Advertisment

Shift of Pakistan Army HQ: ଭାରତର ଷ୍ଟ୍ରାଇକ୍ ପରେ ଭୟଭୀତ ପାକିସ୍ତାନ, ରାୱଳପିଣ୍ଡିରୁ ଇସଲାମାବାଦକୁ ସ୍ଥାନାନ୍ତର କରିପାରେ ସେନା ମୁଖ୍ୟାଳୟ

ପାକିସ୍ତାନ ନିଜର ସେନା ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରର କାରଣ କିନ୍ତୁ ଅନ୍ୟ କିଛି ରହିଛି । ନିକଟରେ ରାୱଲପିଣ୍ଡିଠାରୁ ୧୦ କିଲୋମିଟର ଦୂରରେ ଥିବା ନୁର୍ ଖାନ୍ ଏୟାର୍ ବେସ୍ ଉପରେ ଭାରତ ଆକ୍ରମଣ କରି ଏହାକୁ କ୍ଷତି ପହଞ୍ଚାଇଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ସେନା ମୁଖ୍ୟାଳୟ ସ୍ଥାନାନ୍ତର କରିବ ପାକିସ୍ତାନ

ସେନା ମୁଖ୍ୟାଳୟ ସ୍ଥାନାନ୍ତର କରିବ ପାକିସ୍ତାନ

ଭାରତର ଷ୍ଟ୍ରାଇକ୍ ପରେ ଭୟଭୀତ ପାକିସ୍ତାନ । ନିଜର ସେନା ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ପାକିସ୍ତାନ । ରାୱଲପିଣ୍ଡିରେ ସେନା ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ଏହାଠାରୁ ୨୦ କିଲୋମିଟର ଦୂର ଇସଲାମାବାଦକୁ ନେବା ପାଇଁ ପାକ୍ ସେନା ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତିନି ସେନା ମଧ୍ୟରେ ଉତ୍ତମ ସମନ୍ବୟ ଲାଗି ସ୍ଥାନାନ୍ତର ଯୋଜନା କରାଯାଉଥିବା କୁହାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

କିନ୍ତୁ ପାକିସ୍ତାନ ନିଜର ସେନା ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରର କାରଣ କିନ୍ତୁ ଅନ୍ୟ କିଛି ରହିଛି । ନିକଟରେ ରାୱଲପିଣ୍ଡିଠାରୁ ୧୦ କିଲୋମିଟର ଦୂରରେ ଥିବା ନୁର୍ ଖାନ୍ ଏୟାର୍ ବେସ୍ ଉପରେ ଭାରତ ଆକ୍ରମଣ କରି ଏହାକୁ କ୍ଷତି ପହଞ୍ଚାଇଥିଲା । ଏହି ଏୟାର ବେସ ହେଉଛି ପାକିସ୍ତାନର ପ୍ରମୁଖ ଷ୍ଟ୍ରାଟେଜି ସାମରିକ ସ୍ଥଳ । ଏଠାରୁ ପାକିସ୍ତାନ ସେନାର ପରିବହନ ଓ ଭିଆଇପି ବିମାନ ଅପରେଟ୍ କରିଥିବା ବେଳେ ସର୍ଭିଲାନ୍ସ ସିଷ୍ଟମ ମଧ୍ୟ ରହିଛି । ତେବେ ଭାରତର ଆକ୍ରମଣ ପରେ ମୁଖ୍ୟାଳୟ ସହ ସେନା ମୁଖ୍ୟଙ୍କ ବାସଭବନକୁ ମଧ୍ୟ ଇସଲାମାବାଦକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି ।

ଇସଲାମାବାଦରେ ବିଭିନ୍ନ ଦେଶର ଦୂତାବାସ, ସହ ପାକିସ୍ତାନ ପାର୍ଲାମେଣ୍ଟ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାଳୟ ରହିଛି । ସେଠାରେ ସେନା ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଦ୍ବାରା ଅତି ସମ୍ବେଦନଶୀଳ ଡିପ୍ଲୋମାଟିକ୍ ଏବଂ ଜନବସତି ସ୍ଥାନକୁ ଆକ୍ରମଣ କରିବା ପୂର୍ବରୁ ଦୁଇ ଥର ଚିନ୍ତା କରିବ ବୋଲି ପାକ୍ ସେନା ଭାବୁଥିବା କୁହାଯାଉଛି ।

Advertisment
Pakistan Operation Sindoor
Advertisment
Related Articles
Advertisment