Advertisment

Donald Trump Warns Apple: ଆପଲ ସିଇଓଙ୍କୁ ଟ୍ରମ୍ପଙ୍କ ଚେତାବନୀ: ଭାରତରେ ନିର୍ମିତ ଆଇଫୋନ ଆମେରିକାରେ ବିକ୍ରି ହେବନି, ନଚେତ୍...

ଆପଲ କମ୍ପାନୀକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ । ଭାରତ କିମ୍ବା ଅନ୍ୟ ଦେଶର ନିର୍ମିତ ଆଇଫୋନ ଆମେରିକାରେ ବିକ୍ରି କରିହେବନି। ନଚେତ୍ ୨୫ ପ୍ରତିଶତ ଶୁଳ୍କ ଆଦାୟ ହେବ ବୋଲି କହିଛନ୍ତି ଟ୍ରମ୍ପ । ଯାହାକୁ ନେଇ ଚିନ୍ତାରେ କମ୍ପାନୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Trump Threatens Apple CEO

Trump Threatens Apple CEO

ଆପଲ୍ କମ୍ପାନୀକୁ ଟ୍ରମ୍ପଙ୍କ ଚେତାବନୀ । ଭାରତ କିମ୍ବା ଅନ୍ୟ ଦେଶରେ ନିର୍ମିତ ଆଇଫୋନ ଆମେରିକାରେ ବିକ୍ରି କରିପାରିବେ ନାହିଁ । ଯଦି ସେପରି କଲେ, ତେବେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ କଡ଼ା ଚେତାବନୀ ଦେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ (X)ରେ ପୋଷ୍ଟ କରିଛନ୍ତି । ଟ୍ରମ୍ପ କହିଛନ୍ତି, "ଆମେରିକାରେ ବିକ୍ରି ହେଉଥିବା ଆଇଫୋନ ଆମେରିକାରେ ହିଁ ପ୍ରସ୍ତୁତ ହେବା ଦରକାର । ମୁଁ ପୂର୍ବରୁ ମଧ୍ୟ ଏ ବିଷୟରେ ଟିମ କୁକଙ୍କୁ ବୁଝାଇଥିଲି ।" 

Advertisment

ଟ୍ରମ୍ପଙ୍କ ଏହା ପ୍ରଥମ ଚେତାବନୀ ନୁହେଁ । ପୂର୍ବରୁ ମଧ୍ୟ ଟ୍ରମ୍ପ ଭାରତରେ ଆଇଫୋନ ପ୍ରସ୍ତୁତ ନକରିବାକୁ ଚେତାବନୀ ଦେଇଥିଲେ । ହେଲେ କମ୍ପାନୀ ଏହାକୁ ଗମ୍ଭୀରତାର ସହ ନେଇନଥିଲା । ବର୍ତ୍ତମାନ ପୁଣି ଥରେ କଡ଼ା ଚେତାବନୀ ଦେବା ସହ ଏହି ଶୁଳ୍କ ବଢିବା ନିୟମ ଆସନ୍ତା ଜୁନ ମାସରୁ ଲାଗୁ ହେବ ବୋଲି ମଧ୍ୟ କହିଛନ୍ତି । 

ସୂଚନାଯୋଗ୍ୟ, କମ୍ପାନୀ ପ୍ରସ୍ତୁତ କରୁଥିବା ଆଇଫୋନରୁ ୨୦ ପ୍ରତିଶତ ଭାରତରେ ତିଆରି ହୁଏ । ନିଜ ଉତ୍ପାଦନ କ୍ଷମତା ବଢାଇବାକୁ କମ୍ପାନୀ ଲଗାତାର ନିବେଶ କରିଚାଲିଛି । ଆପଲର ମୁଖ୍ୟ ମ୍ୟାନୁଫାକଚରିଂ ୟୁନିଟ୍ ଚୀନରେ ରହିଛି । ଶୁଳ୍କ ବଢିବା କାରଣରୁ କମ୍ପାନୀ ଭାରତ ସମେତ ଅନ୍ୟ ଦେଶରେ ମ୍ୟାନୁଫାକଚରିଂ ୟୁନିଟ୍ ବଢାଇବା ଲକ୍ଷ୍ୟରେ ଥିଲା । ହେଲେ ଟ୍ରମ୍ପଙ୍କ ଚେତାବନୀ ପରେ କମ୍ପାନୀ ଅକଳରେ ପଡ଼ିଛି । 

Advertisment

ଅଧିକ ପଢନ୍ତୁ: ଆପଲ୍‌ ସିଇଓଙ୍କୁ ଟ୍ରମ୍ପଙ୍କ ପରାମର୍ଶ, ଭାରତରେ...

Donald Trump Apple IPhone
Advertisment
Related Articles
Advertisment