Advertisment

James Comey Controversial Post: ପୂର୍ବତନ FBI ନିର୍ଦ୍ଦେଶକଙ୍କ ’୮୬ ୪୭’ ପୋଷ୍ଟକୁ ନେଇ ହଙ୍ଗାମା, ଟ୍ରମ୍ପକୁ ହତ୍ୟା ଧମକ ଅଭିଯୋଗ

FBI ପୂର୍ବତନ ନିର୍ଦ୍ଦେଶକ ’୮୬ ୪୭’ ପୋଷ୍ଟକୁ ନେଇ ବିବାଦ ତେଜିଛି । ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ଉଦ୍ଦେଶ୍ୟର ଏହି ସଂଖ୍ୟାକୁ କୋଡ୍ ଭାବେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
James Comey Controversial Post

James Comey Controversial Post

FBI ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କୋମେଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଜେମ୍ସ କୋମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଇଥିବା କୁହାଯାଉଛି । ଏହାରି ଭିତରେ ଲେଖାଥିବା ଦୁଇଟି ସଂଖ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଥମଟି ହେଉଛି ୮୬ ଏବଂ ଦ୍ୱିତୀୟଟି ହେଉଛି ୪୭ । ସମୁଦ୍ର ବେଳାଭୂମିରେ ଶାମୁକା ସାହାଯ୍ୟରେ ଏହି ସଂଖ୍ୟା ଲେଖାଯାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା ।

Advertisment

ତେବେ ଏହି ଦୁଇ ସଂଖ୍ୟାକୁ ଡିକୋଡ୍ କରାଯିବା ପରେ ତାହାର ଅର୍ଥ ହତ୍ୟା ଧମକ ବୋଲି କୁହାଯାଉଛି । ଯାହାକୁ ନେଇ ବିବାଦ ତେଜିବା ପରେ ଜେମ୍ସ କୋମେ ଇନଷ୍ଟାଗ୍ରାମରେ କରିଥିବା ସେହି ପୋଷ୍ଟ ଡିଲିଟ୍ କରିଛନ୍ତି । ଆଉ କହିଛନ୍ତି, “ଏହି ସଂଖ୍ୟାର ଅର୍ଥ ହିଂସା ସହ ଜଡ଼ିତ ବୋଲି ମୋତେ ବିଲକୁଲ ଜଣାନଥିଲା ।“ 

Advertisment

’୮୬ ୪୭’ ର ପ୍ରକୃତ ଅର୍ଥ କ’ଣ ? କାହିଁକି ଏହି ସଂଖ୍ୟାକୁ ନେଇ ବିବାଦ ତେଜିଲା ? ସେ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ । କହି ରଖୁଛୁ, ଆମେରିକାରେ ‘୮୬’ର ବ୍ୟବହାର ଅଶ୍ଳୀଳ ଭାଷା ବୋଲି ବିବେଚନା କରାଯାଏ । ଏହି ଶବ୍ଦ ଗାଳି ଦେବା ସମୟରେ ପ୍ରୟୋଗ କରାଯାଏ  । ଯାହାର ଅର୍ଥ ହେଉଛି ’ଉଠେଇକି ବାହାରେ ଫୋପାଡି ଦେବା’ ।

ଅପରପକ୍ଷେ, ‘୪୭’କୁ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଏକ କୋଡ୍ ବୋଲି ବିବେଚନା କରାଯାଉଛି । କାରଣ ସେ ହେଉଛନ୍ତି ଆମେରିକାର ୪୭ତମ ରାଷ୍ଟ୍ରପତି । ତେଣୁ ଟ୍ରମ୍ପଙ୍କ ପ୍ରଶଂସକ ଏହାକୁ ବିରୋଧ କରିଛନ୍ତି । କୋଡ୍ ମାଧ୍ୟମରେ ଟ୍ରମ୍ପକୁ ହତ୍ୟା ଧମକ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତଦନ୍ତକାରୀ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କୋମେଙ୍କୁ ନେଇ ବିବାଦ ତେଜିବା ପରେ ସେ ଏହି ପୋଷ୍ଟ ଡିଲିଟ କରିଛନ୍ତି । 

US President Donald Trump Trump Officials
Advertisment
Related Articles
Advertisment