/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748072254.jpg)
ଇସ୍କନ ପାଳିଲା ଅଦିନିଆ ରଥଯାତ୍ରା
ମାନୁନି ଇସ୍କନ । ପୁଣି ଅଦିନିଆ ରଥଯାତ୍ରା ପାଳନ କଲା ଇସ୍କନ । ଦକ୍ଷିଣ ଆଫ୍ରିକାର ସାଣ୍ଡଟନରେ ଇସ୍କନ ପାଳିଛି ଅଦିନିଆ ରଥଯାତ୍ରା । ରଥଯାତ୍ରା ପାଳନ କରିଥିବା ନେଇ ସୋସିଆଲ ମିଡିଆରେ ଖୋଦ୍ ଇସ୍କନ ପକ୍ଷରୁ ଜାରି ହୋଇଛି ଫଟୋ ଓ ଭିଡିଓ । ଚତୁର୍ଥ ରଥଯାତ୍ରା ଫେଷ୍ଟିଭାଲ ପାଳନ କରାଯାଇଥିବା ନେଇ ସୋସିଆଲ ମିଡିଆ ପୋଷ୍ଟରେ ଦର୍ଶାଇଛି ଇସ୍କନ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କ୍ଷୋଭ ପ୍ରକାଶ କରି ସୁଦର୍ଶନ ଲେଖିଛନ୍ତି, ଜଗନ୍ନାଥଙ୍କ ସଂସ୍କୃତି ଓ ଧାର୍ମିକ ପବିତ୍ରତାକୁ ନଷ୍ଟ କରାଯାଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଭକ୍ତଙ୍କ ଅନୁରୋଧ ସତ୍ତ୍ବେ ଇସ୍କନ ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗୋଟିଏ ଦିନରେ ରଥଯାତ୍ରା ଆୟୋଜନରୁ ବିଚ୍ୟୁତ ହୋଇଛି ଇସ୍କନ ।
Jai Jagannath 🙏
again, very unfortunate to see Shri Jagannath Ratra Yatra was already celebrated in Africa by ISKCON . After so many request from @SJTA_Puri and all the devotees , again they have deviated the unification of Ratha Yatra dates to preserve the cultural and… https://t.co/yaQ9dV1KaP— Sudarsan Pattnaik (@sudarsansand) May 24, 2025
ଗତ ସପ୍ତାହରେ ଲଣ୍ଡନ ଚେମସଫୋର୍ଡରେ ମଧ୍ୟ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ ହେଉଥିବା ନେଇ, ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଭାଇରାଲ୍ ହୋଇଥିଲା। ଗତବର୍ଷ ନଭେମ୍ବରରେ ମଧ୍ୟ ଆମେରିକାର ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ ହୋଇଥିଲା। ଇସ୍କନକୁ ଚିଠି ଲେଖି ବାରଣ କରିଥିଲେ ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାପରେ ଇସ୍କନ ନଇଁବା ସହ ରଥଯାତ୍ରା ବଦଳରେ ସେଦିନ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି ଦର୍ଶାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କରୁଛି ଇସ୍କନ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)