ବର୍ତ୍ତମାନର ସମୟରେ କୌଣସି ଏକ ରେଷ୍ଟୁରାଣ୍ଟକୁ ଗଲେ ସେମାନଙ୍କର ମେନୁରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ରହିଥିବା ଦେଖିବାକୁ ମିଳୁଛି । ଏହା ସହ ଏପରି ମଧ୍ୟ କେତେକ ରେଷ୍ଟୁରାଣ୍ଟ ଅଛି, ଯେଉଁଥିରେ କେବଳ ନିରାମିଷ କିମ୍ବା କେବଳ ଆମିଷ ମିଳେ । ମୋଟ୍ ଉପରେ କହିବାକୁ ଗଲେ, ମେନୁ ଦେଖିବା ପରେ କୌଣସି ବ୍ୟକ୍ତିକୁ ମଧ୍ୟ ବାଛିବା ପାଇଁ ଅସୁବିଧା ହୁଏନାହିଁ ।
ଯାହାକୁ ନିରାମିଷ ପସନ୍ଦ ସେ ନିରାମିଷ ଅର୍ଡର କରେ । ଯାହାକୁ ଆମିଷ, ସେ ଆମିଷ ଅର୍ଡର କରେ । କିନ୍ତୁ ଆପଣ କେବେ ଭାବିଛନ୍ତି, ବିଗତ ଦିନରେ ଭାରତରେ ଯେଉଁ ରେଷ୍ଟୁରାଣ୍ଟ ଥିଲା, ସେଠାରେ ମେନୁ କିପରି ଶୈଳୀରେ ତିଆରି ହୋଇଥିବ .. ଏମିତି ଏକ ରେଷ୍ଟୁରାଣ୍ଟ ବିଷୟରେ ଆସନ୍ତୁ ଜାଣିବା ।
Also Read
ଅଧିକ ପଢ଼ନ୍ତୁ: ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଖାଇବାକୁ ଆସିଲେ ମିଳେ ମାଗଣା ମଦ, ଜାଣନ୍ତୁ କାରଣ...
୨୦୧୮ ପର୍ଯ୍ୟନ୍ତ ମୁମ୍ବାଇରେ "ଲାଇଟ୍ ଅଫ୍ ଏସିଆ" ନାମରେ ଏକ ରେଷ୍ଟୁରାଣ୍ଟ କାର୍ଯ୍ୟକ୍ଷମ ଥିଲା । ଉକ୍ତ ରେଷ୍ଟୁରାଣ୍ଟର ବିଶେଷତ୍ୱ ହେଉଛି ସେଠାରେ ମଟନ୍, ଘୁଷୁରି, ମାଛ ଏବଂ ଅଣ୍ଡା ସମେତ ଅନେକ ପ୍ରକାର ଆମିଷ ଖାଦ୍ୟ ମିଳୁଥିଲା । ଅନ୍ୟପଟେ ଶାକାହାରୀ ଖାଦ୍ୟର ବିକଳ୍ପ ଉପଲବ୍ଧ ଥିଲେ ମଧ୍ୟ ତାହା ନିହାତି କମ୍ ଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନ ପରି ସେତେବେଳର ମେନୁରେ “ଭେଜ୍” କିମ୍ବା “ନନ୍-ଭେଜ୍” ଶ୍ରେଣୀ ନଥିଲା ।
ଅନ୍ୟପଟେ ଉକ୍ତ ରେଷ୍ଟୁରାଣ୍ଟର ଅନ୍ୟ ଏକ ବିଶେଷତ୍ୱ ହେଉଛି, ସେଠାରେ ମିଠା ବ୍ରେଡ୍, ଜିଭ (tongue), ଲିଭର (liver) ଏବଂ କିଡନୀ (kidney) ପରି ବିରଳ ମାଂସ ମିଳେ । ଜେନେରାଲ୍ ପୋଷ୍ଟ ଅଫିସ୍ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ନିକଟରେ ଏହି ଐତିହାସିକ ରେଷ୍ଟୁରାଣ୍ଟ ରହିଛି । ରେଷ୍ଟୁରାଣ୍ଟର ମେନୁରେ ବ୍ରିଟିଶ ଏବଂ ସ୍ଥାନୀୟ ଭାରତୀୟ ଖାଦ୍ୟର ଏକ ଆକର୍ଷଣୀୟ ମିଶ୍ରଣ ରହିଛି । ବିଭିନ୍ନ ଭାରତୀୟ କଣ୍ଟିନେଣ୍ଟାଲ୍ ଖାଦ୍ୟ ସହିତ ବିରିୟାନି, କରୀ, ମଟନ୍ର ବିଭିନ୍ନ ପ୍ରକାର ଆଇଟମ୍ ମିଳିଥାଏ ।
ଏପରି ଖାଇବା ଦେବା ସହ ଏହି ରେଣ୍ଟୁରାଣ୍ଟ ସେତେବେଳେ ବିଭିନ୍ନ ପ୍ରକାର ପାନୀୟ ମଧ୍ୟ ଦେବା ଆରମ୍ଭ କରିଥିଲା । ଫଳରେ ସେ ସମୟରେ ଉକ୍ତ ରେଷ୍ଟୁରାଣ୍ଟଟି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲା ।