Advertisment

Pakistan India Conflict: ଧର୍ମ ନାଁରେ ପାକିସ୍ତାନରେ ଏକାଠି ହେଲେ କଠୋରପନ୍ଥୀ; ନିଜ ସେନାକୁ ପ୍ରଶଂସା, ଭାରତକୁ ଚେତାବନୀ

ପାକିସ୍ତାନ ସେନାର ତଥାକଥିତ ‘ଅପରେସନ ବୁନ୍ୟାନ ମାର୍ସୁସ’ ସଫଳତା ପାଇଁ କରାଚୀରେ ଆୟୋଜିତ ଜନସଭାରେ ଯୋଗ ଦେଲେ ଲସ୍କର-ଏ-ତୋଏବା ଓ ଅହଲ-ଏ-ସୁନ୍ନତ ୱାଲ ଜମାତ ର ସଦସ୍ୟମାନେ । ପାକିସ୍ତାନୀ ସେନା ରାଫେଲ ଜେଟ୍ ସହ ଋଷିଆ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଧ୍ୱଂସ କରି ଦେଇଛି ବୋଲି ଦାବି କଲେ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Karachi rally

Karachi rally

ଆତଙ୍କବାଦୀଙ୍କ ଖୋଲାଖୋଲି ଜନସଭା । ନା କାହାର ବିରୋଧ ନା କାହାର ତଦାରଖ । ସାଧାରଣ ଜନତାଙ୍କ ରାଲିରେ ଯେପରି ବିରୋଧ କରାଯାଏ କିମ୍ବା ତଦାରଖ କରାଯାଏ ସେଭଳି କିଛି ଦେଖା ଦେଇନଥିଲା ।  ପାକିସ୍ତାନ ସେନାର ତଥାକଥିତ ‘ଅପରେସନ ବୁନ୍ୟାନ ମାର୍ସୁସ’ ସଫଳତା ପାଇଁ କରାଚୀରେ ଆୟୋଜିତ ହୋଇଥିଲା ଏକ ଜନସଭା । ଏଥିରେ ଯୋଗ ଦେଇଥିଲେ କଠୋରପନ୍ଥୀ ନେତା ଏବଂ କୁଖ୍ୟାତ ଆତଙ୍କବାଦୀମାନେ ।

Advertisment

ଏହି ଜନସଭାର ଆୟୋଜନ କରିଥିଲା ଦିଫା-ଏ-ୱତନ କାଉନସିଲ୍ (ଡିଡବ୍ଲୁସି) । ଏହା ଏକ ସଂଗଠନ ଯାହା ଉଗ୍ରବାଦୀ ବିଚାରଧାରାକୁ ସମର୍ଥନ କରେ । ଏହି ଜନସଭାରେ ଭାରତର ‘ଅପରେସନ ସିନ୍ଦୂର’ ବିରୋଧରେ ପାକିସ୍ତାନ ସେନାର ସଫଳତାକୁ ପ୍ରଶଂସା କରିବା ସହ ମହାନ ବୋଲି ଦର୍ଶାଯାଇଥିଲା । ବିଶ୍ୱସ୍ତରୀୟ ଘୋଷିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା ଓ ଅହଲ-ଏ-ସୁନ୍ନତ ୱାଲ ଜମାତ ର ସଦସ୍ୟମାନେ ଯୋଗ ଦେଇଥିଲେ ।

ଭାରତ ପାକିସ୍ତାନ ଉତେଜନା ମଧ୍ୟରେ କରାଚୀରେ ଖୋଲାଖୋଲି ଭାରତକୁ ଧମକ ଦେଇଛି ଆତଙ୍କବାଦୀ ସଙ୍ଗଠନ । ଏହି ଜନସଭା ପାକିସ୍ତାନର ଗୌରବକୁ ଦର୍ଶାଇବା ଉଦ୍ଦେଶ୍ୟ ଯେତିକି ନଥିଲା, ତା’ଠାରୁ ବେଶୀ ଥିଲା, ଭାରତ ବିରୋଧି ଅଭିଭାଷଣ ଓ ଭାରତକୁ ଖୋଲା ଚେତାବନୀ । ସେଠାରେ ଧର୍ମକୁ କେନ୍ଦ୍ର କରି ଉତେଜନାମୂଳକ ଭାଷଣ ମଧ୍ୟ ଶୁଣିବାକୁ ମିଳିଥିଲା । 

Advertisment

ଅଧିକ ପଢ଼ନ୍ତୁ:: ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍, ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ !

ଏହି ଅବସରରେ ସବୁଠୁ ଅଧିକ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ ମୁଫତି ତାରିକ୍ ମାସୁଦ । ସେ ଭାରତ ବିରୋଧରେ ବିଷ ଓଗାଳିବା ସହିତ ପାକିସ୍ତାନୀ ସେନାକୁ ଭୂୟସୀ ପ୍ରଶଂସା କରିଥିଲେ । ଆମ ଶତ୍ରୁ ଆମ ସେନାକୁ ଧାର୍ମିକ ସେନା ବୋଲି କହୁଛି । ଯିଏ ଦେଶଦ୍ରୋହୀ ସେମାନେ ସେନାକୁ ଧର୍ମନିରପେକ୍ଷ ସେନା ବୋଲି କହୁଛନ୍ତି । କିନ୍ତୁ ଆମେ ଏହି ଯୁଦ୍ଧ ଜିତିଲା ପରେ ଜାଣିଗଲୁ ଯେ, ଆମ ସେନା ଏକ ଧର୍ମନିରପେକ୍ଷ ସେନା ନୁହେଁ ।

ଆମ ସେନା ଦେଶ ଉଦ୍ଦେଶ୍ୟରେ ସହିଦ ହୁଏ ଏବଂ ଧର୍ମ, ଇସଲାମ ଓ ଆଲ୍ଲାଙ୍କ ନାମରେ ନିଜ ଜୀବନକୁ ବଳିଦାନ ଦେଇଥାଏ । ତେବେ ମାସୁଦଙ୍କ ଏହି ବୟାନ ଧାର୍ମିକ କଠୋରପନ୍ଥୀ ସହିତ ସାମରିକ କାର୍ଯ୍ୟାନୁଷ୍ଠାନର ସମିଶ୍ରଣକୁ ସୂଚାଉଛି । ଯାହା ସଶସ୍ତ୍ର ବଳ ମଧ୍ୟରେ ଜିହାଦୀ ବିଚାରଧାରାକୁ ସଂଗଠିତ କରିବାକୁ ପ୍ରବର୍ତାଉଛି । 

ସେନାକୁ ଉସୁକାଇ ଜାମିୟାତ୍‌-ଉଲେମା-ଏ-ଇସଲାମ (ସିନ୍ଧ)ର ସାଧାରଣ ସମ୍ପାଦକ ଅଲ୍ଲମା ରଶିଦ୍ ମହମ୍ମଦ ସୁମ୍ରୋ ଖୋଲାଖୋଲି ଭାରତ ବିରୋଧରେ ବିଷ ଉଗାଳିଛନ୍ତି । ସେ ଭାରତକୁ ଚେତାବନୀ ଦେଇ କହିଛନ୍ତି, ମୋ ନେତା ମୌଲାନା ଫଜଲର ରେହମାନ ମିନାର-ଏ-ପାକିସ୍ତାନର ଲାହୋରରୁ ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ, ‘‘ଆମେ ଭାରତରେ ଜଳଖିଆ ଖାଇବାକୁ ପସନ୍ଦ କରୁ । ଆମେ ଦିଲ୍ଲୀରେ ପାକିସ୍ତାନୀ ପତାକା ଲଗାଇବାକୁ ମଧ୍ୟ ପସନ୍ଦ କରୁ ।’’

ସେ ପାକିସ୍ତାନର ପାରିବାପଣିଆ ଉପରେ ଦୃଢୋକ୍ତି ପ୍ରକାଶ କରି କହିଥିଲେ ଯେ, ପାକିସ୍ତାନୀ ସେନା ଇସ୍ରାଏଲୀ ନିର୍ମିତ ଡ୍ରୋନକୁ ଖସାଇ ଦେଇ ଇସ୍ରାଏଲର ଗର୍ବକୁ ଭାଙ୍ଗି ଦେଇଛି । ପାକିସ୍ତାନୀ ସେନା ରାଫେଲ ଜେଟ୍ ସହ ଋଷିଆ ନିର୍ମିତ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଧ୍ୱଂସ କରି ଦେଇଛି । ତେଣୁ ପାକିସ୍ତାନ ସହ ଲାଗିବା ପୂର୍ବରୁ ୧୦୦ ଥର ଭାବିବା ଉଚିତ୍ । 

ଅଧିକ ପଢନ୍ତୁ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା; ୧୮ ଯାଏଁ ବଢ଼ିଲା ସିଜ୍ ଫାୟାର ଅବଧି

ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ଜନସଭାରେ କରାଯାଇଥିବା ମିଥ୍ୟା ଦାବିକୁ ଖଣ୍ଡନ କରିବା ସହିତ ଯୁବବର୍ଗଙ୍କ ଉପରେ ଏହା ଗଭୀର ପ୍ରଭାବ ପକାଇବ ବୋଲି କହିଛନ୍ତି ।

ଅନ୍ୟପଟେ ପାକିସ୍ତାନୀ ସେନା ପକ୍ଷରୁ କୌଣସି ଅଫିସିଆଲ ବିବୃତି ଆସିନଥିବା ବେଳେ ଡିଡବ୍ଲୁସିର ଏହି କାର୍ଯ୍ୟକ୍ରମକୁ ବିରୋଧ କରାଯାଇନଥିଲା କି ତଦାରଖ ମଧ୍ୟ କରାଯାଇନଥିଲା । ସାଧାରଣ ନାଗରିକଙ୍କ ବିକ୍ଷୋଭ ପ୍ରଦର୍ଶନରେ ଯେପରି ବାଧା ସୃଷ୍ଟି କରାଯାଏ, ସେପରି କିଛି ବି ହୋଇନଥିଲା । ତେଣୁ ମୌନଂ ସମ୍ମତି ଲକ୍ଷଣ ପରି ପାକିସ୍ତାନୀ ସେନା ଏହାକୁ ସମର୍ଥନ କରୁଛି ବୋଲି ଜଣାପଡିଛି । 

ଅଧିକ ପଢ଼ନ୍ତୁ: ତୁର୍କୀ-ଅଜରବୈଜାନ ନଯିବାକୁ ଶିଳ୍ପପତିଙ୍କ ଅପିଲ, ବଏକଟ ପରେ ଭୁଶୁଡ଼ିବ ଅର୍ଥନୀତି !

Terrorism India Pakistan War
Advertisment
Advertisment