• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଏହା ଏକ ଅସ୍ୱାଭାବିକ ଘଟଣା ହୋଇପାରେ । ଏହାକୁ ନେଇ ସାରା ପାକିସ୍ତାନରେ ଏବେ ଚର୍ଚ୍ଚା । ଗୁଜରନୱାଲାର ଏକ ପରିବାର ଭିକ ମାଗି ଚଳନ୍ତି ବୋଲି ଦାବି କରିଆସୁଥିଲେ । ସବୁବେଳେ କୁହନ୍ତି ପାଖରେ ପଇସା ନାହିଁ । ଅନ୍ୟ ଉପରେ ନିର୍ଭର କରି ଚଳନ୍ତି । ତେବେ ଏହି ପରିବାରର ଜଣେ ବୟସ୍କା ମହିଳାଙ୍କର ଦେହାନ୍ତ ହେବା ପରେ ୪୦ ଦିନରେ ପରିବାର ପକ୍ଷରୁ ଏକ ଭୋଜି ଦିଆଯାଇଥିଲା । ଏହାକୁ କେବଳ ଭୋଜି ତ କୁହାଯାଇପାରିବନି ଆଡମ୍ୱରପୂର୍ଣ୍ଣ ଭବ୍ୟ ଭୋଜି ବୋଲି କହିହେବ । ପ୍ରାୟ ୨୦ ହଜାର ଅତିଥି ଏହି ଭୋଜିରେ ଯୋଗ ଦେଇଥିଲେ । ଜାତୀୟ ଗଣମାଧ୍ୟମରେ ଏ ସଂପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି । ଅନେକ ଲୋକ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏହା କିଭଳି ସମ୍ଭବ ହେଲା ବୋଲି ପ୍ରଶ୍ନ କରିଛନ୍ତି । ଭିକାରୀ ପରିବାର ଏତେ ଟଙ୍କା ଅଣିଲା କେଉଁଠୁ ?

ମେନ୍ୟୁ ଭେନ୍ୟୁ ପୂରା ରୟାଲ୍

ଏହି ଭୋଜି କୌଣସି ରାଜକୀୟ ଭୋଜିଠାରୁ କମ୍ ନଥିଲା । ସ୍ଥାନୀୟ ଲୋକ ଏପରିକି ସୋସିଆଲ୍ ମିଡିଆ ୟୁଜରମାନେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି । ରାହୱଲି ରେଳଷ୍ଟେସନଠାରୁ ଭେନ୍ୟୁ ପର୍ଯ୍ୟନ୍ତ ଅତିଥିମାନଙ୍କୁ ନେବା ଆଣିବା କରିବା ପାଇଁ ପ୍ରାୟ ୨୦୦ ଗାଡି ରଖାଯାଇଥିଲା । ଖାଦ୍ୟ ମେନ୍ୟୁ ବି ଦାମୀ ହୋଟେଲ୍ ଷ୍ଟାଇଲରେ ଥିଲା । ଖାଦ୍ୟରେ କ୍ଷିରି, ମଟନ୍, ମିଠା ରାଇସ୍, ମୁରାବା ଆଦି ଥିଲା । ବିଭିନ୍ନ ପ୍ରକାରର ଡେଜଟସ୍ ମଧ୍ୟ ଥିଲା । ୨୦ ହଜାର ଲୋକଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିଲା । ୨୫୦ଟି ଛେଳି କଟାଯାଇଥିଲା । ଲୋକମାନେ ଆସି ଆନନ୍ଦରେ ଖାଇଥିଲେ ।

ଅଧିକ ପଢନ୍ତୁ: ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ; ବ୍ୟବସାୟୀଙ୍କୁ ଧମକ ନେଇ ହୋଇଥିଲା ଅଭିଯୋଗ 

ପରିବାରର ଏହି ଆତିଥ୍ୟରେ ଅନେକ ଖୁସି ହୋଇଥିଲା ବେଳେ ଅନେକ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । କେହି କେହି କହିଛନ୍ତି, ଘରେ ଟଙ୍କା ନଥିବା ବେଳେ ଏତେ ଟଙ୍କା ଆସିଲା କେଉଁଠୁ । ଏହା ବିରୋଧାଭାସ ନୁହେଁ କି ? ସତରେ ତାଙ୍କର ଟଙ୍କା ନାହିଁ ନା ସେ ଅଭିନୟ କରୁଥିଲେ ବୋଲି କହି କେହି କେହି ସନ୍ଦେହ ପ୍ରକଟ କରିଛନ୍ତି । ସୋସିଆଲ୍ ମିଡିଆରେ କେତେଜଣ ମଧ୍ୟ ଲେଖିଛନ୍ତି, ସେ ଆମଠାରୁ ମଧ୍ୟ ଧନୀ । କେତେଜଣ ମଧ୍ୟ ଏହି ପରିବାରର ବଦାନ୍ୟତାକୁ ତାରିଫ୍ କରି ସୋସିଆଲ ମିଡିଆରେ ଲେଖିଛନ୍ତି ।

ଅଧିକ ପଢନ୍ତୁ: କୀଟନାଶକ ଶୁଙ୍ଘି ମରିଗଲେ ଶହେ ମାଙ୍କଡ, ପୋଲିସର ଛାନଭିନ୍ 

.

OTV is now on Whatsapp

Join and get latest news update delivered to you via whatsapp

Join Now