Advertisment

Next Test Captain: ରୋହିତଙ୍କ ପରେ କିଏ ହେବେ ଟେଷ୍ଟ କ୍ୟାପଟେନ୍ ? ରେସ୍‌ରେ ଆଗରେ ରହିଛି ଗିଲ୍‌ଙ୍କ ନାଁ

ଟେଷ୍ଟ କ୍ୟାପଟେନ ରେସରେ ସବୁଠୁ ଆଗରେ ଶୁବମନ ଗିଲ୍ ଥିବା ଚର୍ଚ୍ଚା ହେଉଛି । ସେହିପରି ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଥିଲେ ଓ ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକତ୍ୱ ମଧ୍ୟ ଗ୍ରହଣ କରିଥିଲେ। ଏଣୁ ତାଙ୍କ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କିଏ ହେବେ ଟେଷ୍ଟ କ୍ୟାପଟେନ୍‌ ?

କିଏ ହେବେ ଟେଷ୍ଟ କ୍ୟାପଟେନ୍‌ ?

କିଏ ଧରିବ ଇଣ୍ଡିଆ ଟେଷ୍ଟ ଟିମ୍ କମାଣ ? ରୋହିତଙ୍କ ପରେ କିଏ ହେବେ ଟେଷ୍ଟ କ୍ୟାପଟେନ୍ ? ଶୁଭମନ ଗିଲ୍, କେ.ଏଲ.ରାହୁଲ, ବୁମରା ନା ଋଷଭ ପନ୍ତ ? ପରବର୍ତ୍ତୀ ଟେଷ୍ଟ କ୍ୟାପଟେନ୍‌ ନେଇ ଆଜି ହେବ ବଡ଼ ଘୋଷଣା । ଟେଷ୍ଟରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଆଜିଠୁ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । କାରଣ ଆସନ୍ତା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଆଜି ସାଢେ ଗୋଟାଏରେ ଟିମ୍ ଘୋଷଣା କରିବ ବିସିସିଆଇ ।

Advertisment

ସେପଟେ ଟେଷ୍ଟ କ୍ୟାପଟେନ ରେସରେ ସବୁଠୁ ଆଗରେ ଶୁବମନ ଗିଲ୍ ଥିବା ଚର୍ଚ୍ଚା ହେଉଛି । ସେହିପରି ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଥିଲେ ଓ ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକତ୍ୱ ମଧ୍ୟ ଗ୍ରହଣ କରିଥିଲେ। ଏଣୁ ତାଙ୍କ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।

ଅଧିକ ପଢ଼ନ୍ତୁ: ଆଇପିଏଲ ପ୍ରଦର୍ଶନକୁ ନେଇ ଖଣ୍ଡାଧାରରେ ୩ ଖେଳାଳିଙ୍କ ଭାଗ୍ୟ, ଟିମ ଇଣ୍ଡିଆରୁ ଡ୍ରପ ହୋଇ ପାରନ୍ତି

Advertisment

ଅନ୍ୟପଟେ କେଏଲ.ରାହୁଲ ଓ ଋଷଭ ପନ୍ତକୁ ନେଇ ମଧ୍ୟ ଆଲୋଚନା ହେଉଛି । କାହିଁକି ନା ରେଡ୍‌ ବଲ୍‌ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ପନ୍ତ । ତେଣୁ ରୋହିତଙ୍କ ପରେ ପନ୍ତଙ୍କୁ ମଧ୍ୟ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦ ଦିଆଯାଇପାରେ । ତେବେ ଆଜି ଇଂଲଣ୍ଡ ବିପକ୍ଷ ଦଳ ଘୋଷଣା ପରେ ଟେଷ୍ଟ ଭାରତ ଟେଷ୍ଟ କ୍ରିକେଟରେ ନେତୃତ୍ୱ କିଏ ନେବେ ତାହା ସ୍ପଷ୍ଟ ହୋଇଯିବ । ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ୍‌ ୨୦ରୁ ଅଗଷ୍ଟ ୪ ମଧ୍ୟରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ତେବେ ଏହି ସିରିଜ୍‌ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଉଭୟ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ଅବସର ଘୋଷଣା କରିଛନ୍ତି ।

India BCCI Shubman Gill Test Captaincy
Advertisment
Related Articles
Advertisment