Advertisment

Raja Chakra Appears In Court: କୋର୍ଟରେ ହାଜର ହେଲା ରାଜା ଚକ୍ର, ରିମାଣ୍ଡରେ ନେବ କି କ୍ରାଇମବ୍ରାଞ୍ଚ ?

ସହଯୋଗୀଙ୍କ ସହ କେନ୍ଦୁଝର କୋର୍ଟରେ ହାଜର ହେଲା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଜେଲରେ ଅଛନ୍ତି ରାଜା । ଅନ୍ୟ ଏକ ମାମଲାରେ କ୍ରାଇମବ୍ରାଞ୍ଚ ତାକୁ ରିମାଣ୍ଡରେ ନେଇପାରେ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Raja Chakra Appears In Court

Raja Chakra Appears In Court

ବଢିଲା ରାଜା ଚକ୍ରଙ୍କ ଅଡୁଆ । ଆଉ ଏକ ମାମଲାରେ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ଆଜି କେନ୍ଦୁଝର କୋର୍ଟରେ ହାଜର ହୋଇଛି ରାଜା ଚକ୍ର । ବିଜେଡି ନେତା ରାଜା ଚକ୍ର ଓ ୨ ସହଯୋଗୀଙ୍କୁ ହାଜର କରାଯାଇଛି । ସେପଟେ ଅନ୍ୟ ଏକ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛି ରାଜା ଚକ୍ର । 

Advertisment

ଗତ ୧୬ ତାରିଖରେ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଏହାସହ ରାଜାର ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ବି ଖାରଜ ହୋଇଥିଲା । ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ଜେଲରେ ଥିବା ବିଜେଡି ନେତା ରାଜା ଚକ୍ରର ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜା ଚକ୍ରର କ୍ରସର ଓ ଷ୍ଟକୟାର୍ଡ ଉପରେ STF ଓ EOWର ଚଢ଼ାଉ ହୋଇଥିଲା । 

Advertisment

ଅଧିକ ପଢନ୍ତୁ : ବିଜେଡି ନେତା ରାଜା ଚକ୍ରର ଫାର୍ମ ହାଉସ ବାଜ୍ୟାପ୍ତି ହେବ, ୩ ଏକର ଲିଜରେ ନେଇ ୭ ଏକର ମାଡ଼ି ବସିଥିଲା

Crime Branch Raja Chakra
Advertisment
Related Articles
Advertisment