Advertisment

Nobel Peace Prize: ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ସୁପାରିଶ କଲା ପାକିସ୍ତାନ

ନୋବେଲ ଶାନ୍ତି ପୁରସ୍କାର-୨୦୨୬ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ସୁପାରିଶ । ଭାରତ-ପାକ୍ ଯୁଦ୍ଧ ବିରତି ଟ୍ରମ୍ପଙ୍କ ପାଇଁ ସଂଭବ ହେଲା କହି ଟ୍ରମ୍ପଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପାକିସ୍ତାନ ସରକାର । ଅପରେସନ୍‌ ସିନ୍ଦୂର ବେଳେ ଟ୍ରମ୍ପଙ୍କ ଭୂମିକା ଯୋଗୁ ଯୁଦ୍ଧ ରୋକାଯାଇପାରିଛି ବୋଲି କହିଛି ପାକ୍ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Nobel Peace Prize

Nobel Peace Prize

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପାକିସ୍ତାନ ସରକାରଙ୍କ ଦୃଢ ସମର୍ଥନ । ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ସୁପାରିଶ କଲା ପାକିସ୍ତାନ । ଟ୍ରମ୍ପଙ୍କ ନିର୍ଣ୍ଣାୟକ କୁଟନୈତିକ ହସ୍ତକ୍ଷେପ ତଥା ନେତୃତ୍ୱକୁ ପାକ୍ ପ୍ରଶଂସା କରିଛି । ଏଥିରେ ଦର୍ଶାଯାଇଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଏହାକୁ ପ୍ରତ୍ୟାହାର କରିବାରେ ଟ୍ରମ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେଣୁ ନୋବେଲ ଶାନ୍ତି ପୁରସ୍କାର-୨୦୨୬ ଟ୍ରମ୍ପଙ୍କୁ ମିଳିବା ଆବଶ୍ୟକ । ସେଥିପାଇଁ ଆମେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିଶ କରୁଛୁ। 

Advertisment

ସୂଚନାଯୋଗ୍ୟ, ଜମ୍ମୁକାଶ୍ମୀର ପହଲଗାମ ଆତଙ୍କୀ ହମଲାରେ ୨୬ ଜଣଙ୍କ ଜୀବନ ଯାଇଥିଲା । ଆକ୍ରମଣ ପଛରେ ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଗଲା । ଯାହାର ମୁହଁତୋଡ଼ ଜବାବ ଦେଲା ଭାରତ । ୭ ମେ’ରେ ଲଞ୍ଚ କରାଗଲା ଅପରେସନ ସିନ୍ଦୂର ।  ଏହାପରେ ଲଗାତାର ୪ ଦିନ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଲା । ଡ୍ରୋନ୍ ମିଶାଇଲ ଆଟାକ୍ ହେଲା । ପାକିସ୍ତାନର କହିବା କଥା ହେଲା, ସେହି ସମୟରେ ଟ୍ରମ୍ପଙ୍କ ହସ୍ତକ୍ଷେପ କାରଣରୁ ଯୁଦ୍ଧରେ ବିରାମ ଲାଗିପାରିଛି । 

ଅପରପକ୍ଷେ, ଯୁଦ୍ଧରେ ବିରାମ ଲାଗିବା ପଛରେ ଟ୍ରମ୍ପଙ୍କ ଭୂମିକାକୁ ଭାରତ ସରକାର  ସ୍ୱୀକାର କରିନାହାନ୍ତି । ସେପଟେ ଯୁଦ୍ଧରେ ବ୍ରେକ୍ ଲାଗିବା ପରେ ଟ୍ରମ୍ପ କହିଥିଲେ, "ମୁଁ ଯୁଦ୍ଧ ବନ୍ଦ କରିଛି । ମୋଦି ଜଣେ ଅତି ଉତ୍ତମ ମଣିଷ । ମୁଁ ତାଙ୍କ ସହ ଗତ ରାତିରେ ଆଲୋଚନା କରିଥିଲି । ଆମେ ଭାରତ ସହ ଏକ ବାଣିଜ୍ୟିକ ଡିଲ୍ କରିବାକୁ ଯାଉଛୁ । ଏହା ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଛି ।"

Advertisment

ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ସହ ଏକ ବୈଠକ ପାଇଁ ପ୍ରସ୍ତାବ ରଖିଛନ୍ତି । ଏହି ବୈଠକରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ସୁପାରିଶ କରାଯିବା କଥା ଆଲୋଚନା ହେବ । ତେବେ ହ୍ୱାଇଟ୍ ହାଉସ ମୁଖପାତ୍ର ଆନ୍ନା କେଲ୍ଲି ଯଦିଓ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କିନ୍ତୁ ଏଯାଏଁ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି । ସେପଟେ ନୋବେଲ ଶାନ୍ତି ପୁରସ୍କାର ନେଇ ଟ୍ରମ୍ପଙ୍କ କହିବା କଥା, ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ମୋର ଅନେକ ସମର୍ଥକ ଏହି ମୁଦ୍ଦା ଉଠାଇଥିଲେ । 

ଅଧିକ ପଢନ୍ତୁ: ଓଡ଼ିଶା ଆସିବାକୁ ଆମେରିକା ଗଲେନି ମୋଦି, ଟ୍ରମ୍ପଙ୍କୁ କହିଲେ ମହାପ୍ରଭୁଙ୍କ...

Donald Trump Pakistan Nobel Peace Prize
Advertisment
Related Articles
Advertisment