• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଦେଶର ବିଭିନ୍ନ ସ୍ଥାନରେ ଏବେ ତୁର୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତୁର୍କୀ ପାକିସ୍ତାନକୁ ଖୋଲାଖୋଲି ସାହାଯ୍ୟ କରିଥିଲା । ଏପରିକି ପାକିସ୍ତାନ ସେନା ପକ୍ଷରୁ ମାଡ଼ ହେଉଥିବା ଡ୍ରୋନ ତୁର୍କୀ ଯୋଗାଇ ଦେଇଥିଲା । ପହଲଗାମରେ ୨୬ ଜଣଙ୍କୁ ଆତଙ୍କବାଦୀ ନିର୍ମମ ଭାବେ ହତ୍ୟା କରିବା ପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେରେ ଆକ୍ରମଣ କରି ପ୍ରାୟ ୧୦୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଭାରତ । ଆତଙ୍କବାଦୀଙ୍କ ପକ୍ଷ ନେଇ ପାକିସ୍ତାନ ଦୁଇ ଦେଶର ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ପାକିସ୍ତାନ ମାଡ଼ କରିଥିବା ଡ୍ରୋନ୍ ତୁର୍କୀର ଥିଲା ବୋଲି ଜଣାପଡିଥିଲା ।

ଏହି ଘଟଣାକୁ ନେଇ ଭାରତୀୟଙ୍କ ମନରେ ତୁର୍କୀ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି । କାରଣ ଆତଙ୍କବାଦୀଙ୍କ ସମର୍ଥନରେ ବାହାରିଥିଲା ତୁର୍କୀ । ଏହାକୁ ନେଇ ଭାରତରେ ବୟକଟ୍ ତୁର୍କୀ ଅଭିଯାନ ଆରମ୍ଭ ହୋଇଛି । ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓ ( Turkiye Apple ) କୁ ବ୍ୟାନ କରିଛନ୍ତି । ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁ । ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି । ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତର 'ଦୋସ୍ତି'କୁ ଭୁଲିଗଲା ବେଇମାନ୍ ତୁର୍କୀ, ଇସଲାମାବାଦକୁ ପଠାଇଥିଲା ଡ୍ରୋନ୍ ଭର୍ତ୍ତି ଜାହାଜ

ଏହି ବୟକଟ୍ ଦ୍ୱାରା ଫଳ ବଜାର ଉପରେ ଏହାର ପ୍ରଭାବ ପଡିବ । ତୁର୍କୀ କେବଳ ସେଓ ବିକ୍ରିରୁ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟବସାୟ କରିଥାଏ । ଏହାର ପ୍ରଭାବ ସିଧାସଳଖ ତୁର୍କୀର ଫଳ ଚାଷୀଙ୍କ ଉପରେ ପଡିବ ।

ବ୍ୟବସାୟୀମାନଙ୍କ କହିବା କଥା କେବଳ ଅର୍ଥନୈତିକ ପ୍ରଭାବ ନୁହେଁ ଭାରତୀୟ ସେନା ଓ ପ୍ରଶାସନକୁ ସମର୍ଥନ ଜଣାଇବା ପାଇଁ ଏହି ବୟକଟ୍ ନିଷ୍ପତ୍ତି ନିଆଯାଇଛି । ତୁର୍କୀ ସେଓ ନଆସିଲେ, ଲୋକମାନେ ଆଉ ଖୋଜିବେନି ବୋଲି ସେ କହିଛନ୍ତି ।

ସୁୟୋଗ ଜେଣ୍ଡେ ନାମକ ଜଣେ ବ୍ୟବସାୟୀ କହିଛନ୍ତି, ଲୋକମାନେ ଆଉ ତୁର୍କୀ ସେଓ କିଣିବାକୁ ପସନ୍ଦ କରୁନାହାନ୍ତି । ଏବେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଇରାନ୍ ଓ ଅନ୍ୟ ଅଞ୍ଚଳର ସେଓର ଚାହିଦା ବଢୁଛି । ବୟକଟ୍ ନିଷ୍ପତ୍ତି ଦେଶପାଇଁ ଆମର କର୍ତ୍ତବ୍ୟ ଓ ସମର୍ଥନ ବୋଲି ଜଣେ ବ୍ୟବସାୟୀ କହିଛନ୍ତି ।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ବଜାରରେ ବହୁତ ସେଓ ଅଛି, ଆମେ ଆଉ ଶତ୍ରୁ ଦେଶର ସେଓ ଖାଇବୁନି ।

ଅଧିକ ପଢ଼ନ୍ତୁ: ଟାର୍ଗେଟରେ ଭାରତର ଧାର୍ମିକ ସ୍ଥଳ, ତୁର୍କୀର ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ