Advertisment

Donald Trump: ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି, ୭ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍ ପ୍ଲାନ୍

ସବୁଠାରୁ ଅଧିକ ଟାରିଫ ସିରିଆ ଉପରେ ଲାଗୁ ହୋଇଛି, ଯାହା ୪୧ ପ୍ରତିଶତ। ଟ୍ରମ୍ପ ଏପ୍ରିଲ୨ରେ ବିଶ୍ୱର ବିଭିନ୍ନ ଦେଶ ଉପରେ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ, କିନ୍ତୁ ୭ ଦିନ ପରେ ଏହାକୁ ୯୦ ଦିନ ପାଇଁ ସ୍ଥଗିତ କରିଦେଇଥିଲେ।

author-image
Manasranjan Mohanty
Donald Trump

Donald Trump

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମଦାନୀ ହେଉଥିବା ଜିନିଷ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଟାରିଫକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଏବେ ଏହି ଟାରିଫ ୧ ଅଗଷ୍ଟ ବଦଳରେ ୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ।

Advertisment

ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୯୨ଟି ଦେଶ ଉପରେ ନୂଆ ଟାରିଫ ଲଗାଇଛନ୍ତି। ଏହା ୭ ଅଗଷ୍ଟରୁ ଲାଗୁ ହେବ। ଏଥିରେ ଭାରତ ଉପରେ ୨୫ ପ୍ରତିଶତ ଏବଂ ପାକିସ୍ତାନ ଉପରେ ୧୯ ପ୍ରତିଶତ ଟାରିଫ ଲାଗୁ କରାଯାଇଛି। ଦକ୍ଷିଣ ଏସିଆରେ ସବୁଠାରୁ କମ୍ ଟାରିଫ ପାକିସ୍ତାନ ଉପରେ ଲାଗୁ ହୋଇଛି, ପୂର୍ବରୁ ଏହା ୨୯ ପ୍ରତିଶତ ଥିଲା।

ଅଧିକ ପଢ଼ନ୍ତୁ: ‘ଏମିତି ଦିନ ଆସିବ ପାକିସ୍ତାନ ଦିନେ ଭାରତକୁ ତେଲ ବିକ୍ରି କରିବ’

ସେହିପରି ସବୁଠାରୁ ଅଧିକ ଟାରିଫ ସିରିଆ ଉପରେ ଲାଗୁ ହୋଇଛି, ଯାହା ୪୧ ପ୍ରତିଶତ। ଟ୍ରମ୍ପ ଏପ୍ରିଲ୨ରେ ବିଶ୍ୱର ବିଭିନ୍ନ ଦେଶ ଉପରେ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ, କିନ୍ତୁ ୭ ଦିନ ପରେ ଏହାକୁ ୯୦ ଦିନ ପାଇଁ ସ୍ଥଗିତ କରିଦେଇଥିଲେ। କିଛି ଦିନ ପରେ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

Advertisment

ପରେ ୯୦ ଦିନରେ ୯୦ଟି ଚୁକ୍ତି କରିବାର ଲକ୍ଷ୍ୟ ରଖାଯାଇଥିଲା। ତେବେ ଏହି ସମୟରେ ଆମେରିକା ମାତ୍ର ୭ଟି ଦେଶ ସହ ଚୁକ୍ତି କରିପାରିଥିଲା। ଡୋନାଲ୍ଡ ଟ୍ରମ୍ପ ବୁଧବାର ନୂଆ ଟାରିଫ ଘୋଷଣା କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲେଖିଥିଲେ, “ଭାରତ ସବୁବେଳେ ରୁଷିଆରୁ ଅଧିକାଂଶ ସାମରିକ ସାମଗ୍ରୀ କିଣୁଛି ।

ଯେତେବେଳେ ସମଗ୍ର ବିଶ୍ୱ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ଆଶା କରୁଛି ସେତେବେଳେ ଭାରତର ଏହି ଆଭିମୁଖ୍ୟ ଉଚିତ ନୁହେଁ। ଏହା ଭଲ ନୁହେଁ।” ଟ୍ରମ୍ପ ଆଗକୁ କହିଥିଲେ ଯେ ଏହି କାରଣରୁ ଭାରତକୁ ୨୫ ପ୍ରତିଶତ ଟାରିଫ ଦେବାକୁ ପଡ଼ିବ ଏବଂ ଏହି କାରଣଗୁଡ଼ିକ ପାଇଁ ଏକ ଅତିରିକ୍ତ ଜରିମାନା ମଧ୍ୟ ଦେବାକୁ ପଡ଼ିବ।

ତେବେ, ଟ୍ରମ୍ପଙ୍କ ଏହି ଘୋଷଣା ଉପରେ ଭାରତ କହିଛି ଯେ ନିଜର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ। ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ଏହି ଟାରିଫ ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ପ୍ରଥମେ ଏହି ଟାରିଫ ୧ ଅଗଷ୍ଟ, ଶୁକ୍ରବାରରୁ ଲାଗୁ ହେବାର ଥିଲା, କିନ୍ତୁ ଟ୍ରମ୍ପ ଏହି ନିଷ୍ପତ୍ତିକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ କରିଛନ୍ତି।

ଅଧିକ ପଢ଼ନ୍ତୁ: ଖସିଲା F-35 ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

India Donald Trump
Advertisment
Related Articles
Advertisment