Advertisment

Bobby Das's Brother Arrested: ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ; ବ୍ୟବସାୟୀଙ୍କୁ ଧମକ ନେଇ ହୋଇଥିଲା ଅଭିଯୋଗ

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଓରଫ ଲଲ ଗିରଫ। ଭବ ପ୍ରକାଶଙ୍କୁ ଗିରଫ କଲା ଯାଜପୁର ଟାଉନ୍‌ ଥାନା ପୋଲିସ।

author-image
Sonali Ojha
ଅଦ୍ୟତନ ହୋଇଛି
Bhaba prakash Das

Bhaba prakash Das

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଓରଫ ଲଲ ଗିରଫ। ଭବ ପ୍ରକାଶଙ୍କୁ ଗିରଫ କଲା ଯାଜପୁର ଟାଉନ୍‌ ଥାନା ପୋଲିସ। ଗିରଫ ପରେ ତାଙ୍କୁ SDJMଙ୍କ ବାସଭବନକୁ ଅଣାଯାଇଛି। ଗତକାଲି ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବଙ୍କ ନାଁରେ ଏତଲା ଦିଆଯାଇଥିଲା । ଯାଜପୁର ଥାନାରେ ଜଣେ ବ୍ୟବସାୟୀ ଏତଲା ଦେଇଥିଲେ । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗ ବି ଆଣିଥିଲେ । ଏମିତି କି ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ବ୍ୟବସାୟୀ ଜଣକ ଏତଲାରେ ଦର୍ଶାଇଥିଲେ।

Advertisment

ତେବେ ନଭେମ୍ବର ୨୦ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀଙ୍କ ଆତଙ୍କରାଜ...ଠେଙ୍ଗାବାଡ଼ି ଧରି ବିଧାୟକଙ୍କ ଗାଡ଼ି ଉପରେ ହମଲା, ଭଙ୍ଗାରୁଜା କରିଥିଲେ । ଗାଡ଼ି ଭିତରେ ଆତଙ୍କିତ, ଅସହାୟ ହୋଇପଡ଼ିଥିଲେ ବିଧାୟକ । ୨୦ରୁ ୨୫ ମିନିଟ୍ ଧରି ଯେମିତି ଅସୁରକ୍ଷିତ ଥିଲା ପୂରା ଅଞ୍ଚଳ । ପୋଲିସ୍ ପହଞ୍ଚିବାରେ ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା ।

ନଭେମ୍ବର ୨୦ରେ ହୋଇଥିବା ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ ସାହୁ । ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଥିଲେ ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ, ଆଇନ ତା ବାଟରେ ଯିବ ବୋଲି କହିଥିଲେ ହିମାଂଶୁ ।

Advertisment

ଏପଟେ ବିଧାୟକଙ୍କ ଉପରକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରତିକ୍ରିୟାରେ ବବି କହିଥିଲେ, ସେ ଘଟଣାସ୍ଥଳରେ ନଥିଲେ । ବିରଜା ପ୍ରକଳ୍ପକୁ ନେଇ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ହୋଇଥିଲା । ବିଧାୟକ ସେପଟେ ଯାଉଥିଲେ, ବଚସା ହୋଇଥିବା ଶୁଣିବାକୁ ପାଇଛି । କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବନି ବୋଲି କହିଥିଲେ ବବି । ବିଧାୟକଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ କହିଛନ୍ତି, ଭାଇକୁ କହିଛି ଥାନାରେ ଯାଇ ବସିବାକୁ । ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ, ପୁଣି ବବିଙ୍କୁ ଦାୟୀ କଲେ ଧର୍ମଶାଳା ବିଧାୟକ

ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ, ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ଓରଫ୍ ଲଲ । ଆକ୍ରମଣ ଘଟଣାକୁ ସ୍ବୀକାର କରିବା ସହ କହିଥିଲେ, ମା’ ବିରଜାଙ୍କ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବାବେଳେ ଧର୍ମଶାଳା ବିଧାୟକ ଆସିଥିଲେ । ଆନ୍ଦୋଳନକାରୀଙ୍କୁ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ବିଧାୟକ ହିମାଂଶୁ ସାହୁଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ କଥା ହୋଇଥିଲି ।

ତା’ସହ ଏଭଳି ଘଟଣା ପାଇଁ କ୍ଷମା ପ୍ରାର୍ଥନା ବି କରିଛି । ତେବେ ଏହା କୌଣସି ସୁଚିନ୍ତିତ ଯୋଜନା ନାହିଁ କି ସେଥିରେ ମୋର କୌଣସି ସଂପୃକ୍ତି ନାହିଁ ବୋଲି କହିଥିଲେ ବବି ଦାସଙ୍କ ଭାଇ । ଅନ୍ୟପକ୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି । ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଯାଜପୁର SDJM କୋର୍ଟରେ ହାଜର ହୋଇଥିଲେ । ଜାମିନ ନାମଞ୍ଜୁର ହେବା ପରେ ଜେଲ୍ ଯାଇଛନ୍ତି ୧୦ ଅଭିଯୁକ୍ତ ।

ଅଧିକ ପଢ଼ନ୍ତୁ: ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଜେଲ୍ ଗଲେ ୧୦ ଅଭିଯୁକ୍ତ

Jajpur Pranab Prakash Das
Advertisment
Advertisment