଛନ୍ତି । ପୂର୍ବରୁ କେବଳ ନାମି ଦାମୀ ଲୋକଙ୍କୁ  ଟ୍ୱିଟର ପକ୍ଷରୁ ବ୍ଲୁ-ଟିକ୍‌ ଦିଆଯାଉଥିଲା । ବ୍ଲୁ-ଟିକ୍‌ ଥିଲେ ସେହି ଆକାଉଣ୍ଟ ଭେରିଫାଏଡ୍‌ ବୋଲି ପରିଚିତ ଥିଲା । କିନ୍ତୁ ଏବେ ତିନି ପ୍ରକାର ପରିଚୟ ରହିଛି । କିଛି ବର୍ଗର ୟୁଜର୍ସଙ୍କୁ ବ୍ଲୁ-ଟିକ୍‌ ଦିଆଯାଉଥିବା ବେଳେ ଆଉ କିଛି ବର୍ଗର ୟୁଜର୍ସଙ୍କୁ ଗ୍ରେ-ଟିକ୍‌ ଓ ଗୋଲ୍ଡ ଟିକ୍‌ ଦିଆଯାଉଛି ।

ଏବେ ଟ୍ୱିଟରରେ ବ୍ଲୁ-ଟିକ୍‌ ପାଇବା ପାଇଁ ୮ ଡଲାର ଦେବାକୁ ହେଉଛି । ଯିଏ ମାସିକ ଆଠ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୬୬୨ ଟଙ୍କା ଦେବ ସେମାନଙ୍କ ପାଇଁ ଟ୍ୱିଟରରେ ବ୍ଲୁ-ଟିକ୍‌ ଉପଲବ୍ଧ ହେବ । ପୂର୍ବରୁ ଏହି ବ୍ଲୁ-ଟିକ୍‌ ମାଗଣାରେ ଉପଲବ୍ଧ କରାଉଥିଲା ଟ୍ୱିଟର । ତେବେ ବ୍ଲୁ-ଟିକ୍‌ର ନିୟମ ବଦଳିବା ପରେ ଅନେକ ଫେକ୍‌ ଆକାଉଣ୍ଟ ଟଙ୍କା ଖର୍ଚ୍ଚ କରି ବ୍ଲୁ-ଟିକ୍‌ ହାସଲ କଲେ । ଯାହାଫଳରେ ଟ୍ୱିଟରକୁ ଏହି ବ୍ଲୁ-ଟିକ୍‌ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ହେଲା । ସଂସ୍ଥା ପକ୍ଷରୁ ଏହାକୁ ରିଲଞ୍ଚ କରାଗଲା । ଏଥିରେ ଗ୍ରେ-ଟିକ୍‌ ଏବଂ ଗୋଲ୍ଡ ଟିକ୍‌ ସାମିଲ କରାଗଲା ।

ବ୍ଲୁ-ଟିକ୍‌ କ’ଣ ?

ବ୍ଲୁ-ଟିକ୍‌ ହେଉଛି ସାଧାରଣ ସବ୍‌ସ୍କ୍ରିପ୍‌ସନ୍‌ ସର୍ଭିସ୍ । କୌଣସି ବ୍ୟକ୍ତି ତଥା ଅଣ୍ଡ୍ରଏଡ୍‌ ୟୁଜର୍ସ ମାସିକ ୮ ଡଲାର ଦେଲେ ଏହାର ସୁବିଧା ପାଇପାରିବ । ହେଲେ ଆଇଫୋନ୍‌ ୟୁଜର୍ସ ମାସିକ ୧୧ ଡଲାର ଦେଲେ ବ୍ଲୁ-ଟିକ୍‌ ସୁବିଧା ପାଇ ପାରିବେ । ଏହି ବ୍ଲୁ-ଟିକ୍‌ ସବ୍‌ସ୍କ୍ରାଇବରଙ୍କ ପାଇଁ ବିଭିନ୍ନ ନୂଆ ଫିଚର ରହିଛି । ଯାହାକି ସାଧାରଣ ଟ୍ୱିଟର ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ବିଶେଷକରି ବ୍ଲୁ-ଟିକ୍‌ ପାଇଥିବା ୟୁଜର୍ସ ନିଜ ଟ୍ୱିଟ୍‌କୁ ପୋଷ୍ଟିଂ କରିବା ପରେ ମଧ୍ୟ ଏଡିଟ୍‌ କରିପାରିବେ ।

ଖାଲି ସେତିକି ନୁହେଁ ଟ୍ୱିଟର ବ୍ଲୁ-ଟିକ୍‌ ୟୁଜର୍ସଙ୍କୁ ସ୍କ୍ରିନ୍‌ରେ ଅଧିକ ବିଜ୍ଞାପନ ଦେଖାଯିବ ନାହିଁ । ଅର୍ଥାତ୍ ଅଯଥା ବଜ୍ଞାପନ ଦ୍ୱାରା ସେମାନେ ଡିସଟର୍ବ ହେବେ ନାହିଁ । ଏହାସହ ସେମାନଙ୍କୁ ଲମ୍ବା ଅବଧି ଏବଂ ହାଇ ରଜୋଲ୍ୟୁସନର ଭିଡିଓ ପୋଷ୍ଟ କରିବାକୁ ଅନୁମତି ମିଳିବ । ତେବେ ଏହି ସୁବିଧା ବର୍ତ୍ତମାନ ସୁଦ୍ଧା ବିଶ୍ୱର କେବଳ ୟୁଏସ୍‌, କାନାଡ଼ା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ୟୁକେରେ ଉପଲବ୍ଧ । ଖୁବ୍‌ଶୀଘ୍ର ଭାରତରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ।

ଅଧିକ ପଢ଼ନ୍ତୁ: DP କିମ୍ବା ଫ୍ରୋଫାଇଲ୍‌ ନାଁ ବଦଳାଇଲେ ବ୍ଲୁ ଟିକ୍‌କୁ ହଟାଇଦେବ ଟ୍ୱିଟର୍‌

ଗୋଲ୍ଡ ଟିକ୍‌ କ’ଣ ?

ଗୋଲ୍ଡ ଟିକ୍‌ କେବଳ ଭେରିଫାଏଡ୍‌ ବିଜନେସ୍‌ ଆକାଉଣ୍ଟକୁ ଦିଆଯିବ । ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ପାଇଁ ଗୋଲ୍ଡ ଟିକ୍ ଉପଳବ୍ଧ ହେବ । ଏବେ ସୁଦ୍ଧା ମାର୍ବଲ ଏଣ୍ଟରଟେନ୍‌ମେଣ୍ଟ, ଏକ୍ସବକ୍ସ ଏବଂ ସୋନି ଭଳି କିଛି ହାତଗଣତି ସଂସ୍ଥାକୁ ଗୋଲ୍ଡ ଟିକ୍‌ ଦିଆଯାଇଛି ।

ଗ୍ରେ ଟିକ୍‌ କ’ଣ ?

ସାଧାରଣ ଲୋକଙ୍କ ପାଇଁ ବ୍ଲୁ-ଟିକ୍‌ ଏବଂ ବଡ଼ ବଡ଼ ବ୍ୟବସାୟୀଙ୍କ ପାଇଁ ଗୋଲ୍ଡ ଟିକ୍ ଉପଲବ୍ଧ ହେଉଥିବା ବେଳେ ସରକାରୀ ଆକାଉଣ୍ଟ ପାଇଁ ଗ୍ରେ-ଟିକ୍ । ସରକାରୀ ଆକାଉଣ୍ଟ ବା ଅଫିସିଆଲ ଆକାଉଣ୍ଟ ଏମିତିକି ନେତା ମନ୍ତ୍ରୀଙ୍କ ପାଇଁ ଗ୍ରେ-ଟିକ୍ ଉପଲବ୍ଧ ।

ତେବେ ଏହି କ୍ରମରେ ଦେଶର ଅନେକ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟିଯାଇଛି । ଏହା ବଦଳରେ ସେହି ଆକାଉଣ୍ଟ ଗୁଡ଼ିକରେ ଗ୍ରେ-ଟିକ୍‌ ଦିଆଯାଇଛି ।